ମେଷ:ଆଜି ରବି ବୃଷ ରାଶିରେ ପ୍ରବେଶ କରିବେ । ଏହି ସମୟରେ ନିଜ କଥା ଉପରେ ଆପଣ ନିୟନ୍ତ୍ରଣ ରଖନ୍ତୁ । ପରିବାରର ସଦସ୍ୟମାନଙ୍କ ସହିତ ବ୍ୟବଧାନକୁ ବଢ଼ିବାକୁ ଦିଅନ୍ତୁ ନାହିଁ । ହେଲେ ଆର୍ଥିକ ଦୃଷ୍ଟିକୋଣରୁ ଏହି ସମୟ ଅତ୍ୟନ୍ତ ଶୁଭ ଅଟେ ।
ଉପଚାର - ପ୍ରତିଦିନ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଦିଅନ୍ତୁ ।
ବୃଷ:ବୃଷ ସଂକ୍ରାନ୍ତି ପର ଠାରୁ ଗୋଟିଏ ମାସ ମଧ୍ୟରେ ଆପଣଙ୍କର ଅନେକ ସମସ୍ୟାର ସମାଧାନ ହୋଇଯିବ । ଆପଣ କିଛି ମାତ୍ରାରେ ଅହଂକାରୀ ହେବାର ସମ୍ଭାବନା ଅଛି । ଏହି ସମୟରେ ବ୍ୟବସାୟ ସହଭାଗୀ ଓ ଜୀବନସାଥୀଙ୍କ ସହିତ କଥାବାର୍ତ୍ତା କରିବା ବେଳେ ସତର୍କ ରୁହନ୍ତୁ ।
ଉପଚାର - ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ ।
ମିଥୁନ:ବୃଷ ରାଶିରେ ରବିଙ୍କର ପ୍ରବେଶ ହେବା ଦ୍ଵାରା ମିଥୁନ ରାଶି ଥିବା ବ୍ୟକ୍ତିମାନଙ୍କର ଅନେକ କାମ ସହଜରେ ସମ୍ପାଦନ ହୋଇଯିବ । ପୁରୁଣା ରୋଗ ଭଲ ହୋଇଯିବ ଏବଂ ଆପଣ କାମ ପାଇଁ ଗୋଟିଏ ନୂଆ ସୁଯୋଗ ମଧ୍ୟ ପାଇବାର ସମ୍ଭାବନା ଅଛି । ସମ୍ପର୍କକୁ ଉନ୍ନତ କରିବା ପାଇଁ ଗୋଟିଏ ସୁଯୋଗ ମିଳିବ । ଶତୃମାନେ ପରାଜିତ ହେବେ ।
ଉପଚାର - ସୂର୍ଯ୍ୟାଷ୍ଟକ ଜପ କରନ୍ତୁ ।
କର୍କଟ: ବୃଷ ରାଶିରେ ରବି ରହିଥିବା ପର୍ଯ୍ୟନ୍ତ ଆପଣ ପ୍ରଚୁର ସମ୍ମାନ ପାଇବେ । ଆପଣ ନୂଆ ଲୋକମାନଙ୍କ ସମ୍ପର୍କରେ ଆସିବେ । ଏହି ସମୟରେ ଆପଣ ଆୟର ପନ୍ଥାଗୁଡ଼ିକୁ ବୃଦ୍ଧି କରିବା ପାଇଁ ମଧ୍ୟ ଚେଷ୍ଟା କରିବେ । ଆପଣ ସରକାରୀ କାମରୁ ଲାଭବାନ ହେବାର ସମ୍ଭାବନା ଅଛି । ଆପଣ ବନ୍ଧୁମାନଙ୍କର ସହଯୋଗ ପାଇବେ ।
ଉପଚାର - ଭଗବାନ ଶିବଙ୍କର ଉପାସନା କରନ୍ତୁ ।
ସିଂହ:ଏହି ରାଶିର ବ୍ୟକ୍ତିମାନେ ବୃଷ ସଂକ୍ରାନ୍ତି ପର ଠାରୁ ଗୋଟିଏ ମାସ ପର୍ଯ୍ୟନ୍ତ ସେମାନଙ୍କ ବ୍ୟବସାୟ ଉପରେ ଅଧିକ ଧ୍ୟାନ ଦିଅନ୍ତୁ । ପାରିବାରିକ ଜୀବନ ଆନନ୍ଦମୟ ହେବ । ଏହି ସମୟରେ ଆପଣ ବାପାଙ୍କ ଠାରୁ ସ୍ଵତନ୍ତ୍ର ଭାବେ ଆଶୀର୍ବାଦ ପାଇବେ ।
ଉପଚାର - ସୂର୍ଯ୍ୟ ଦେବତାଙ୍କର ଯେକୌଣସି ମନ୍ତ୍ର ଜପ କରନ୍ତୁ ।
କନ୍ୟା:ବୃଷ ସଂକ୍ରାନ୍ତି ଠାରୁ ଗୋଟିଏ ମାସ ପର୍ଯ୍ୟନ୍ତ ଏହି ରାଶିର ବ୍ୟକ୍ତି ସେମାନଙ୍କ ବାପାଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । କୌଣସି ଅଯଥା ଚିନ୍ତା ଦ୍ଵାରା ଆପଣ ଚାପଗ୍ରସ୍ତ ହେବାର ସମ୍ଭାବନା ଅଛି । ଭାଇଭଉଣୀମାନଙ୍କ ସହିତ ଆପଣଙ୍କର ସମ୍ପର୍କ ମଧୁର ହେବ ।
ଉପଚାର - ପ୍ରତିଦିନ ଗୋଟିଏ ମାଳି ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ ।