ନୂଆଦିଲ୍ଲୀ: ଦେଶରେ ପୁଣି ହୁ ହୁ ହୋଇ ବଢିଲାଣି ସଂକ୍ରମଣ । ଗୋଟିଏ ପଟେ କୋରୋନା ଓ ଅନ୍ୟପଟେ ନୂଆ ଭାରିଏଣ୍ଟ ଓମିକ୍ରନ ନିଦ ଉଡାଇଲାଣି । ଦକ୍ଷିଣ ଆଫ୍ରିକୀୟ ଭାରିଏଣ୍ଟ ଓମିକ୍ରନ ଦ୍ବାରା ୨୩ ରାଜ୍ୟରେ ଦେଢ ହଜାର ଟପିଲାଣି ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟରେ ଆଜିଠୁ(ସୋମବାର) ସମସ୍ତ ମାମଲାର ଶୁଣାଣି ଭର୍ଚୁଆଲ ମୋଡରେ କରାଯିବ (Supreme Court To Switch To Virtual Hearings from today)। ୨ ସପ୍ତାହ ଧରି ଭିଡିଓ କନଫରେନ୍ସିଂ ଜରିଆରେ ବିଚାର କରାଯିବା ନେଇ ରବିବାର ସୁପ୍ରିମକୋର୍ଟ ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ଏକ ସର୍କୁଲାରରେ କୁହାଯାଇଛି ।
ଆଜିଠୁ ସୁପ୍ରିମକୋର୍ଟରେ ଆଭାସି ଶୁଣାଣି, ୨ ସପ୍ତାହ ଯାଏଁ ଅନଲାଇନରେ ବିଚାର - ଆଜିଠୁ ସୁପ୍ରିମକୋର୍ଟରେ ଭର୍ଚୁଆଲ ଶୁଣାଣି
ଗୋଟିଏ ପଟେ କୋରୋନା ଓ ଅନ୍ୟପଟେ ନୂଆ ଭାରିଏଣ୍ଟ ଓମିକ୍ରନ ନିଦ ଉଡାଇଲାଣି । ଦକ୍ଷିଣ ଆଫ୍ରିକୀୟ ଭାରିଏଣ୍ଟ ଓମିକ୍ରନ ଦ୍ବାରା ୨୩ ରାଜ୍ୟରେ ଦେଢ ହଜାର ଟପିଲାଣି ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟରେ ଆଜିଠୁ(ସୋମବାର) ସମସ୍ତ ମାମଲାର ଶୁଣାଣି ଭର୍ଚୁଆଲ ମୋଡରେ କରାଯିବ (Supreme Court To Switch To Virtual Hearings from today) । ଅଧିକ ପଢନ୍ତୁ
ବାର ସଦସ୍ୟ ଓ ମାମଲାଗୁଡିକର ପକ୍ଷମାନଙ୍କ ଅବଗତି ନିମନ୍ତେ ସୁପ୍ରିମକୋର୍ଟ ସୁର୍କୁଲାରରେ ଦର୍ଶଯାଇଛି ଯେ, ପ୍ରତ୍ୟକ୍ଷ ଶୁଣାଣି ପାଇଁ ୨୦୨୧ ଅକ୍ଟୋବର ୭ରେ ଏକ ସର୍କୁଲାର ଜାରି କରାଯାଇଥିଲା । ସେଥିରେ ନୂଆ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରସିଡ୍ୟୁର (SOP) ସମ୍ପର୍କରେ କୁହାଯାଇଥିଲା । ହେଲେ ଜାରି ହୋଇଥିଲା ସଦ୍ୟ ସର୍କୁଲାରେ ପରିବର୍ତ୍ତନ ହୋଇଛି । ଆଜିଠାରୁ ୨ ସପ୍ତାହ ଧରି ସୁପ୍ରିମକୋର୍ଟର ସବୁ ମାମଲା କେବଳ ଭର୍ଚୁଆଲ ମୋଡରେ ହେବ ।
ଶୀତ ଅବକାଶ ଶେଷ ହେବା ପରେ ସୋମବାର ଶୀର୍ଷ ଅଦାଲତ ଆରମ୍ଭ ହୋଇଛି । ଭିଡଜନିତ ସଂକ୍ରମଣକୁ ଏଡାଇବା ପାଇଁ ଏଭଳି ନିଷ୍ପତ୍ତି ହୋଇଛି । ଦେଶରେ ପାଖାପାଖି ୧୫ଶହରୁ ଅଧିକ ନୂଆ ଭାରିଏଣ୍ଟରେ ସଂକ୍ରମିତ ହେଲେଣି । ଦିଲ୍ଲୀ ମୁମ୍ବାଇ ଭଳି ବଡ ବଡ ସହରେ ସଂକ୍ରମଣ ଆତଙ୍କ ଖେଳାଇଲାଣି । ମହାମାରୀ ଆସିବା ପରେ ୨୦୨୦ରେ ସୁପ୍ରିମକୋର୍ଟ ଭର୍ଚୁଆଲରେ ମାମଲାର ଶୁଣାଣି କରିଥିଲେ। ଅକ୍ଟୋବର 7 ରେ ହାଇବ୍ରିଡ୍ ମୋଡ୍ କୁ ବଦଳିଥିଲା ।