ଥିରୁଅନନ୍ତପୁରମ:ୱାୟନାଡ଼ରେ ରାହୁଲ ଗାନ୍ଧୀଙ୍କ ଅଫିସ୍ ଭାଙ୍ଗିଛନ୍ତି ଭାରତୀୟ ଛାତ୍ର ସଂଘର କର୍ମକର୍ତ୍ତା SFI (Students Federation of India) । ଛାତ୍ର ସଂଘର କର୍ମକର୍ତ୍ତା ରାହୁଲ ଗାନ୍ଧୀଙ୍କ ଅଫିସ ମଧ୍ୟରେ ପ୍ରବେଶ କରିବା ସହ ସେଠାରେ ଥିବା ଅନେକ ଜିନିଷ ଭଙ୍ଗାରୁଜା କରିଛନ୍ତି । ସୁପ୍ରିମକୋର୍ଟଙ୍କ ବଫର ଜୋନ୍ ନିର୍ଦ୍ଦେଶକୁ ନେଇ ରାହୁଲ ଗାନ୍ଧୀଙ୍କ ପ୍ରତିକ୍ରିୟା ଚାହିଁଥିଲା ଭାରତୀୟ ଛାତ୍ର ସଂଘ ।
ତେବେ ଏହାକୁ ନେଇ ରାହୁଲ ଗାନ୍ଧୀଙ୍କ କୌଣସି ପ୍ରତିକ୍ରିୟା ନଆସିବାରୁ ଛାତ୍ର ସଂଘ ଶୁକ୍ରବାର ପଦଯାତ୍ରା ବାହାର କରିଥିଲା । ଛାତ୍ରଙ୍କୁ ପୋଲିସ ରୋକିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ଛାତ୍ର ସଂଘର କର୍ମକର୍ତ୍ତା ଉତ୍ତ୍ୟକ୍ତ ହୋଇ ହିଂସା ଘଟାଇବା ଆରମ୍ଭ କରିଥିଲେ । ସମସ୍ତ ଜାତୀୟ ଉଦ୍ୟାନ, ସଂରକ୍ଷିତ ଜଙ୍ଗଲ, ଅଭୟାରଣ୍ୟକୁ ୧ କିମି ଅନ୍ତର୍ଗତକୁ ବଫର ଜୋନ୍ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ଦାବି କରିଛି ଭାରତୀୟ ଛାତ୍ର ସଂଘ ।