ଓଡିଶା

odisha

ETV Bharat / bharat

ଦେଶର ସମସ୍ତ ପୋଲିସ ଷ୍ଟେସନରେ CCTV କ୍ୟାମେରା ଲଗାଇବାକୁ ସୁପ୍ରିମକୋର୍ଟଙ୍କ ଆଦେଶ

ହାଜତରେ ପୋଲିସର ଅତ୍ୟାଚାର ରୋକିବାକୁ ଦେଶର ସମସ୍ତ ପୋଲିସ ଷ୍ଟେସନରେ ସିସିଟିଭି କ୍ୟାମେରା ଲଗାଇବାକୁ ନିର୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ...

By

Published : Dec 2, 2020, 10:55 PM IST

ଦେଶର ସମସ୍ତ ପୋଲିସ ଷ୍ଟେସନରେ CCTV କ୍ୟାମେରା ଲଗାଇବାକୁ ସୁପ୍ରିମକୋର୍ଟଙ୍କ ଆଦେଶ
ଦେଶର ସମସ୍ତ ପୋଲିସ ଷ୍ଟେସନରେ CCTV କ୍ୟାମେରା ଲଗାଇବାକୁ ସୁପ୍ରିମକୋର୍ଟଙ୍କ ଆଦେଶ

ନୂଆଦିଲ୍ଲୀ: ବିଭିନ୍ନ ପୋଲିସ ଷ୍ଟେସନରେ ରିମାଣ୍ଡ ସମୟରେ ପୋଲିସର ଅତ୍ୟାଚାର ନେଇ ସାମ୍ନାକୁ ଆସୁଛି ଖବର । ଏପରି କି ବିଚାର ପୂର୍ବରୁ ହଜାତରେ ହିଁ ହୋଇଯାଉଛି ଅଭିଯୁକ୍ତର ମୃତ୍ୟୁ । ଏଭଳିସ୍ଥିତିରେ ଦେଶର ସମସ୍ତ ପୋଲିସ ଷ୍ଟେସନରେ ସିସିଟିଭି କ୍ୟାମେରା ଲଗାଇବାକୁ ନିର୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

ସର୍ବୋଚ୍ଚ ନ୍ୟାୟାଳୟ ଦେଶର ସମସ୍ତ ରାଜ୍ୟର ପୋଲିସ ଷ୍ଟେସନରେ ଅଡିଓ ରେକର୍ଡିଂ ସହ ସିସିଟିଭି କ୍ୟାମେରା ଲଗାଇବାକୁ ଦେଇଛନ୍ତି ନିର୍ଦେଶ । କେବଳ ଏତିକି ନୁହେଁ, ସିବିଆଇ, ଏନଆଇଏ, ଇଡି, ଏନସିବି କାର୍ଯ୍ୟାଳୟରେ ମଧ୍ୟ ସିସିଟିଭି କ୍ୟାମେରା ଲଗାଇବାକୁ ଦିଆଯାଇଛି ଆଦେଶ ।

ସୁପ୍ରିମକୋର୍ଟ କହିଛନ୍ତି ଯେ ଏହି କ୍ୟାମେରାଗୁଡିକ ପୋଲିସ ଷ୍ଟେସନ, ଲକଅପ୍, କରିଡର, ରିସେପସନ, ସବ୍ ଇନ୍ସପେକ୍ଟର ଏବଂ ଇନ୍ସପେକ୍ଟରଙ୍କ କୋଠରୀ, ପୋଲିସ ଷ୍ଟେସନ ବାହାରେ, ଏବଂ ପ୍ରସ୍ଥାନ ଗେଟରେ ଲଗାଯିବ । କୋର୍ଟ କହିଛନ୍ତି ଯେ ସିସିଟିଭି କ୍ୟାମେରାର ରେକର୍ଡିଂକୁ 18 ମାସ ପର୍ଯ୍ୟନ୍ତ ସୁରକ୍ଷିତ ରଖିବାକୁ ହେବ । ଏହା ସହ ପ୍ରତ୍ୟେକ ଜିଲ୍ଲାରେ ମାନବାଧିକାର ଅଦାଲତ ଗଠନ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ କହିଛନ୍ତି ଯେ ଜେଲରେ ଥିବା ନିର୍ଯାତନାର କୌଣସି ଅଭିଯୋଗ ଏହି କୋର୍ଟରେ ଶୁଣାଣି କରାଯିବା ଉଚିତ ।

ଏହି ନିର୍ଦ୍ଦେଶନାମା ପାଳନ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ରାଜ୍ୟମାନଙ୍କୁ ସର୍ବାଧିକ 6 ମାସ ସମୟ ସୀମା ନିର୍ଦ୍ଧାରଣ କରିବାକୁ କହିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ ଏହା ମାଧ୍ୟମରେ ନାଗରିକମାନଙ୍କର ମୌଳିକ ଅଧିକାର ସୁରକ୍ଷିତ ରହିବ । ଭାରତର ସମ୍ବିଧାନ ନାଗରିକମାନଙ୍କୁ ଦେଶର ଧାରା 21 ଅନୁଯାୟୀ ବ୍ୟକ୍ତିଗତ ସ୍ବାଧୀନତାର ଅଧିକାର ଦେଇଥାଏ । ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ସିସିଟିଭି ସିଷ୍ଟମର କାର୍ଯ୍ୟକାରିତାକୁ ତଦାରଖ କରିବା ପାଇଁ ଦୁଇ ପ୍ରକାର ପ୍ୟାନେଲ ଗଠନ କରାଯିବ । ରାଜ୍ୟ ସ୍ତରୀୟ ପ୍ୟାନେଲରେ ଗୃହ ସଚିବ, ଡିଜିପି, ରାଜ୍ୟ ମହିଳା ଆୟୋଗ, ଜିଲ୍ଲା ମାଜିଷ୍ଟ୍ରେଟ୍ ଏସପି ଇତ୍ୟାଦି ରହିବେ ।

ABOUT THE AUTHOR

...view details