ଓଡିଶା

odisha

ETV Bharat / bharat

ସୀମା ଡେଇଁଲା ପାଶବିକତା, ଯୁବତୀଙ୍କୁ ଦୁଷ୍କର୍ମ ପରେ ଗୁପ୍ତାଙ୍ଗରେ ଲଙ୍କା ଗୁଣ୍ଡ ଭର୍ତ୍ତି କଲା ପ୍ରେମିକ

ସୁରଟରେ ଯୁବକଙ୍କ ଅମାନୁଷିକ କାଣ୍ଡ । ଯୁବତୀଙ୍କୁ ଦୁଷ୍କର୍ମ ପରେ ଗୁପ୍ତାଙ୍ଗରେ ଭର୍ତ୍ତି କଲେ ଲଙ୍କା ଗୁଣ୍ଡ । ଯୁବକକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ପୋଲିସ । ଅଧିକ ପଢନ୍ତୁ

By

Published : May 18, 2023, 8:37 AM IST

Surat man booked for raping girlfriend
Surat man booked for raping girlfriend

ଗାନ୍ଧୀନଗର:ଦିନକୁ ଦିନ ସୀମା ଟପୁଛି ପାଶବିକତା । ମାନବିକତା ହରାଉଛି ମଣିଷ । ଯୁବକଙ୍କ ବିବାହ ସମ୍ପର୍କରେ ଜାଣିଦେବା ପରେ ଗର୍ଲଫ୍ରେଣ୍ଡକୁ ଦୁଷ୍କର୍ମ କରିବା ସହ ଗୁପ୍ତାଙ୍ଗରେ ଲଙ୍କା ଗୁଣ୍ଡ ଭର୍ତ୍ତି କରିଦେଇଥିବା ଜଣାପଡିଛି । ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ପୋଲିସ । ଗିରଫ ଯୁବକ ହେଲା ଅମ୍ରିତ ଭାଇ ପଟେଲ । ଏଭଳି ଏକ ଲୋମହର୍ଷଣ ଘଟଣା ଘଟିଛି ଗୁଜୁରାଟର ସୁରଟରେ ।

ଖବରଅନୁସାରେ, ସୁରଟର ଅମ୍ରିତ ନାମକ ଯୁବକ ଜଣେ ମହିଳାଙ୍କୁ ବିବାହ କରିବା ପରେ ସୁଖରେ ଚାଲିଥିବା ସଂସାର ଗାଡି । ହେଲେ କୌଣସି କାରଣ ବଶତଃ ସମ୍ପର୍କରେ ଆସିଲା ତିକ୍ତତା । ପରେ ଦୁହେଁ ପରସ୍ପର ଠାରୁ ଅଲଗା ରହିବା ପାଇଁ ନିଷ୍ପତ୍ତି ନେଇଥିଲେ । ଅଲଗା ଅଲଗା ରହିବା ପରେ ଯୁବକ ଅନ୍ୟ ଜଣେ ଯୁବତୀଙ୍କ ସମ୍ପର୍କରେ ଆସିଥିଲେ । ଏହାପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏହାରି ଭିତରେ କିଛି ଦିନ ବିତିବା ପରେ ଉକ୍ତ ଯୁବତୀଜଣଙ୍କ ଯୁବକଙ୍କ ବିବାହ ସମ୍ପର୍କରେ ଜାଣିବାକୁ ପାଇଥିଲେ । ଏହି କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ତିକ୍ତତା ହୋଇଥିଲା । ଯୁବତୀଜଣକ ପରସ୍ପର ଠାରୁ ଅଲଗା ହେବା ପାଇଁ ନିଷ୍ପତ୍ତି ନେବା ପରେ ପ୍ରତିଶୋଧ ପରାୟଣ ହୋଇଥିଲା ଅମ୍ରିତ । ପ୍ରେମ ଗୋଟିଏ ମୁହୂର୍ତ୍ତ ପାଇଁ ବଇରି ହୋଇଗଲା ।

ପୋଲିସର କହିବା ଅନୁସାରେ, "ଯୁବତୀଜଣକ ଅମ୍ରିତଙ୍କ ଠାରୁ ଅଲଗା ହେବା ପାଇଁ ନିଷ୍ପତ୍ତି ନେବାରୁ ନିଜ କ୍ରୋଧକୁ ସମ୍ଭାଳି ପାରିନଥିଲା ଅମ୍ରିତ । ପ୍ରଥମେ ଯୁବତୀଙ୍କୁ କେବୁଲ ତାରରେ ବାଡେଇବା ପରେ ଦୁଷ୍କର୍ମ କରିଥିଲା । ଏତିକିରେ ମଧ୍ୟ ଅମ୍ରିତର ରାଗ ଶାନ୍ତ ହୋଇନଥିଲା । ଏହାପରେ ଗୁପ୍ତାଙ୍ଗରେ ଲଙ୍କାଗୁଣ୍ଡ ଭର୍ତ୍ତି କରିଦେଇଥିବା ନେଇ ଯୁବତୀଜଣକ ଥାନାରେ ଅଭିଯୋଗ କରିଥିଲେ । ଯଦି ଏ ବିଷୟରେ କାହାକୁ କହିବ ତାହାଲେ ଅନ୍ତରଙ୍ଗ ଫଟୋ ଓ ଭିଡିଓ ଭାଇରାଲ କରିଦେବ ବୋଲି ଅମ୍ରିତ ଧମକ ଦେଇଥିଲା । ତେବେ ଯୁବତୀଙ୍କ ଅବସ୍ଥା ଗୁରୁତର ହେବାରୁ ସେ ପ୍ରଥମେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ଆସିବାରୁ ପରେ ଓଲପାଦ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ ।"

ତେବେ ଯୁବତୀଙ୍କ ଅଭିଯୋଗ ଅନୁସାରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଗତ ମଙ୍ଗଳବାର ଦିନ ଅମ୍ରିତଙ୍କୁ ଗିରଫ କରିବା ସହ ଆଇପିସି ଧାରା ୩୭୬ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।

ABOUT THE AUTHOR

...view details