କୋଲକାତା:ବିଦ୍ୟାଳୟରେ ପିଅନ କାମ କରୁଛନ୍ତି କୁନିକୁନି ଛାତ୍ରଛାତ୍ରୀ (Students do all school works in WB) । ଝାଡୁ କରିବାଠୁ ଆରମ୍ଭ କରି ଓଜନ ବେଞ୍ଚ ଡେସ୍କକୁ ସ୍ଥାନାନ୍ତର କରିବା ପର୍ଯ୍ୟନ୍ତ କାର୍ଯ୍ୟ କରୁଛନ୍ତି । ଏପରି ଦୃଶ୍ୟ ପଶ୍ଚିମବଙ୍ଗ ଦୁର୍ଗାପୁର ଖେରୋବାଦି ପ୍ରାଥମିକ ବିଦ୍ୟାଳୟ (Kherobadi Primary School)ରେ ଦେଖିବାକୁ ମିଳିଛି । ଏହି ଦୃଶ୍ୟଗୁଡି଼କ ଇଟିଭି ଭାରତ କ୍ୟାମେରାରେ କଏଦ ହୋଇଥିବା ବେଳେ ଏ ନେଇ ଛାତ୍ରଛାତ୍ରୀଙ୍କ ଅଭିଭାବକ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ଦୁର୍ଗାପୁର କାଙ୍କସାସ୍ଥିତ ଖେରୋବାଦି ପ୍ରାଥମିକ ବିଦ୍ୟାଳୟରେ କୁନି କୁନି ପିଲାମାନେ ପାଠ ପଢିବା ବ୍ୟତୀତ ପିଅନର ସମସ୍ତ କାର୍ଯ୍ୟ କରୁଛନ୍ତି । ବାଲ୍ଟିରେ ପାଣି ଭରିବା ସହ ଓଜନ ବେଞ୍ଚ୍ଡେସ୍କ୍ ସ୍ଥାନାନ୍ତର କରିବା, ପଡ଼ିଆ ଝାଡୁ ମାରିବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଫଟୋଗୁଡ଼ିକ ଅଭିଭାବକମାନେ ଦେଖିବା ପରେ କ୍ରୋଧ ଭାବ ପ୍ରକାଶ କରିଛନ୍ତି । ଏହି ବିଦ୍ୟାଳୟରେ ମୋଟ ୬୩ ଜଣ ଛାତ୍ରଛାତ୍ରୀ ପାଠ ପଢିଥାନ୍ତି । ଏଠାରେ ପ୍ରଥମରୁ ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବା ବେଳେ ୩ ଜଣ ଶିକ୍ଷକ ପାଠ ପଢାଇଥାନ୍ତି । ଏଠାରେ କୌଣସି ପିଅନ ନିଯୁକ୍ତି ହୋଇଥାନ୍ତି । ଫଳରେ କୁନିକୁନି ପିଲାମାନେ ବିଦ୍ୟାଳୟର କାର୍ଯ୍ୟ କରୁଥିବା ନଜରକୁ ଆସିଛି ।