ଓଡିଶା

odisha

ETV Bharat / bharat

ଆସାମରୁ 5 ସନ୍ଦିଗ୍ଧ ଜିହାଦୀ ଗିରଫ, ଭାରତରୁ ପାକିସ୍ତାନକୁ ସିମ୍ ପଠାଉଥିବା ସନ୍ଦେହ - ଭାରତରୁ ପାକିସ୍ତାନକୁ ସିମ୍ ପଠା ଯାଉଥିବା ଅଭିଯୋଗ

ଭାରତରୁ ପାକିସ୍ତାନକୁ ସିମ୍ ପଠାଉଥିବା ଅଭିଯୋଗରେ 5 ଜଣ ସନ୍ଦିଗ୍ଧ ଜିହାଦୀଙ୍କୁ ଗିରଫ କଲା ଆସାମ ପୋଲିସ । ଅଧିକ ପଢ଼ନ୍ତୁ

Suspected jihadists arrested in Assam
ଆସାମରୁ ସନ୍ଦିଗ୍ଧ ଜିହାଦୀ ଗିରଫ

By

Published : Mar 8, 2023, 12:23 PM IST

ଗୌହାଟୀ: ଆସାମ ପୋଲିସକୁ ମିଳିଛି ବଡ଼ ସଫଳତା । ପାକିସ୍ତାନୀ ଗୁପ୍ତଚରଙ୍କୁ ସିମ୍ କାର୍ଡ ଯୋଗାଉଥିବା ଅଭିଯୋଗରେ 5 ଜଣଙ୍କୁ ଗିରଫ କଲା ପୋଲିସ । ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି (NIA)ରୁ ମିଳିଥିବା ସୂଚନା ଆଧାରରେ ଆସାମ ପୋଲିସ ଏହି ଅପରେସନ ଆରମ୍ଭ କରିଥିଲା । ଅଭିଯୁକ୍ତମାନେ ଭାରତର ସିମ୍ କାର୍ଡ ପାକିସ୍ତାନକୁ ପଠାଉଥିବା ସନ୍ଦେହ କରାଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ:Delhi Liquor Policy case: କେସିଆରଙ୍କ ଝିଅଙ୍କୁ EDର ସମନ, ଆସନ୍ତାକାଲି ହାଜର ହେବାକୁ ନିର୍ଦ୍ଦେଶ

ଆସାମରେ ଘଟୁଥିବା ବିଭିନ୍ନ ଅପରାଧ ତଥା ଅପରାଧିକ ଘଟଣା ଏବଂ ମୁକ୍ତ ଭାବେ ବୁଲୁଥିବା ଜିହାଦୀଙ୍କୁ ଧରିବା ପାଇଁ ପୋଲିସ ଏକ ସ୍ବତନ୍ତ୍ର ଡ୍ରାଇଭ ଜାରି ରଖିଛି । ଏହି କ୍ରମରେ ମଙ୍ଗଳବାର ରାତିରେ ଜିହାଦୀଙ୍କୁ ଖୋଜିବା ପାଇଁ ନାଗାଓଁ ପୋଲିସ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । NIA ସୂଚନା ଆଧାରରେ ବିଶେଷ କରି ଜିଲ୍ଲାର ବିଭିନ୍ନ ସ୍ଥାନରେ ରାତିରେ ଅପରେସନ କରିଥିଲା । ଏହି ସମୟରେ ନାଗାଓଁ ପୋଲିସର ଏକ ଟିମ ଜିହାଦୀଙ୍କ ସହ ସମ୍ପର୍କରେ ଥିବା ସନ୍ଦେହ କରି 5 ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ:Bhaang ki goli: ଜୋମାଟୋକୁ ଭାଙ୍ଗ ମାଗିଲେ ଯୁବକ, ଦିଲ୍ଲୀ ପୋଲିସ ଦେଲା ଏମିତି ପରାମର୍ଶ

ନାଗାଓଁ ସ୍ଥିତ ଢିଙ୍ଗ ଏବଂ ବାତାଦ୍ରାଭା ଠାରେ ପୋଲିସ ଦ୍ବାରା ଏହି ଅପରେସନ କରାଯାଇଥିଲା । ଅପରେସନ ବେଳେ ଆତଙ୍ଗବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ସନ୍ଦେହରେ ସନ୍ଦିଗ୍ଧ ଜିହାଦୀଙ୍କୁ ପୋଲିସ ପ୍ରଥମେ ଅଟକ ରଖି ପଚରାଉଚରା ପରେ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଆସିକୁଲ ଇସଲାମ, ବଦରୁଦ୍ଦିନ, ମିଜାନୁର ରହମାନ, ବାହୁରୁଲ ଇସଲାମ ଏବଂ ୱାହିଦୁଜ ଜମାନ । ସନ୍ଦିଗ୍ଧମାନେ ପାକିସ୍ତାନକୁ ଇ-ସିମ ଯୋଗାଉଥିବା ଅଭିଯୋଗ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ:Holi 2023: ହୋଲି ରଙ୍ଗରେ ରଙ୍ଗାୟିତ ହେଲେ ଋଷ-ୟୁକ୍ରେନ, ମାଉଣ୍ଟଆବୁରୁ ଦେଲେ ଶାନ୍ତିର ବାର୍ତ୍ତା

ତେବେ ସମସ୍ତ ଗିରଫ ବ୍ୟକ୍ତିଙ୍କୁ ଜିହାଦୀଙ୍କ ସହ ଲିଙ୍କ ନେଇ ଅଧିକ ପଚରାଉଚରା କରିବା ସହ ତଦନ୍ତ କରୁଛି ପୋଲିସ । ସେମାନଙ୍କ ଠାରୁ 200ରୁ ଅଧିକ ସିମ୍ କାର୍ଡ ଜବତ ହୋଇଛି । ଏଥିରୁ ଅନେକ ଓଟିପି ପାକିସ୍ତାନକୁ ପଠାଯାଇଥିବା କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ସୂଚନା ପାଇଛି । ଅନ୍ୟପଟେ ଏହି ଘଟଣା ନେଉ ନାଗାଓଁ ପୋଲିସ ଏପର୍ଯ୍ୟନ୍ତ କୌଣସି ସୂଚନା ପ୍ରକାଶ କରିନାହିଁ । ଗିରଫ ହୋଇଥିବା ଅଭିଯୁକ୍ତ ମାନଙ୍କର ଲସ୍କର-ଏ-ତୋଏବା ସହ ଲିଙ୍କ୍‌ ଥିବା ସନ୍ଦେହ କରାଯାଉଛି ।

ABOUT THE AUTHOR

...view details