ଓଡିଶା

odisha

ETV Bharat / bharat

ହକି ପାଇଁ ହୀରା ବ୍ୟବସାୟୀଙ୍କ ହୃଦୟ ଖୋଲା; ପଦକ ଜିତିଲେ ମହିଳା ହକି ଖେଳାଳିଙ୍କୁ ଦେବେ ୧୧ ଲକ୍ଷ - daimond

ମହିଳା ହକି ଟିମ ଯଦି ମେଡାଲ ଜିତେ ତେବେ ପ୍ରତି ଖେଳାଳିଙ୍କୁ ଘର ପାଇଁ ୧୧ ଲକ୍ଷର ସହାୟତା କିମ୍ବା ଏକ କାର ଦେବେ ବୋଲି ଘୋଷଣା କରିଛନ୍ତି ହୀରା ବ୍ୟବସାୟୀ ସାଭଜୀ ଢୋଲକିଆ । ଅଧିକ ପଢନ୍ତୁ...

ହୀରା ବ୍ୟବସାୟୀ ସାଭଜୀ ଢୋଲକିଆ
ହୀରା ବ୍ୟବସାୟୀ ସାଭଜୀ ଢୋଲକିଆ

By

Published : Aug 4, 2021, 1:11 PM IST

ସୁରତ:ଟୋକିଓ ଅଲିମ୍ପିକ୍ସ ମହିଳା ହକିରେ ଆଜି ଭାରତ ଓ ଆର୍ଜେଣ୍ଟିନା ମଧ୍ୟରେ ସେମିଫାଇନାଲ ଟକ୍କର ହେବ । ଏହି ମ୍ୟାଚ ଉପରେ କୋଟି କୋଟି ଭାରତୀୟଙ୍କ ନଜର ରହିଛି । ଏହାରି ଭିତରେ ହୀରା ବ୍ୟବସାୟୀ ସାଭଜୀ ଢୋଲକିଆ ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି ଯଦି ମହିଳା ହକି ଟିମ ଯଦି ମେଡାଲ ଜିତେ ତେବେ ପ୍ରତି ଖେଳାଳୀଙ୍କୁ ୧୧ ଲକ୍ଷର ଘର କିମ୍ବା ଏକ କାର ଦେବେ ବୋଲି କହିଛନ୍ତି ସାଭଜୀ ଢୋଲକିଆ ।

ଟୋକିଓ ଅଲିମ୍ପିକରେ ମହିଳା ହକି ଟିମ ଭଲ ପ୍ରଦର୍ଶନ କରି ଇତିହାସ ସୃଷ୍ଟି କରିଛି । ଅଲିମ୍ପିକରେ ମହିଳା ହକିରେ ପ୍ରଦର୍ଶନକୁ ନେଇ ପ୍ରଭାବିତ ହୋଇଛନ୍ତି ହୀରା ବ୍ୟବସାୟୀ ସାଭଜୀ ଢୋଲକିଆ । ଫଳସୂରୁପ ସେ ମହିଳା ହକି ଟିମ ପାଇଁ ଏହି ଘୋଷଣା କରିଛନ୍ତି ଯାହାର ସୂଚନା ସେ ସୋସିଆଲ ମିଡିଆରେ ଦେଇଛନ୍ତି । ଟିମର ଯେଉଁ ଖେଳାଳିଙ୍କ ପାଖରେ ଘର ଥିବ ତାଙ୍କୁ ୫ ଲକ୍ଷର ଗାଡି ଦେବେ ଏବଂ ଯାହା ପାଖରେ ଘର ନଥିବା ତାଙ୍କୁ ଘର ପାଇଁ ୧୧ ଲକ୍ଷ ଟଙ୍କା ସହାୟତା ଦେବେ ବୋଲି କହିଛନ୍ତି ସାଭଜୀ ଢୋଲକିଆ ।

ସୁରତର ଏହି ଉଦ୍ୟୋଗପତିଙ୍କୁ ସେଠାରେ ସମସ୍ତେ ତାଙ୍କୁ ଦିଲଦାର ବ୍ୟକ୍ତି ଭାବରେ ଜାଣନ୍ତି । ସେ ତାଙ୍କ ସମସ୍ତ କର୍ମଚାରୀଙ୍କୁ ଦୀପାବଳିରେ ବୋନସ ଆକାରରେ ଘର ଗାଡି ସହିତ ଗହଣା ଉପହାର ଦିଅନ୍ତି । ଖୁବ କମ ଲୋକ ଜାଣନ୍ତି ହୀରା ଚିହ୍ନୁଥିବା ଏହି ବ୍ୟକ୍ତିଙ୍କର ଖେଳ ପ୍ରତି ମଧ୍ୟ ରୁଚି ରହିଛି । ଏଥିପାଇଁ ସେ ତାଙ୍କ ସୋସିଆଲ ମିଡିଆରେ ଏହି ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି ।

ପ୍ରକାଶ ଥାଉକି, ପ୍ରଥମ ଥର ପାଇଁ ବିଶ୍ବ ଚମ୍ପିୟାନ ଅଷ୍ଟ୍ରେଲିଆକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି । ଯାହା ଦେଶ ପାଇଁ ଏକ ଐତିହାସିକ ମୂହୁର୍ତ୍ତ । ଏହାକୁ ପ୍ରଶଂସା କରି ବ୍ୟବସାୟୀ ସାଭଜୀ ଢୋଲକିଆ ମହିଳା ହକି ଦଳର ଖେଳାଳିଙ୍କ ପାଇଁ ଏହି ବିଶେଷ ଘୋଷଣା କରିଛନ୍ତି । ସେ କହିଛନ୍ତି ଦେଶର ମହିଳା ଦଳ ସହିତ 130 କୋଟି ଭାରତୀୟ ଅଛନ୍ତି। ମହିଳା ହକି ଖେଳାଳିଙ୍କ ପାଇଁ ଏହା ଆମ ପକ୍ଷରୁ ଏକ ଛୋଟ ପ୍ରୟାସ । ଯାହାଫଳରେ ଆମେ ଖେଳାଳିଙ୍କ ଆତ୍ମବିଶ୍ବାସ ବଢାଇବ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details