ଓଡିଶା

odisha

ଦିଲ୍ଲୀ ସମେତ ଉତ୍ତର ଭାରତରେ 6.2 ତୀବ୍ରତା ସହ ଭୂକମ୍ପ ଝଟକା, ନେପାଳ କେନ୍ଦ୍ରସ୍ଥଳ !

By ETV Bharat Odisha Team

Published : Oct 3, 2023, 3:52 PM IST

ଦିଲ୍ଲୀ-ଏନସିଆର ଓ ଉତ୍ତର ଭାରତୀୟ ରାଜ୍ୟରେ ଭୂକମ୍ପର ଝଟକା । ଦୁଇ ମିନିଟ ବ୍ୟବଧାନରେ ଦୁଇଟି କମ୍ପନ ଅନୁଭୂତ । ନେପାଳ କେନ୍ଦ୍ରସ୍ଥଳ । ଅଧିକ ପଢନ୍ତୁ

ଦିଲ୍ଲୀ ସମେତ ଉତ୍ତର ଭାରତରେ ଶକ୍ତିଶାଳୀ ଭୂକମ୍ପର ଝଟକା, ନେପାଳ କେନ୍ଦ୍ରସ୍ଥଳ !
ଦିଲ୍ଲୀ ସମେତ ଉତ୍ତର ଭାରତରେ ଶକ୍ତିଶାଳୀ ଭୂକମ୍ପର ଝଟକା, ନେପାଳ କେନ୍ଦ୍ରସ୍ଥଳ !

ନୂଆଦିଲ୍ଲୀ:ଦିଲ୍ଲୀ ସମେତ ଉତ୍ତର ଭାରତ ଅଞ୍ଚଳରେ ଶକ୍ତିଶାଳୀ ଭୂକମ୍ପର ଝଟକା ଅନୁଭୂତ ହୋଇଛି । କିଛି ସମୟ ମଧ୍ୟରେ ଦୁଇଟି କମ୍ପନ ଅନୁଭୂତ ହୋଇଛି । ମାତ୍ର ଦୁଇ ମିନିଟ ବ୍ୟବଧାନରେ ଦୁଇଥର କମ୍ପନ ଅନୁଭବ ହୋଇଛି । ରିକ୍ଟର ସ୍କେଲରେ ପ୍ରଥମ କମ୍ପନର ତୀବ୍ରତା 4.6 ମ୍ୟାଗ୍ନିଚ୍ୟୁଡ୍‌ ଓ ପରବର୍ତ୍ତୀ କମ୍ପନ 6.2 ମ୍ୟାଗ୍ନିଚ୍ୟୁଡ ରହିଥିଲା । ଉଭୟ କମ୍ପନର କେନ୍ଦ୍ରସ୍ଥଳ ନେପାଳ ବୋଲି ଜଣାପଡ଼ିଛି । କୌଣସି କ୍ଷୟକ୍ଷତିର ସୂଚନା ମିଳିନି । କିନ୍ତୁ କମ୍ପନ ଅନୁଭୂତ ହେବା ପରେ ଦିଲ୍ଲୀର ଏକାଧିକ ଅଞ୍ଚଳରେ ଲୋକେ ଆପାର୍ଟମେଣ୍ଟରୁ ବାହାରକୁ ଚାଲିଆସିଥିଲେ । ରାଜଧାନୀ ଦିଲ୍ଲୀ, ଏନସିଆର ସମେତ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ଉତ୍ତର-ବିହାର, ପଞ୍ଜାବ, କାଶ୍ମୀର, ହିମାଚଳ ପ୍ରଦେଶର କିଛି ସ୍ଥାନରେ ଏହି ଭୂକମ୍ପ ଅନୁଭୂତ ହୋଇଛି ।

ସୂଚନା ଅନୁସାରେ, ପ୍ରଥମ କମ୍ପନଟି ୨.୫୧ ମିନିଟରେ ଅନୁଭୂତ ହୋଇଥିଲା । ଏହାପରେ ୨.୫୩ ମିନିଟରେ ଦ୍ବିତୀୟ କମ୍ପନ ଅନୁଭୂତ ହୋଇଥିଲା । ଜାତୀୟ ଭୂକମ୍ପ କେନ୍ଦ୍ର (National Centre for Seismology)ର ସୂଚନା ଅନୁସାରେ, ପ୍ରଥମ କମ୍ପନ ଅନୁଭୂତ ହେବା ପରେ ଏହାର ପରବର୍ତ୍ତୀ କମ୍ପନ (ଆଫ୍ଟର ସକ) ଭାବେ ଦ୍ବିତୀୟ କମ୍ପନ ଅନୁଭୂତ ହୋଇଥିଲା । ନେପାଳର ସୃଷ୍ଟ ଭୂକମ୍ପର ଏହାର କେନ୍ଦ୍ରସ୍ଥଳୀ ପ୍ରାୟ ଭୂପୃଷ୍ଠରୁ ୫ କି.ମି ଗଭୀରରେ ହୋଇଥିବା ନେଇ ପ୍ରଥାମିକ ଭାବେ କୁହାଯାଉଛି । ରାଜଧାନୀ ଦିଲ୍ଲୀ, ଏନସିଆର, ଲକ୍ଷ୍ନୌ, ହାପୁର ଓ ଅମରୋହାରେ ଏହାର ସର୍ବାଧିକ କମ୍ପନ ଅନୁଭୂତ ହୋଇଛି । ମାତ୍ର କୌଣସି ବିଲ୍ଡିଂ କ୍ଷତିଗ୍ରସ୍ତ ହେବା କିମ୍ବା କେହି ମୃତାହତ ହେବାର କୌଣସି ସୂଚନା ବର୍ତ୍ତମାନ ସୁଦ୍ଧା ହସ୍ତଗତ ହୋଇନାହିଁ । କୌଣସି ଆଲର୍ଟ ସୂଚନା ଜାରି କରାଯାଇନାହିଁ । ଏହାର ପରବର୍ତ୍ତୀ ପ୍ରତିକ୍ରିୟା ବା(ଆଫ୍ଟର ସକ୍‌) କିଛି ଘଣ୍ଟା ମଧ୍ୟରେ ଅନୁଭୂତ ହେବାର ଆଶଙ୍କା ମଧ୍ୟ ରହିଛି ।

ଏହା ମଧ୍ୟ ପଢନ୍ତୁ :- 5.2 ତୀବ୍ରତା ସହ ଭୂକମ୍ପରେ ଥରିଲା ମେଘାଳୟ, ଅନ୍ୟ ଉତ୍ତର-ପୂର୍ବ ରାଜ୍ୟରେ ମଧ୍ୟ ପ୍ରଭାବ ଅନୁଭୂତ

ଗତକାଲି ଉତ୍ତର-ପୂର୍ବ ରାଜ୍ୟ ମେଘାଳୟରେ ମଧ୍ୟମ ଧରଣର ଭୂକମ୍ପ ଅନୁଭୂତ ହୋଇଥିଲା । ଗତକାଲି ସଂଧ୍ୟା ପ୍ରାୟ 6.15 ମିନିଟରେ ଏହି ଭୂକମ୍ପର ଝଟକା ଲାଗିଥିଲା । ମେଘାଳୟରେ ସର୍ବାଧିକ 5.2 ତୀବ୍ରତା ଅନୁଭବ ହୋଇଥିଲା । ପଡ଼ୋଶୀ ଆସାମ ଓ ଉତ୍ତର-ପଶ୍ଚିମବଙ୍ଗର କିଛି ଅଞ୍ଚଳରେ ମଧ୍ୟ ଏହାର ଆଶିଂକ ପ୍ରଭାବ ଅନୁଭୂତ ହୋଇଥିଲା । ତେବେ ମେଘାଳୟର ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସେପରି କୌଣସି ବଡ଼ ଧରଣର କ୍ଷୟକ୍ଷତି ହୋଇନଥିଲା । କୌଣସି ସ୍ଥାନରେ ଓ୍ବାର୍ଣ୍ଣିଂ ମଧ୍ୟ ଜାରି କରାଯାଇନଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details