ନୂଆଦିଲ୍ଲୀ:ମୋଦିଙ୍କୁ ଭେଟିଲେ ଶୁଭେନ୍ଦୁ ଅଧିକାରୀ । ବିଜେପି ବିଧାୟକ ତଥା ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଆଜି (ବୁଧବାର) ପ୍ରଧାନମନ୍ତ୍ରୀ ମୋଦିଙ୍କ ସରକାରୀ ବାସଭବନରେ ସାକ୍ଷାତ କରିଛନ୍ତି । ଏହା ପୂର୍ବରୁ ମଙ୍ଗଳବାର ଦିନ ଶୁଭେନ୍ଦୁ ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ସାକ୍ଷାତ କରିଥିଲେ ।
ଅମିତ ଶାହଙ୍କ ସହ ଶୁଭେନ୍ଦୁଙ୍କ ସାକ୍ଷାତ ସମୟରେ ପଶ୍ଚିମବଙ୍ଗ ସହ ଜଡିତ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା ଏବଂ ପଶ୍ଚିମବଙ୍ଗ ପାଇଁ ସବୁବେଳେ ଉପସ୍ଥିତ ରହିବାକୁ ଗୃହମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ।