ଓଡିଶା

odisha

By

Published : Mar 12, 2021, 1:43 PM IST

ETV Bharat / bharat

ନନ୍ଦିଗ୍ରାମରେ ନାମାଙ୍କନ ପତ୍ର ଭରିଲେ ଶୁଭେନ୍ଦୁ ଅଧିକାରୀ

ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ନନ୍ଦିଗ୍ରାମରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଅଧିକ ପଢନ୍ତୁ...

ଶୁଭେନ୍ଦୁ ଅଧିକାରୀ
ଶୁଭେନ୍ଦୁ ଅଧିକାରୀ

କୋଲକାତା: ନନ୍ଦିଗ୍ରାମରୁ ନାମାଙ୍କନ ଦାଖଲ କଲେ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ । ସେ ନାମାଙ୍କନ ଦାଖଲ କରିବା ପୂର୍ବରୁ ସୋନାଚୁରା ସିଂହବାହିନୀ ମନ୍ଦିରରେ ପହଞ୍ଚି ସେଠାରେ ପୂଜାର୍ଚ୍ଚନା କରିଥିଲେ । ଏହା ପୂର୍ବରୁ ଗତକାଲି ସେ ନନ୍ଦିଗ୍ରାମରେ ଭଗବାନ ଶିବଙ୍କ ମନ୍ଦିର ଯାଇ ପୂଜା କରିଥିଲେ ।

ତେବେ ନାମାଙ୍କନ ଦାଖଲ କରିବା ପୂର୍ବରୁ ଏକ ସାଧାରଣ ସଭା କରିଥିଲେ ସେ । ସେଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସାମିଲ ହୋଇଥିଲେ । ତେବେ ଚଳିତ ନିର୍ବାଚନରେ ଜନତା ବିଜେପି ସହିତ ରହିବେ ବୋଲି ମୋର ପୂରା ବିଶ୍ବାସ ରହିଥିବା ସେ କହିଛନ୍ତି । ଏହାସହ ଗତ ଲୋକସଭା ନିର୍ବାଚନରେ ବିଜେପି ଭଲ କରିଥିବାରୁ ଚଳିତ ଥର ସରକାର ଗଢିବୁ ବୋଲି ସେ କହିଛନ୍ତି ।

ତେବେ ନନ୍ଦିଗ୍ରାମ ଯଦିଓ ଶୁଭେନ୍ଦୁଙ୍କ ଗଡ, ତାଙ୍କୁ ଚ୍ୟାଲେଞ୍ଜ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ପାରମ୍ପରିକ ଆସନକୁ ଛାଡି ଏଠାରୁ ଲଢିବା ପାଇଁ ନାମାଙ୍କନ ଦାଖଲ କରିଛନ୍ତି । ଯାହାକୁ ନେଇ ନନ୍ଦିଗ୍ରାମ ଏବେ ଚର୍ଚ୍ଚାରେ ରହିଛି ।

ABOUT THE AUTHOR

...view details