ଓଡିଶା

odisha

ETV Bharat / bharat

ଚନ୍ଦ୍ରବାବୁ ନାଇଡୁଙ୍କ ବିରୋଧରେ FIR ରଦ୍ଦ ମାମଲା, ସୁପ୍ରିମକୋର୍ଟଙ୍କ ୨ ଜଣିଆ ଖଣ୍ଡପୀଠଙ୍କ ବିଭାଜିତ ରାୟ

Chandrababu Naidu Skill development scam case: ବହୁ ଚର୍ଚ୍ଚିତ ଆନ୍ଧ୍ରପ୍ରଦେଶ ଦକ୍ଷତା ବିକାଶ ଯୋଜନାରେ ଦୁର୍ନୀତି ମାମଲା । ସୁପ୍ରିମକୋର୍ଟରେ ଚନ୍ଦ୍ରବାବୁ ନାଇଡୁଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି । ଦୁଇ ଜଣିଆ ଖଣ୍ଡପୀଠଙ୍କ ବିଭାଜିତ ରାୟ । ଅଧିକ ପଢନ୍ତୁ

By ETV Bharat Odisha Team

Published : Jan 16, 2024, 2:21 PM IST

Updated : Jan 16, 2024, 2:31 PM IST

ସୁପ୍ରିମକୋର୍ଟ
ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ବିରୋଧରେ ଦକ୍ଷତା ବିକାଶ ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟଙ୍କ ଶୁଣାଣି । ଆଜି ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠରେ ମାମଲାର ଶୁଣାଣି ହୋଇଛି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଅନିରୁଦ୍ଧ ବୋଷ ଓ ଜଷ୍ଟିସ ବେଲା ତ୍ରିବେଦୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାରେ ବିଭାଜିତ ରାୟ ଦେଇଛନ୍ତି । ବିଭାଜିତ ରାୟ ଯୋଗୁଁ ଏିହ ମାମଲାକୁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କୁ ହସ୍ତାନ୍ତର କରାଯାଇଛି । ଆନ୍ଧ୍ରପ୍ରଦେଶରେ ଦକ୍ଷତା ବିକାଶ ଦୁର୍ନୀତି ମାମଲାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ନାଁରେ ଅପରାଧିକ ମାମଲା ରୁଜୁ ହୋଇଥିଲା । ଏହାକୁ ରଦ୍ଦ କରିବା ଦାବିରେ ଚନ୍ଦ୍ରବାବୁ ନାଇଡୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ଏହାମଧ୍ୟ ପଢନ୍ତୁ..ଚନ୍ଦ୍ରବାବୁଙ୍କୁ ବଡ ଆଶ୍ବସ୍ତି: ଅନ୍ୟ 3 ମାମଲାରେ ମିଳିଲା ଆଗୁଆ ଜାମିନ

ଚନ୍ଦ୍ରବାବୁ ନାଇଡୁ 2023 ସେପ୍ଟେମ୍ବର 9 ତାରିଖରେ ଦକ୍ଷତା ବିକାଶ ଯୋଜନାରେ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲ୍ ଯାଇଥିଲେ । 2023 ଅକ୍ଟୋବର ଶେଷ ପର୍ଯ୍ୟନ୍ତ ସେ ପୋଲିସ ହେପାଜତରେ ଥିଲେ । ଗତବର୍ଷ ଅକ୍ଟୋବର ଶେଷ ଆଡକୁ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ତାଙ୍କୁ ଜାମିନ ମଞ୍ଜୁର କରିବା ପରେ, ସେ ଜାମିନରେ ଜେଲ ବାହାରକୁ ଆସିଛନ୍ତି । ପରେ ଏହି ମାମଲା ରଦ୍ଦ ଦାବିରେ ସେ ସୁପ୍ରିମକୋର୍ଟରେ ପିଟିସନ ଦାଏର କରିଥିଲେ । ଏହାର ଶୁଣାଣି ଆଜି ହୋଇଥିଲା ।

ଉଲ୍ଲେଖଯୋଗ୍ୟ ଯେ, ନାଇଡୁ ମୁଖ୍ୟମନ୍ତ୍ରୀ ଥିବା ବେଳେ ରାଜ୍ୟରେ ଦକ୍ଷତା ବିକାଶ ପ୍ରକଳ୍ପରେ ପ୍ରାୟ 3 ଶହ କୋଟିର ହେରଫେର ହୋଇଥିବା ଅଭିଯୋଗରେ ସିଆଇଡି ଚନ୍ଦ୍ରବାବୁଙ୍କୁ ଗତବର୍ଷ (2022) ସେପ୍ଟେମ୍ବର 9 ତାରିଖରେ ଗିରଫ କରିଥିଲା । ସେପ୍ଟେମ୍ବର 10ରୁ ସେ ଅକ୍ଟୋବର 30 ପର୍ଯ୍ୟନ୍ତ ବିଚାର ବିଭାଗୀୟ ଜେଲରେ ରହିଥିଲେ । ନିଜ ବିରୋଧରେ ଜାରି ମାମଲାକୁ ରାଜନୈତିକ ଉଦ୍ଦେଶ୍ୟମୂଳକ ଦର୍ଶାଇ ସମ୍ପୂର୍ଣ୍ଣ ଖାରଜ କରିବା ପାଇଁ ସେ ସର୍ବୋଚ୍ଚ କୋର୍ଟରେ ମଧ୍ୟ ଆବେଦନ କରିଥିଲେ । ପରେ ତାଙ୍କୁ ଏହି ମାମଲାରେ ଆନ୍ଧ୍ର ହାଇକୋର୍ଟରୁ ପ୍ରଥମେ ଅନ୍ତରୀଣ ଜାମିନ ଓ ପରେ ନିୟମିତ ଜାମିନ ମିଳିଥିଲା । ଏବେ ତାଙ୍କ ବିରୋଧରେ ଥିବା ଅନ୍ୟ 3 ମାମଲାରେ ମଧ୍ୟ କୋର୍ଟ ତାଙ୍କୁ ଆଗୁଆ ଜାମିନ ପ୍ରଦାନ କରିବା ପରେ ତାଙ୍କ ଗିରଫଦାରୀ ଉପରେ ଆଶଙ୍କା ହଟିଥିଲା । ତେବେ ଦକ୍ଷତା ବିକାଶ ଦୁର୍ନୀତି ମାମଲାରେ ତାଙ୍କ ବିରୋଧରେ ଅପରାଧିକ ତଦନ୍ତ ଓ ଏତଲା ରଦ୍ଦ କରିବା ନେଇ ସୁପ୍ରିମକୋର୍ଟ ଆଜି ବିଭାଜନ ରାୟ ଶୁଣାଇଛନ୍ତି ।

Last Updated : Jan 16, 2024, 2:31 PM IST

ABOUT THE AUTHOR

...view details