ମେଷ
ବର୍ତ୍ତମାନ ରବି ତୁଳା ରାଶିରୁ ବିଛା ରାଶିରେ ପ୍ରବେଶ କରିବେ । ମେଷ ରାଶିର ବ୍ୟକ୍ତିମାନଙ୍କର ଖର୍ଚ୍ଚ ଗୋଟିଏ ମାସ ପାଇଁ ବୃଦ୍ଧିପାଇବ । ବର୍ତ୍ତମାନ ଭ୍ରମଣ ଓ ଯୋଗ କରିବେ । ସ୍ୱାସ୍ଥ୍ୟ ଭଲ ରହିବା ସହିତ କାର୍ଯ୍ୟ କ୍ଷେତ୍ରରେ ପଦୋନ୍ନତୀ ହେବ ଏବଂ ସମ୍ମାନ ମଧ୍ୟ ବୃଦ୍ଧି ପାଇବ ।
ଉପଚାର– ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ ।
ବୃଷ
ବିଛା ରାଶିରେ ରବିଙ୍କର ଚଳନ ହେଉଥିବା କାରଣରୁ ବୃଷ ରାଶି ଥିବା ବ୍ୟକ୍ତିମାନଙ୍କର ଗୃହସ୍ଥ ଜୀବନ ଅଶାନ୍ତ ହୋଇପାରେ । ଏହି ସମୟରେ ଆପଣ ସନ୍ତାନମାନଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତିତ ରହିପାରନ୍ତି । ବ୍ୟବସାୟ ସହଭାଗୀମାନଙ୍କ ସହିତ ଆପଣଙ୍କର ମତାନ୍ତର ଉଜାଗର ହୋଇପାରେ ।
ଉପଚାର – ପ୍ରତି ଦିନ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଅର୍ପଣ କରନ୍ତୁ ।
ମିଥୁନ
ବିଛା ରାଶିକୁ ରବିଙ୍କର ଚଳନ ହେଉଥିବା କାରଣରୁ ମିଥୁନ ରାଶିର ବ୍ୟକ୍ତିମାନଙ୍କ ପାଇଁ ସମୟ ଅନୁକୂଳ ହୋଇପାରେ । ଭାଗ୍ୟ ଆପଣଙ୍କ ପକ୍ଷରେ ରହିବ । ଶତୃପକ୍ଷ ଦୁର୍ବଳ ହେବେ । ବିଦେଶରୁ ଆପଣ ଲାଭବାନ ହୋଇପାରନ୍ତି ।
ଉପଚାର – ସୂର୍ଯ୍ୟଙ୍କର ଯେକୌଣସି ମନ୍ତ୍ର ଜପ କରନ୍ତୁ ।
କର୍କଟ
କର୍କଟ ରାଶି ପାଇଁ ଏହି ବିଛା ରାଶିରେ ରବିଙ୍କର ଚଳନ ସମୟ ପୂର୍ବ ଭଳି ସାଧାରଣ ହେବ । ଏହି ସମୟରେ ଆପଣ ନିଜର ବାକ୍ୟ ନିୟନ୍ତ୍ରଣ କରିବା ଆବଶ୍ୟକ । ଭ୍ରମଣ ପାଇଁ ସମୟ ଶୁଭ ରହିବ । ଆପଣଙ୍କର କ୍ଷମତା ବୃଦ୍ଧି ହୋଇପାରେ ।
ଉପଚାର – ଗୋଟିଏ ମାଳା ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ ।
ସିଂହ
ବିଛା ରଶିରେ ରବିଙ୍କର ଚଳନ ହେଉଥିବାରୁ ଆପଣ ବ୍ୟାବସାୟୀକ ଲାଭ ପାଇବେ। ଚାକିରି କ୍ଷେତ୍ରରେ ଅଗ୍ରଗତି କରିବା ପାଇଁ ମାର୍ଗ ଫିଟିଯିବ । ହେଲେ ଏହି ସମୟରେ ମା’ଙ୍କ ସ୍ୱାସ୍ଥ୍ୟ ଚିନ୍ତାଜନକ ହୋଇପାରେ ।
ଉପଚାର – ଗରିବଙ୍କୁ ଗହମ ଦାନ କରନ୍ତୁ ।
କନ୍ୟା
ବର୍ତ୍ତମାନ ରବି ଆପଣଙ୍କ ରାଶିର ତୃତୀୟ ଘରେ ରହିବେ । ଏହା ଦ୍ୱାରା ଆପଣଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ହେଲେ ନିଜର ସାନ ଭାଇଭଉଣୀମାନଙ୍କ ସହିତ ମନୋମାଳିନ୍ୟ ବୃଦ୍ଧି ହୋଇପାରେ । ଗଳାରେ ଯନ୍ତ୍ରଣା କିମ୍ବା ଅଣନିଃଶ୍ୱାସୀ ହେବା ଭଳି ଅନୁଭବ କରିପାରନ୍ତି ।
ଉପଚାର– ପ୍ରତିଦିନ ସୂର୍ଯ୍ୟ ଦେବତାଙ୍କର ଆରାଧନା କରନ୍ତୁ ।