ନୂଆଦିଲ୍ଲୀ: କୋରୋନା ସଂକ୍ରମଣର ଦ୍ବିତୀୟ ଲହର ଦେଶରେ ହଇଚଇ ସୃଷ୍ଟି କରିଛି। ଶୁକ୍ରବାର ଏହି ସଙ୍କଟ ସମ୍ପର୍କରେ ସୁପ୍ରିମକୋର୍ଟରେ ଏକ ଗୁରୁତ୍ବପୂର୍ଣ୍ଣ ଶୁଣାଣି ହୋଇଛି। ସର୍ବୋଚ୍ଚ ଅଦାଲତ କେନ୍ଦ୍ର ସରକାରଙ୍କୁ କୋଭିଡ ସମ୍ପର୍କିତ ଯୋଜନା ବିଷୟରେ ପଚାରିଥିଲେ ଓ ଏହାକୁ ନେଇ ଉଦବେଗ ପ୍ରକାଶ କରିଥିଲେ। ଏହାସହ ଯେଉଁମାନେ ସୋସିଆଲ ମିଡିଆରେ ନିଜର ସମସ୍ୟା ପ୍ରକାଶ କରୁଛନ୍ତି, ସେମାନଙ୍କ ପ୍ରତି ଖରାପ ବ୍ୟବହାର କରାଯିବା ଉଚିତ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ସୋସିଆଲ ମିଡିଆରେ ସାହାଯ୍ୟ ମାଗୁଥିବା ବ୍ୟକ୍ତିଙ୍କ ବିରୋଧରେ ନିଆଯିବନି କାର୍ଯ୍ୟାନୁଷ୍ଠାନ: SC - SC
କୋରୋନା ସଂକ୍ରମଣର ଦ୍ବିତୀୟ ଲହର ଦେଶରେ ହଇଚଇ ସୃଷ୍ଟି କରିଛି। ଶୁକ୍ରବାର ଏହି ସଙ୍କଟ ସମ୍ପର୍କରେ ସୁପ୍ରିମକୋର୍ଟରେ ଏକ ଗୁରୁତ୍ବପୂର୍ଣ୍ଣ ଶୁଣାଣି ହୋଇଛି। ଅଧିକ ପଢନ୍ତୁ...
ଯଦି କୌଣସି ବ୍ୟକ୍ତି ସୋସିଆଲ ମିଡିଆ ପ୍ଲାଟଫର୍ମ ଜରିଆରେ ସହାୟତା ଲୋଡୁଛି ତେବେ ସେ ବ୍ୟକ୍ତିଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ ନୁହେଁ । କୋର୍ଟ ଏହାସହ ସମସ୍ତ ରାଜ୍ୟକୁ କଡା ଚେତାବନୀ ଦେଇଛନ୍ତି । ଯଦି ଏପରି ବ୍ୟକ୍ତିଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ, ତେବେ ଏହା କୋର୍ଟର ଅବମାନନା ହେବ ।
ଦେଶ ବର୍ତ୍ତମାନ ଜାତୀୟ ସଙ୍କଟ ଦେଇ ଗତି କରୁଛି, ଏଭଳି ସ୍ଥିତିରେ ସାଧାରଣ ଜନତାଙ୍କ କଥା ଶୁଣିବା ଜରୁରୀ । ପ୍ରକାଶଥାଉକି, ନିକଟରେ ଆମେଠୀରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା । ଅଭିଯୋଗ ଥିଲା ଯେ, ବ୍ୟକ୍ତି ଜଣକ ସୋସିଆଲ ମିଡିଆରେ ଭୁଲ ତଥ୍ୟ ଭାଇରାଲ୍ କରିଥିଲେ । ତାଙ୍କ ଅମ୍ଲଜାନ ସିଲିଣ୍ଡରର ଆବଶ୍ୟକତା ବୋଲି କହିଥିଲେ ମାତ୍ର ପରେ ଜଣା ପଡିଥିଲା ଯେ, ବ୍ୟକ୍ତି ଜଣକ କୋଭିଡ ପଜିଟିଭ୍ ଥିଲେ । ଏହାକୁ ନେଇ ସ୍ମୃତି ଇରାନୀ ମଧ୍ୟ ଟ୍ବିଟ କରିଥିଲେ ।