ଥିରୁଅନନ୍ତପୁରମ:ଏଣିକି ବିଦ୍ୟାଳୟରେ ଶ୍ରେଣୀ ଶିକ୍ଷକଙ୍କୁ ଲିଙ୍ଗ ଅନୁଯାୟୀ ସାର କିମ୍ବା ମ୍ୟାଡାମ ଡାକି ସମ୍ଭୋଧନ କରିବେ ନାହିଁ ଛାତ୍ରଛାତ୍ରୀ । ଏହା ବଦଳରେ ଉଭୟଙ୍କୁ ଟିଚର୍ ଭାବେ ସମ୍ବୋଧିତ କରାଯିବା ଉଚିତ ବୋଲି କେରଳର ଶିଶୁ ଅଧିକାର ପ୍ୟାନେଲ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରେଣୀ ଗୃହରେ ଥିବା ଶିକ୍ଷାଦାତାଙ୍କୁ ସମ୍ବୋଧନ କରିବା ପାଇଁ ସାର୍ କିମ୍ବା ମ୍ୟାଡାମ ପରି ସମ୍ମାନ ଅପେକ୍ଷା 'ଟିଚର୍' ଏକ ଲିଙ୍ଗ-ନିରପେକ୍ଷ ଶବ୍ଦ ବୋଲି କହିଛନ୍ତି କେରଳର ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ।
ଶିଶୁ ଅଧିକାର ପ୍ୟାନେଲ ଚେୟାରମ୍ୟାନ କେ.ଭି ମନୋଜ କୁମାର ଏବଂ ସି ବିଜୟକୁମାରଙ୍କୁ ନେଇ ଗଠିତ ଏକ ବେଞ୍ଚ ବୁଧବାର ଦିନ ରାଜ୍ୟର ସମସ୍ତ ବିଦ୍ୟାଳୟରେ ସାର ଓ ମ୍ୟାଡାମ ପରିବର୍ତ୍ତେ ଶିକ୍ଷକ ଶବ୍ଦ ବ୍ୟବହାର କରିବାକୁ ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଶିକ୍ଷକଙ୍କୁ ଲିଙ୍ଗ ଅନୁଯାୟୀ ସାର ଓ ମ୍ୟାଡାମ ଭାବେ ସମ୍ବୋଧିତ କରି ଲିଙ୍ଗଗତ ଭେଦଭାବକୁ ଶେଷ କରିବା ପାଇଁ ଜଣେ ବ୍ୟକ୍ତି ଏକ ଯାଚିକା ଦାଖଲ କରିବା ପରେ ଏନେଇ ଆଲୋଚନା କରାଯାଇ ଏପରି ନିଷ୍ପତ୍ତି ନିଆଯାଇଛି ।
ଏହା ମଧ୍ୟ ପଢନ୍ତୁ-ସର୍ବବୃହତ୍ତ କ୍ରୁଜ ଏମଭି ଗଙ୍ଗା ବିଳାସର ଶୁଭାରମ୍ଭ, ବିକାଶର ନୂଆ ଧାରା ତିଆରି କରିବ କହିଲେ ପ୍ରଧାନମନ୍ତ୍ରୀ
ଏନେଇ ପ୍ୟାନେଲ କହିଛି ଯେ, "ସମସ୍ତ ଶିକ୍ଷାନୁଷ୍ଠାନରେ ଶିକ୍ଷକ ଶବ୍ଦ ବ୍ୟବହାର କରିବାକୁ ଏକ ନିର୍ଦ୍ଦେଶନାମା ଗ୍ରହଣ କରାଯିବା ଉଚିତ, କାରଣ ଏହା ସେମାନଙ୍କୁ ସମ୍ମାନର ସହ ଏବଂ ଲିଙ୍ଗଗତ ଭେଦଭାବ ବିନା ସମ୍ମାନ କରିବା ପାଇଁ ଶିକ୍ଷକ ଏକ ଉପଯୁକ୍ତ ଶବ୍ଦ । ଟିଚର୍ ଶବ୍ଦ ଶିକ୍ଷକଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀଙ୍କୁ ଅଧିକ ନିକଟତର କରିବ ବୋଲି ପ୍ୟାନେଲ କହିଛି । ଆସନ୍ତା ଦୁଇ ମାସ ମଧ୍ୟରେ ଏହି ପରିପ୍ରେକ୍ଷୀରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେନେଇ ରିପୋର୍ଟ ଦାଖଲ କରିବାକୁ ସାଧାରଣ ଶିକ୍ଷା ବିଭାଗର ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପ୍ୟାନେଲ ।"
ସାଧାରଣତଃ ବିଦ୍ୟାଳୟରେ ପୁରୁଷ ଶିକ୍ଷକଙ୍କୁ ସାର ଓ ମହିଳା ଶିକ୍ଷୟିତ୍ରୀଙ୍କୁ ମ୍ୟାଡାମ ଡାକି ଛାତ୍ରଛାତ୍ରୀ ସମ୍ବୋଧନ କରନ୍ତି । କିନ୍ତୁ ଏଥିପାଇଁ ଲିଙ୍ଗଗତ ଭେଦଭାବ ପରିଲକ୍ଷିତ ହେଉଥିବା ଅଭିଯୋଗ ପରେ ବିଦ୍ୟାଳୟରେ କେବଳ ଟିଚର୍ ଡାକିବାକୁ ନିର୍ଦ୍ଦେଶ ଦିଆଯାଇଛି ।