ଓଡିଶା

odisha

ସୁଶୀଲ ଚନ୍ଦ୍ରା ହେଲେ ଦେଶର ନୂଆ ମୁଖ୍ୟ ନିର୍ବାଚନ କମିଶନର

By

Published : Apr 12, 2021, 8:55 PM IST

ମୁଖ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତ ହୋଇଛନ୍ତି ସୁଶୀଲ ଚନ୍ଦ୍ରା । ମଙ୍ଗଳବାର ୨୪ତମ ମୁଖ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ବ ନେବେ ସୁଶୀଲ । ଅଧିକ ପଢନ୍ତୁ...

ସୁଶୀଲ ଚନ୍ଦ୍ରା ହେଲେ ଦେଶର ନୂଆ ମୁଖ୍ୟ ନିର୍ବାଚନ କମିଶନର
ସୁଶୀଲ ଚନ୍ଦ୍ରା ହେଲେ ଦେଶର ନୂଆ ମୁଖ୍ୟ ନିର୍ବାଚନ କମିଶନର

ନୂଆଦିଲ୍ଲୀ: ଦେଶର ନୂଆ ମୁଖ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତ ହୋଇଛନ୍ତି ସୁଶୀଲ ଚନ୍ଦ୍ରା । ମଙ୍ଗଳବାର ୨୪ ତମ ମୁଖ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ବ ନେବେ ସୁଶୀଲ ।

୨୦୨୨ ମେ ୧୪ ଯାଏଁ ମୁଖ୍ୟ ନିର୍ବାଚନ ଆୟୋଗ ପଦ ସମ୍ଭାଳିବେ ସୁଶୀଲ ଚନ୍ଦ୍ରା । ସୁଶୀଲ ନିଜ କାର୍ଯ୍ୟକାଳ ମଧ୍ୟରେ ୫ ରାଜ୍ୟର ବିଧାନସଭା ନିର୍ବାଚନ ପରିଚାଳନା କରିବେ ।

ସୁଶୀଲ ଚନ୍ଦ୍ରାଙ୍କୁ 14 ଫେବୃଆରୀ 2019ରେ ନିର୍ବାଚନ ଆୟୋଗ ଭାବେ ନିଯୁକ୍ତ କରାଯାଇଥିଲା । 15 ମେ 1957 ଜନ୍ମ ଗ୍ରହଣ କରିଥିବା ଚନ୍ଦ୍ରା 1980 ବ୍ୟାଚ୍‌ର ରାଜସ୍ବ ସେବା ଅଧିକାରୀ । ନିଜ ଆଇଆରଏସ ସେବା ମଧ୍ୟରେ ଚନ୍ଦ୍ରା ଉତ୍ତରପ୍ରଦେଶ, ରାଜସ୍ଥାନ, ଦିଲ୍ଲୀ, ଗୁଜୁରାଟ, ମହାରାଷ୍ଟ୍ର ଭଳି ରାଜ୍ୟରେ କାର୍ଯ୍ୟ କରିଛନ୍ତି ।

ABOUT THE AUTHOR

...view details