ନୂଆଦିଲ୍ଲୀ: ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଜାମିନ । ଉତ୍ତରପ୍ରଦେଶ ଲଖୀମପୁର ଖେରୀ ହିଂସାର ବହୁ ଚର୍ଚ୍ଚିତ ଖେରୀ ହିଂସା ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । 8 ସପ୍ତାହ ପାଇଁ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା ଟେନୀଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ସର୍ବୋଚ୍ଚ କୋର୍ଟ ।
ଜାମିନ ମଞ୍ଜୁର ହେବା ପରେ ଜେଲ୍ରୁ ବାହାରିବେ ଆଷିଶ ମିଶ୍ରା । 8 ସପ୍ତାହ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରାଯାଇଛି । କୋର୍ଟଙ୍କ ସର୍ତ୍ତ ମୁତାବକ ଆଶିଷ ଉତ୍ତରପ୍ରଦେଶ ଯାଇପାରିବେ ନାହିଁ । ଟ୍ରାଏଲ କୋର୍ଟରେ ହାଜର ହେବାକୁ ଡାକରା ଆସିଲେ ଏହି ସମୟରେ ଉତ୍ତରପ୍ରଦେଶ ଆସିପାରିବେ ବୋଲି ଅନୁମତି ମିଳିଛି । ଚାଷୀଙ୍କ ଉପରେ ଗାଡି ଚଢାଇବା ଅଭିଯୋଗରେ ଦୀର୍ଘ ଦିନ ହେବ ଜେଲ୍ରେ ଥିବା ଆଶିଷଙ୍କ ଜାମିନ ଆବେଦନ କରିଥିଲେ । ସୁପ୍ରିମକୋର୍ଟ ଗତ ଶୁଣାଣି ବେଳେ ତାଙ୍କ ଜାମିନ ଉପରେ ରାୟ ସଂରକ୍ଷିତ ରଖିଥିଲେ । ଆଜି ଏହି ମାମଲାର ଶୁଣାଣି କରିଥିଲେ ସୁପ୍ରିମକୋର୍ଟ । ବିଚାରପତି ସୂର୍ଯ୍ୟକାନ୍ତ ଏବଂ ଜେ.କେ ମାହେଶ୍ବରୀଙ୍କ ଖଣ୍ଡପୀଠ କହିଛନ୍ତି, "ଏହି ମାମଲାରେ କାହାରି ମତାମତ ଆଡକୁ ଢଳିନାହୁଁ । ଆଶିଷ ମିଶ୍ରାଙ୍କୁ 8 ସପ୍ତାହ ପାଇଁ ସର୍ତ୍ତମୂଳକ ଜାମିନ ମଞ୍ଜୁର କରାଯାଇଛି ।"