ଗାନ୍ଧୀନଗର: ଗୁଜୁରାଟ ସୁରଟର ସର୍ଦ୍ଦାର ବଲ୍ଲଭଭାଇ ଜାତୀୟ ପ୍ରଯୁକ୍ତିବିଦ୍ୟା ସଂସ୍ଥାର ଛାତ୍ରମାନେ ନିର୍ମାଣ କରିଥିବା ରୋଭର 'ଅଗସ୍ତ୍ୟ' ମଡେଲକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏହି ରୋଭର ଗ୍ରହମାନଙ୍କ ଉପସ୍ଥିତି ସାଙ୍ଗକୁ ସେମାନଙ୍କ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରିବାରେ ସାହାଯ୍ୟ କରିବ । ଏହି ରୋଭର ନିର୍ମାଣ ଲାଗି ଦେଢ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଏଥିରେ ସମସ୍ତ ଅତ୍ୟାଧୁନିକ ଟେକନିକର ସୁବିଧା ଉପଲବ୍ଧ ରହିଛି । ଏହାସହିତ ରୋଭର ଅଗସ୍ତ୍ୟ ମହତ୍ତ୍ବପୂର୍ଣ୍ଣ ରୋଭର ମଡେଲ ଅନ୍ତର୍ଜାତୀୟ ରୋଭର ଚ୍ୟାଲେଞ୍ଜ ଚମ୍ପିଆନସିପରେ ଚୟନ ହୋଇଛି ।
ଏହାପରେ 'ଅଗସ୍ତ୍ୟ' କୋଏମ୍ବାଟୁର ଚମ୍ପିଆନସିପର ଦ୍ବିତୀୟ ରାଉଣ୍ଡରେ ମଧ୍ୟ ଚୟନ ହୋଇଛି । ଏହି ଦ୍ବିତୀୟ ରାଉଣ୍ଡରେ ବାଂଲାଦେଶ, ପୋଲାଣ୍ଡ ଓ ଅନ୍ୟ ଦେଶର ରୋଭର ମଧ୍ୟ ଅଂଶଗ୍ରହଣ କରିବେ । ଏହି ଅଗସ୍ତ୍ୟ ରୋଭରର ନିର୍ମାଣ ଲାଗି SVNITର ମୋଟ ୨୫ ଜଣ ଛାତ୍ର ଗତ ୪ ମାସ ଧରି ଲଗାତାର କାମ କରିଆସୁଥିଲେ । ଏହି ରୋଭର ନିର୍ମାଣ ସମୟରେ ଇଲେକ୍ଟ୍ରୋନିକ, ମେକାନିକାଲ, ସିଇ ବିଭାଗର ଛାତ୍ରଛାତ୍ରୀ ମଧ୍ୟ ଅଂଶଗ୍ରହଣ କରିଥିଲେ । ଏହା ମହାକାଶରେ ଗ୍ରହମାନଙ୍କ ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରିବା ଲାଗି ଉପଯୁକ୍ତ ଥିବାରୁ ଏହାକୁ ଅନ୍ତର୍ଜାତୀୟ ଚମ୍ପିଆନସିପରେ ବେଶ ପସନ୍ଦ କରାଯାଉଛି । ଅନ୍ୟ ଦେଶର ରୋଭରଗୁଡ଼ିକୁ ଅଗସ୍ତ୍ୟ ଟକ୍କର ଦେଉଥିବା ଜଣାପଡିଛି ।
ଏହା ବି ପଢନ୍ତୁ- ଅଦରକାରୀ ଲୁହାରେ ଆଇଟିଆଇ ଛାତ୍ର ନିର୍ମାଣ କଲେ 30 ଫୁଟ ଉଚ୍ଚ ଭାରତ ମାନଚିତ୍ର