ଓଡିଶା

odisha

By

Published : Aug 4, 2023, 10:24 PM IST

ETV Bharat / bharat

Relief to Margadarshi: ଆନ୍ଧ୍ର ସରକାରଙ୍କୁ ଝଟକା, ତେଲେଙ୍ଗାନା ହାଇକୋର୍ଟଙ୍କ ରାୟରେ ହସ୍ତକ୍ଷେପ କରିବେନି ସୁପ୍ରିମକୋର୍ଟ

ମାର୍ଗଦର୍ଶୀ ଚିଟଫଣ୍ଡ ମାମଲାରେ ଆନ୍ଧ୍ର ପ୍ରଦେଶ ସରକାରଙ୍କୁ ସୁପ୍ରିମ ଝଟକା । ତେଲେଙ୍ଗାନା ହାଇକୋର୍ଟଙ୍କ ଅନ୍ତରୀଣ ଆଦେଶରେ ହସ୍ତକ୍ଷେପ ନ କରିବାକୁ ମନା କରିବା ସହ ୨ଟି ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ

Margadarsi Chit Fund case
Margadarsi Chit Fund case

ନୂଆଦିଲ୍ଲୀ: ମାର୍ଗଦର୍ଶୀ ଚିଟଫଣ୍ଡ୍‌ ମାମଲାରେ ଆନ୍ଧ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା । ମାର୍ଗଦର୍ଶୀ ଚିଟ୍ ଫଣ୍ଡ ମାମଲା ସ୍ଥାନାନ୍ତର କରିବାକୁ ଆନ୍ଧ୍ରପ୍ରଦେଶ ସରକାର ଆବେଦନ କରିଥିଲେ । ତେବେ ଆଜି(ଶୁକ୍ରବାର) ସୁପ୍ରିମକୋର୍ଟ ଏହି ଆବେଦନକୁ ଖାରଜ କରିଦେଇଛନ୍ତି । ତେବେ ତେଲେଙ୍ଗାନା ହାଇକୋର୍ଟଙ୍କ ଅନ୍ତରୀଣ ଆଦେଶରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବେ ନାହିଁ ବୋଲି ଶୁଣାଣି କରି କହିଛନ୍ତି ।

ସୁପ୍ରିମକୋର୍ଟ ଏହି ମାମଲାରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ଆବେଦନ ହୋଇଥିବା ସ୍ପେଶାଲ ଲିଭ୍‌ ପିଟିସିନ (ଏସଏଲପି)କୁ ଖାରଜ କରିଛନ୍ତି । ଆଉ ଶୁଣାଣି ସମୟରେ ସର୍ବୋଚ୍ଚ ଅଦାଲତ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ମାର୍ଗଦର୍ଶୀ ମାମଲାରେ ତେଲେଙ୍ଗାନା ହାଇକୋର୍ଟଙ୍କ ଅନ୍ତରୀଣ ଆଦେଶ ଉପରେ ହସ୍ତକ୍ଷେପ କରିବାର କୌଣସି ଆବଶ୍ୟକତା ନାହିଁ । ଏହି ମାମଲା ସମ୍ବନ୍ଧିତ ସମସ୍ତ ଶୁଣାଣି ତେଲେଙ୍ଗାନା ହାଇକୋର୍ଟରେ ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ମାର୍ଗଦର୍ଶୀ ଚିଟଫଣ୍ଡ କମ୍ପାନୀ ବିରୋଧରେ ଆନ୍ଧ୍ରପ୍ରଦେଶ ସିଆଇଡି ପକ୍ଷରୁ ରୁଜୁ ହୋଇଥିବା ମାମଲାର ଶୁଣାଣି ତେଲେଙ୍ଗାନା ହାଇକୋର୍ଟଙ୍କ ଅଧିକାର ପରିସରଭୁକ୍ତ ବୋଲି ସର୍ବୋଚ୍ଚ ଅଦାଲତ ଟିପ୍ପଣୀ କରିଛନ୍ତି । ଏଣୁ ସୁପ୍ରିମକୋର୍ଟ ଆନ୍ଧ୍ର ସରକାରଙ୍କ ଆବେଦନକୁ ଖାରଜ କରିଛନ୍ତି ।

ଏହା ବି ପଢନ୍ତୁ- ମିଥ୍ୟା ଅଭିଯୋଗରେ ଆମ ଗ୍ରାହକଙ୍କୁ ହଇରାଣ କରୁଛି ଆନ୍ଧ୍ର CID: ମାର୍ଗଦର୍ଶୀ ଚିଟଫଣ୍ଡ

ସୁପ୍ରିମକୋର୍ଟ ଏହି ମାମଲାର ସମସ୍ତ ପ୍ରମାଣକୁ ତେଲେଙ୍ଗାନା ହାଇକୋର୍ଟରେ ଦାଖଲ କରିବାକୁ ଆନ୍ଧ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ଜେକେ ମାହେଶ୍ବରୀ ଓ କେଭି ବିଶ୍ବନାଥନ କହିଛନ୍ତି, "ଏହି ମାମଲାର ସମସ୍ତ ଆଇନଗତ ବିଚାର କରିବାର ଅଧିକାର ତେଲେଙ୍ଗାନା ହାଇକୋର୍ଟଙ୍କ ନିକଟରେ ରହିଛି । ଏଣୁ ହାଇକୋର୍ଟଙ୍କ ଅନ୍ତରୀଣ ନିର୍ଦ୍ଦେଶ ବିରୋଧରେ ଦାଖଲ ହୋଇଥିବା ଆନ୍ଧ୍ର ସରକାରଙ୍କ ମାମଲାକୁ ଖାରଜ କରାଯାଉଛି । ତେଲେଙ୍ଗାନା ହାଇକୋର୍ଟଙ୍କୁ ଆବେଦନର ମେରିଟକୁ ଅନୁଧ୍ୟାନ କରି ନିଷ୍ପତ୍ତି ନେବା ଉଚିତ । ଯଦି କୌଣସି ଗମ୍ଭୀର ପ୍ରସଙ୍ଗ ସାମ୍ନାକୁ ଆସେ ତେବେ ଆବେଦନକାରୀ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇପାରେ । ସେତେବେଳେ ତେଲେଙ୍ଗାନା ହାଇକୋର୍ଟଙ୍କ ଅନ୍ତରୀଣ ଆଦେଶକୁ ଚ୍ୟାଲଞ୍ଜ କରିବାର ସ୍ବତନ୍ତ୍ରତା ଆବେଦନକାରୀଙ୍କ ନିକଟରେ ରହିବ ।"

ବର୍ତ୍ତମାନ ମାମଲାର ବିଚାର ପ୍ରକ୍ରିୟାକୁ ନଜରରେ ରଖି ଆବେଦନକାରୀଙ୍କ SLP(Special Leave Petition)କୁ ଖାରଜ କରାଯାଇଛି । ଫଳରେ ମାର୍ଗଦର୍ଶୀ କମ୍ପାନୀର ଚେୟାରମ୍ୟାନ ରାମୋଜି ରାଓ ଓ ଏମଡି ଶୈଳଜା କିରଣଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉପରେ ରୋକ ଲଗାଇଥିବା ତେଲେଙ୍ଗାନା ହାଇକୋର୍ଟଙ୍କ ଆଦେଶରେ ହସ୍ତକ୍ଷେପ କରିବେ ନାହିଁ ବୋଲି କହିଛନ୍ତି । ସୂଚନା ଥାଉ କି ଗତ କିଛି ଦିନ ତଳେ ଆନ୍ଧ୍ର ସିଆଇଡି ଉପରେ ବର୍ଷିଥିଲା ଅଗ୍ରଣୀ ଚିଟଫଣ୍ଡ କମ୍ପାନୀ ମାର୍ଗଦର୍ଶୀ ଚିଟଫଣ୍ଡ । ଆନ୍ଧ୍ରପ୍ରଦେଶ କ୍ରାଇମ ଇନ୍‌ଭେଷ୍ଟିଗେସନ ଡିପାର୍ଟମେଣ୍ଟ (AP-CID) ସୁକଳ୍ପିତ, ମିଥ୍ୟା ଏବଂ ଭିତ୍ତିହୀନ ଅଭିଯୋଗ ଆଣି କମ୍ପାନୀର ଗ୍ରାହକଙ୍କୁ ହଇରାଣ କରୁଥିବା ଅଭିଯୋଗ କରିଥିଲା । ଭାରତର ରିଜର୍ଭ ବ୍ୟାଙ୍କ ଦ୍ବାରା ଜାରି କରାଯାଇଥିବା ସମସ୍ତ ବ୍ୟବସାୟିକ ନିର୍ଦ୍ଦେଶାବଳୀକୁ ସଠିକ ଭାବେ କମ୍ପାନୀ ପାଳନ କରୁଥିବା ସ୍ପଷ୍ଟ କରିଥିଲା ।

ABOUT THE AUTHOR

...view details