ଓଡିଶା

odisha

ନିରାଡମ୍ବରରେ ହେବ ଶପଥ ଗ୍ରହଣ ସମାରୋହ: DMK ମୁଖ୍ୟ ଷ୍ଟାଲିନ

By

Published : May 3, 2021, 10:29 AM IST

ତାମିଲନାଡୁରେ ଶେଷ ହୋଇଛି ନିର୍ବାଚନ । ପ୍ରଥମ ଥର ପାଇଁ ଶାସନ କ୍ଷମତାକୁ ହାତକୁ ନେଇଛି ଡିଏମକେ । ନିର୍ବାଚନ ପରେ ଶପଥ ସମାରୋହକୁ ନିରାଡମ୍ବରରେ କରିବାକୁ ଡିଏକେ ମୁଖ୍ୟ କହିଛନ୍ତି । ଅଧିକ ପଢନ୍ତୁ...

ନିରାଡମ୍ବରରେ ହେବ ଶପଥ ଗ୍ରହଣ ସମାରୋହ: DMK ମୁଖ୍ୟ ଷ୍ଟାଲିନ
ନିରାଡମ୍ବରରେ ହେବ ଶପଥ ଗ୍ରହଣ ସମାରୋହ: DMK ମୁଖ୍ୟ ଷ୍ଟାଲିନ

ଚେନ୍ନାଇ: ସରିଛି ନିର୍ବାଚନ । ପ୍ରକାଶ ପାଇଛି ଫଳ । ପ୍ରଥମ ଥର ପାଇଁ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଗାଦିରେ ବସିବାକୁ ଯାଉଛନ୍ତି ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନ । ହେଲେ ଶପଥ ଗ୍ରହଣ ସମାରୋହ ଅତି ନିରାଡମ୍ବରରେ ହେବ ବୋଲି ସେ ରବିବାର କହିଛନ୍ତି । କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ।

ନିର୍ବାଚନ ଜିତିବା ପରେ ସମାଧିସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ

ନିର୍ବାଚନ ଜିତିବା ପରେ ଷ୍ଟାଲିନ ମରିନା ବେଳାଭୂମିରେ ତାଙ୍କ ପିତା ତଥା ଦଳର ପିତୃପୁରୁଷ 'କାଲାଇନାର' ଏମ କରୁଣାନିଧି ଏବଂ ଆନ୍ନାଙ୍କୁ ସମାଧିସ୍ଥଳରେପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଶପଥ ଗ୍ରହଣ ସମାରୋହର ତାରିଖ ଖୁବଶୀଘ୍ର ଜଣାଇ ଦିଆଯିବ ବୋଲି ସାମ୍ବାଦିକମାନଙ୍କୁ ସୂଚନା ଦେଇଥିଲେ । ସୋମବାର କିମ୍ବା ମଙ୍ଗଳବାର ସମାରୋହର ତାରିଖ ଧାର୍ଯ୍ୟ କରାଯିବ ବୋଲି ସେ କହିଛନ୍ତି । ନିର୍ବାଚନୀ ପ୍ରଚାର ସମୟରେ ଦଳ ଲୋକମାନଙ୍କୁ ଦେଇଥିବା ସମସ୍ତ ପ୍ରତିଶୃତିକୁ ସେ ଖୁବଶୀଘ୍ର ପୂରଣ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ।

ମଙ୍ଗଳବାର ନିର୍ବାଚିତ ବିଧାୟକଙ୍କ ଏକ ବୈଠକ ଅନୁଷ୍ଠିତ ହେବ ଏବଂ ବିଧାନସଭା ପାର୍ଟି ନେତା ଆନୁଷ୍ଠାନିକ ଭାବରେ ନିର୍ବାଚିତ ହେବେ ଏବଂ ସରକାରୀ କର୍ମଚାରୀଙ୍କ ସହ ପରାମର୍ଶ ପରେ କାର୍ଯ୍ୟାଳୟ ଗ୍ରହଣ କରିବାର ତାରିଖ ଏବଂ ସମୟ ସ୍ଥିର ହେବ ବୋଲି ଷ୍ଟାଲିନ କହିଛନ୍ତି । ବିଧାନସଭା ନିର୍ବାଚନରେ ଡିଏମକେ ବିପୁଳ ମାତ୍ରାରେ ଭୋଟ ଦେଇ ରାଜ୍ୟବାସୀ ମୁକୁଟ ପିନ୍ଧାଇଛନ୍ତି ବୋଲି ଷ୍ଟାଲିନ୍ କହିବା ସହିତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ତାମିଲନାଡୁରେ ଏଡିଏମକେ ଶାସନ ଅଧୀନରେ ରାଜ୍ୟରେ କୌଣସି ପ୍ରଗତି ହେଉନାହିଁ । ରାଜ୍ୟବାସୀ ଏହାକୁ ଅନୁଭବ କରି ଡିଏମକେକୁ ଜିତାଇଛନ୍ତି । ତେବେ ରାଜ୍ୟବାସୀ ଡିଏମକେରୁ ଆଶା ରଖିଥିବା ସମସ୍ତ ପ୍ରଗତିକୁ ଦଳ ପୂରଣ କରିବ ବୋଲି ଷ୍ଟାଲିନ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details