ଓଡିଶା

odisha

ETV Bharat / bharat

ରୋଚକ ହେଉଛି ନନ୍ଦିଗ୍ରାମ ଖେଳା, ଆଗ ପଛ ବାଜି

ବଢୁଛି ହୃଦୟର ସ୍ପନ୍ଦନ । ହାଇଲାଇଟ୍‌ ନିର୍ବାଚନ ମଣ୍ଡଳୀ ନନ୍ଦିଗ୍ରାମରେ ହାଇପ୍ରୋଫାଇଲ ପ୍ରାର୍ଥୀଙ୍କ ମଧ୍ୟରେ ଚାଲିଛି କଡା ଟକ୍କର । କିଏ ମାରିବ ବାଜି କିଏ ଓଲଟାଇବ ରାଜନୀତିର ଫର୍ଦ୍ଦ ? ଆଉ କିଛି ମୁହୂର୍ତ୍ତ ପରେ ଫଳଫଳ ହେବ ଘୋଷଣା । ଅଧିକ ପଢନ୍ତୁ...

ରୋଚକ ହେଉଛି ନନ୍ଦିଗ୍ରାମ ଖେଳା, ଆଗପଛ ବାଜି
ରୋଚକ ହେଉଛି ନନ୍ଦିଗ୍ରାମ ଖେଳା, ଆଗପଛ ବାଜି

By

Published : May 2, 2021, 4:23 PM IST

କୋଲକାତା:ପଶ୍ଚିମବଙ୍ଗରେ ବେଶ ରୋଚକ ହେଉଛି ରାଜନୈତିକ ଖେଳା । ରାଜନୀତିର ନମ୍ବର ଗେମ୍‌ରେ ଘଡିକେ ଛୁଟୁଛି ଘୋଡା । ବଙ୍ଗରେ ତୃଣମୂଳ କଂଗ୍ରେସର ମୁଖିଆ ମମତା ବାନାର୍ଜୀ ଓ ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ ଦେଖିବାକୁ ମିଳୁଛି କଡା ଟକ୍କର ।

16 ରାଉଣ୍ଡ ମତଗଣନା ସୁଦ୍ଧା ଶୁଭେନ୍ଦୁ ଅଧିକାରୀ ଓ ତୃଣମୂଳ କଂଗ୍ରେସ ମଧ୍ୟରେ ମାତ୍ର କେଇ ଭୋଟର ଅନ୍ତର ରହିଛି । 6ଟି ଭୋଟ୍‌ ଆଗରେ ରହିଛନ୍ତି ଶୁଭେନ୍ଦୁ ଅଧିକାରୀ ।

ପଶାପାଲି ଖେଳ ଭଳି କେଉଁ ମୁହୂର୍ତ୍ତରେ ବି ବଦଳିପାରେ ରାଜନୀତିର ଗୋଟି । ଯାହା ବର୍ତ୍ତମାନ ଦେଖିବାକୁ ମିଳୁଛି ପଶ୍ଚିମବଙ୍ଗର ନନ୍ଦିଗ୍ରାମ ବିଧାନସଭା ନିର୍ବାଚନମଣ୍ଡଳୀରେ ।

ABOUT THE AUTHOR

...view details