ଭୋପାଲ:ସେନାବାହିନୀରେ ସାମିଲ ହେବା କିଛି ଛୋଟ କଥା ନୁହେଁ । ଏହା ଏକ ଗୌରବମୟ ମୂହୁର୍ତ୍ତ । କିନ୍ତୁ ନିପଟ ମଫସଲିଆ ଗାଁର ଗରିବ ପରିବାରର ଝିଅ ଯେତେବେଳେ ସ୍ଥଳସେନାରେ(ARMY) ଭର୍ତ୍ତି ହୋଇ ଗାଁକୁ ଫେରିଥାଏ, ତେବେ ସେଠାକାର ମାହୋଲ ପୁରା ଅଲଗା ପ୍ରକାର ହୋଇଥାଏ । ଏମିତି ଏକ ସୁଖଦମୟ ଦୃଶ୍ୟ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ରାଜଗଡ ଜିଲ୍ଲାରେ । ଏଠାକାର ପିପଲ୍ୟା ରସୋଡା ଗାଁର ଝିଅ ସନ୍ଧ୍ୟା ଭିଲାଲା ୮ ମାସ ଧରି ସେନା ଟ୍ରେନିଂ ନେବା ପରେ ଗାଁକୁ ଫେରିଛନ୍ତି ।
ସନ୍ଧ୍ୟାର ଏହି ଉପଲବ୍ଧିରେ କେବଳ ତାଙ୍କ ପରିବାର କାହିଁକି, ସମ୍ପୂର୍ଣ୍ଣ ଅଞ୍ଚଳ ଖୁସିରେ ନାଚି ଉଠିଛି । ସେନା ବର୍ଦ୍ଦିରେ ଗାଁରେ ପାଦ ଦେବା ମାତ୍ରେ ହିଁ ପରିବାର ସମେତ ସାରା ଗାଁ ଲୋକେ ଢୋଲ, ତୂରୀ ସହ ଶୋଭାଯାତ୍ରା ବାହାର କରିଥିଲେ । ଯେଉଁଥିରେ ସେମାନେ ସନ୍ଧ୍ୟାଙ୍କୁ ଘୋଡାରେ ବସାଇ ଗାଁ ପରିକ୍ରମା କରାଇଥିଲେ । ସମସ୍ତେ ଖୁସିରେ ଝୁମି ଉଠିଥିଲେ । ଗାଁରେ ଥିବା ପ୍ରତି ଘର ପକ୍ଷରୁ ସନ୍ଧ୍ୟାଙ୍କୁ ଫୁଲମାଳ ପିନ୍ଧାଯାଇ ଚନ୍ଦନ ଲଗାଯାଇଥିଲା । ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ସନ୍ଧ୍ୟାଙ୍କୁ ଆର୍ଶୀବାଦ ଦେବା ସହ ଅଞ୍ଚଳର ନାଁ ରଖିଥିବାରୁ ଧନ୍ୟବାଦ ଜଣାଇଥିଲେ । ଗାଁ ଲୋକଙ୍କର ଏହି ଭଲପାଇବା ଓ ସ୍ନେହ ଦେଖି ସନ୍ଧ୍ୟାଙ୍କ ଆଖି ଜକେଇ ଆସିଥିଲା । ସେ କେବେ ସ୍ବପ୍ନରେ ମଧ୍ୟ ଭାବି ନଥିଲେ ଯେ, ଟ୍ରେନିଂ ପରେ ଗାଁକୁ ଫେରିଲେ ତାଙ୍କର ଏପରି ଭବ୍ୟ ସ୍ବାଗତ କରାଯିବ । ସନ୍ଧ୍ୟା କହିଲେ ଏଇଟା ହିଁ ମୋ ପାଇଁ ସବୁଠାରୁ ବଡ ଉପହାର । ଆଉ ଏହାକୁ ମୁଁ କେବେ ମଧ୍ୟ ଭୁଲିପାରିବି ନାହିଁ ।
ଦିନ ମଜୁରିଆଙ୍କ ଝିଅ ସନ୍ଧ୍ୟା:
ସନ୍ଧ୍ୟାଙ୍କ ବାପା ଦେବଚନ୍ଦ ଭିଲାଲା ଜଣେ ଦିନ ମଜୁରିଆ । ଓଳିଏ ଖାଇଲେ ଓଳିଏ ଉପାସ । ଦେବଚନ୍ଦଙ୍କର ୩ ଝିଅ ଓ ୨ ପୁଅ । ସନ୍ଧ୍ୟା ୩ ଭଉଣୀଙ୍କ ମଧ୍ୟରେ ସବୁଠାରୁ ଛୋଟ । ମଜୁରୀରୁ ଯାହା ଟଙ୍କା ଆସେ । ସେଥିରେ ପୁରା ପରିବାର ଚଳନ୍ତି ।
ପାଠ ପଢିବା ପାଇଁ କ୍ଷେତରେ କରୁଥିଲେ ମଜୁରୀ: