ନୂଆଦିଲ୍ଲୀ:ସୁରିନାମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରାଯାଇଛି । ପ୍ରଥମ ଭାରତୀୟ ଭାବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏହି ସମ୍ମାନ ମିଳିଛି । ରାଷ୍ଟ୍ରପତିଙ୍କୁ ସୁରିନାମର 'ଦି ଗ୍ରାଣ୍ଡ ଅର୍ଡର ଅଫ ଏଲୋ ଷ୍ଟାର'ରେ ସମ୍ମାନିତ କରାଯାଇଛି । ସୁରିନାମ ରାଷ୍ଟ୍ରପତି ଚନ୍ଦ୍ରିକାପ୍ରସାଦ ସତୋଖୀ ଦ୍ରୌପଦୀ ମୁ୍ର୍ମୁଙ୍କୁ ପ୍ରଦାନ କରିଛନ୍ତି ।
ଏହା ବି ପଢନ୍ତୁ...Odisha Train Accident: ମୃତାହତ ପରିବାର ପାଇଁ ସହାୟତା ଘୋଷଣା କଲା ରିଲାଏନ୍ସ ଫାଉଣ୍ଡେସନ
ସୁରିନାମର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ ହେବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଖୁସିବ୍ୟକ୍ତ କରିଛନ୍ତି । ଟ୍ବିଟ କରି କହିଛନ୍ତି, "ସୁରିନାମ ସର୍ବୋଚ୍ଚ ସାମ୍ମାନ ଗ୍ରହଣ କରି ମୁଁ ଗର୍ବିତ ମନେ କରୁଛି । ଏହି ସ୍ବୀକୃତି କେବଳ ମୋ ପାଇଁ ନୁହେଁ 1.4 ବିଲିୟନ ଭାରତୀୟଙ୍କ ପାଇଁ ମହତ୍ତ୍ବପୂର୍ଣ୍ଣ । ମୁଁ ସମ୍ମାନକୁ ଭାରତ-ସୁରିନାମ ସଫଳତମ ପୀଢିଙ୍କୁ ଉତ୍ସର୍ଗ କରୁଛି ଯେଉଁମାନେ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ସୃଦୁଢ କରିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଯଦି ଏହି ସମ୍ମାନ ଉଭୟ ଦେଶର ମହିଳାଙ୍କୁ ସଶକ୍ତିକରଣ ଏବଂ ଉତ୍ସାହ କରିବାର ଆଲୋକ ଭାବେ କାର୍ଯ୍ୟ କରିବ ତେବେ ଏହା ଆହୁରି ଅଧିକ ମହ୍ବର୍ତ୍ତପୂର୍ଣ୍ମ ।"
ଏହା ବି ପଢନ୍ତୁ...Train tragedy: ‘ଅଶ୍ବିନୀଙ୍କ ସମ୍ପର୍କରେ ଜାଣିନି, ମୁଁ କିନ୍ତୁ 1999ରେ ଇସ୍ତଫା ଦେଇଥିଲି’
ସର୍ବିୟା ଏବଂ ସୁରିନାମ ଗସ୍ତର ପ୍ରଥମ ଗସ୍ତରେ ରାଷ୍ଟ୍ରପତି ଜୁନ 4 ତାରିଖରେ ସୁରିନାମରେ ପହଞ୍ଚିଥିଲେ । ଏହା ପୂର୍ବରୁ ସୁରିନାମ ରାଷ୍ଟ୍ରପତି ଚନ୍ଦ୍ରିକାପ୍ରସାଦ ସତୋଖୀ ପୁରା ରଜକୀୟ ସମ୍ମାନ ସହ ଜୋହାନ ଏଡ୍ରାଲ୍ଫ ପେଙ୍ଗଲ ବିମାନବନ୍ଦରରେ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଥିଲେ । ସେଠାରୁ ରାଷ୍ଟ୍ରପତି ଦ୍ରୌପତି ମୁର୍ମୁ ପାରାମାରିବୋ ରାଷ୍ଟ୍ରପତି ଭବନ ଗସ୍ତ କରିଥିଲେ । ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ବୈଠକ ସମୟରେ ସୁରିନାମ ରାଷ୍ଟ୍ରପତିଙ୍କ ଆତିଥ୍ୟକୁ ପ୍ରଶଂସା କରିଥିଲେ ଦ୍ରୌପଦୀ ମୁର୍ମୁ । ଏହାସହ ସେଠାରେ ଅଧିକାଂଶ ଲୋକ ହିନ୍ଦୀ ଜାଣିଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ ।
ପ୍ରକାଶଥାଉ କି, ଗତକାଲି(ସୋମବାର) ଭାରତ ଓ ସୁରିନାମ ମଧ୍ୟରେ ସ୍ବାସ୍ଥ୍ୟ, କୃଷି କ୍ଷେତ୍ରରେ 4ଟି ଚୁକ୍ତି ସ୍ବାକ୍ଷରିତ ହୋଇଛି । ଦୁଇ ରାଷ୍ଟ୍ରପତିଙ୍କ ମଧ୍ୟରେ ଆଲୋଚନା ପରେ ଚୁକ୍ତି ସ୍ବାକ୍ଷରିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ରାଷ୍ଟ୍ରପତି କହିଥିଲେ ପ୍ରଥମ ଥର ପାଇଁ ଭାରତର ରାଷ୍ଟ୍ରପତି ଭାବେ ସୁରିନାମ ଆସି ବହୁତ ଖୁସି । ଏହା ମୋ ପାଇଁ ଅଧିକ ସ୍ବତନ୍ତ୍ର । ସୁରିନାମରେ ଭାରତୀୟଙ୍କ 150 ବର୍ଷ ପୂର୍ତ୍ତି ପାଳନ ଅବସରରେ ଆଜି ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି ।