ଚଣ୍ତିଗଡ: ସୁଇମିଂ ପୁଲରେ ଗାଧୋଉଛନ୍ତି ମଇଁଷି । କଥାଟି ଆଶ୍ଚର୍ଯ୍ୟ ଲାଗୁ ଥିଲେ ବି ସତ । ଗରମରୁ ରକ୍ଷା ପାଇବା ପାଇଁ ମଇଁଷିଙ୍କ ପାଇଁ ତିଆରି ହୋଇଛି ସୁଇମିଂ ପୁଲ । ଆଉ ଏଭଳି ବ୍ୟବସ୍ଥା କରିଛନ୍ତି ହରିୟାଣାରେ ଥିବା ସେଣ୍ଟ୍ରାଲ ଇଷ୍ଟିଚ୍ୟୁଟ ଫର ରିସର୍ଚ ଅନ ବଫାଲୋ (Central Institute for Research on Buffaloes) । ହରିୟାଣାରେ ଥିବା ଏହି ଅନୁଷ୍ଠାନ ମଇଁଷିଙ୍କ ପାଇଁ ଏଭଳ ଇଷ୍ଟିଚ୍ୟୁଟ ମଧ୍ୟରେ ସୁଇମିଂପୁଲ କରିଛି । ଯାହା ଏବେ ଚର୍ଚ୍ଚାର ପରିଧି ମଧ୍ୟକୁ ଆସିଛି ।
ଏହି ସୁଇମିଂ ପୁଲରେ ମଇଁଷିମାନେ ଦିନକୁ ତିନିରୁ ଚାରିଥର ଗାଧୋଇଥାନ୍ତି । ଅତ୍ୟାଧିକ ଗରମ ହେତୁ ଦିନକୁ ଘଣ୍ଟା ଘଣ୍ଟା ଧରି ଏଠାରେ ଛିଡା ମଧ୍ୟ ହୋଇଥାନ୍ତି । ସୁଇମିଙ୍ଗ ପୁଲରେ ଥଣ୍ତା ପାଣି ପାଇଁ ଏକ ସ୍ବତନ୍ତ୍ର ସାଓ୍ବାର ଲଗାଯାଇଛି । ବିଶେଷ କରି ହରିୟାଣା ଏବଂ ଅନ୍ୟାନ୍ୟ ରାଜ୍ୟରେ ମଇଁଷି ମାନଙ୍କ ଠାରୁ ଦୁଗ୍ଧ ଉତ୍ପାଦନ କରାଯାଇଥାଏ । ଏପରିକି ମଇଁଷିମାନଙ୍କ ରଙ୍ଗା କଳା ହେତୁ ସେମାନଙ୍କୁ ଅଧିକ ଗରମ ଲାଗିଥାଏ ବୋଲି ସେଣ୍ଟ୍ରାଲ ଇଷ୍ଟିଚ୍ୟୁଟ ଫର ରିସର୍ଚ ଅନ ବଫାଲୋର ବୈଜ୍ଞାନିକ ଡକ୍ଟର ଅନୁରାଗ ଭରଦ୍ବାଜ କହିଛନ୍ତି । ଏପରିକି ଗ୍ରୀଷ୍ମର ପ୍ରଭାବ ଅଧିକ ହେଉଥିବାରୁ ଦୁଗ୍ଧ ଉତ୍ପାଦନ ମଧ୍ୟ କମିଯାଏ । ଅନ୍ୟପକ୍ଷରେ, ଗରମ ହେତୁ ଗର୍ଭବତୀ ଥିବା ମଇଁଷିମାନେ ମଧ୍ୟ ବହୁ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଏହି କାରଣରୁ ସେଣ୍ଟ୍ରାଲ ଇଷ୍ଟିଚ୍ୟୁଟ ଫର ରିସର୍ଚ ଅନ ବଫାଲୋ ପକ୍ଷରୁ ମଇଁଷିମାନଙ୍କ ପାଉଁ ଏହି ସୁଇମିଂ ପୁଲ୍ ନିର୍ମାଣ ହୋଇଛି ।