ନୂଆଦିଲ୍ଲୀ: ଦେଶରେ କୋରୋନା ବିରୋଧରେ ଚାଲିଥିବା ଲଢ଼େଇ ମଧ୍ୟରେ ଏକ ବଡ଼ ତଥା ଆଶ୍ବସ୍ତିକର ଖବର ସାମ୍ନାକୁ ଆସିଛି। ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ICMR) ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ, କୋଭାକ୍ସିନ୍ ଏବଂ କୋଭିସିଲ୍ଡର ମିଶ୍ରଣ ଟିକା କୋଭିଡ ବିରୋଧରେ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି ।
ଅଧ୍ୟୟନ ଅନୁଯାୟୀ, ଆଡେନୋଭାଇରସ୍ ଭେକ୍ଟର ପ୍ଲାଟଫର୍ମ-ଆଧାରିତ ଟିକାର ମିଶ୍ରଣ ସହିତ ଟୀକାକରଣ ଭାଇରସକୁ ନିଷ୍କ୍ରିୟ କରିବା ସହିତ ଏହା ସୁରକ୍ଷିତ ଅଟେ । କେବଳ ଏତିକି ନୁହେଁ, ଏହା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢାଇଥାଏ ।
କୋରୋନା ଭ୍ୟାକ୍ସିନକୁ ନେଇ ସାରା ବିଶ୍ବରେ ଜାରି ରହିଛି ଅନୁସନ୍ଧାନ । ଭିନ୍ନ ଭିନ୍ନ ଭ୍ୟାକ୍ସିନ ଡୋଜ ଦେବା ଦ୍ବାରା କୋରୋନା ବିରୋଧରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ହେବ ବୋଲି ଆଶା ରଖିଛନ୍ତି ବୈଜ୍ଞାନିକ । ଏହାରି ମଧ୍ୟରେ ଭାରତରେ ଏକ ଷ୍ଟଡିର ରିପୋର୍ଟ ସାମ୍ନାକୁ ଆସିଛି, ଯେଉଁଥିରେ ମିକ୍ସ ଭ୍ୟାକ୍ସିନ ବ୍ୟବହାରୁ ମିଳିଛି ପଜିଟିଭ ରିପୋର୍ଟ ।
ଇଣ୍ଡିଆନ କାଉନସିଲ ଅଫ ମେଡିକାଲ(ICMR) ଷ୍ଟଡିରୁ ଜଣାପଡିଛି ଯେ ପ୍ରଥମ ଡୋଜ କୋଭିସିଲ୍ଟ ଓ ଦ୍ବିତୀୟ ଡୋଜ କୋଭାକ୍ସିନ ଦେବା ଦ୍ବାରା ଭାଇରସ ବିରୋଧରେ ରୋଗ ପ୍ରତିରୋଧକ ଶକ୍ତିର ବୃଦ୍ଧି ଦେଖିବାକୁ ମିଳିଛି ।