ଓଡିଶା

odisha

ETV Bharat / bharat

ସଂଖ୍ୟାଲଘୁ ମାନ୍ୟତା ପ୍ରଦାନ କରିପାରିବେ ରାଜ୍ୟ ସରକାର, ସୁପ୍ରିମକୋର୍ଟଙ୍କୁ ଜଣାଇଲା କେନ୍ଦ୍ର - ସଂଖ୍ୟାଲଘୁ ମାନ୍ୟତା ପ୍ରଦାନ କରିପାରିବେ ରାଜ୍ୟ ସରକାର

ହିନ୍ଦୁଙ୍କୁ ମିଳିବ ଅଳ୍ପସଂଖ୍ୟକ ମାନ୍ୟତା। କେନ୍ଦ୍ରସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି କିଛି ରାଜ୍ୟରେ ଯେଉଁଠି କମ ସଂଖ୍ୟକ ହିନ୍ଦୁ କିମ୍ବା ଅଲଗା ସମ୍ପ୍ରଦାୟ ରହୁଛନ୍ତି ସଂଖ୍ୟା ଆଧାରରେ ସେମାନଙ୍କୁ ଅଳ୍ପସଂଖ୍ୟକ ସଂଖ୍ୟାଲଘୁ ମାନ୍ୟତା ପ୍ରଦାନ କରାଯିବ ନେଇ ରାଜ୍ୟମାନଙ୍କ ଅଧିକାର ରହିଛି । ଅଧିକ ପଢନ୍ତୁ

ସଂଖ୍ୟାଲଘୁ ମାନ୍ୟତା ପ୍ରଦାନ କରିପାରିବେ ରାଜ୍ୟ ସରକାର
ସଂଖ୍ୟାଲଘୁ ମାନ୍ୟତା ପ୍ରଦାନ କରିପାରିବେ ରାଜ୍ୟ ସରକାର

By

Published : Mar 28, 2022, 10:41 AM IST

ନୂଆଦିଲ୍ଲୀ: ହିନ୍ଦୁଙ୍କୁ ମିଳିବ ଅଳ୍ପସଂଖ୍ୟକ ମାନ୍ୟତା। କେନ୍ଦ୍ରସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି କିଛି ରାଜ୍ୟରେ ଯେଉଁଠି କମ ସଂଖ୍ୟକ ହିନ୍ଦୁ କିମ୍ବା ଅଲଗା ସମ୍ପ୍ରଦାୟ ରହୁଛନ୍ତି ସଂଖ୍ୟା ଆଧାରରେ ସେମାନଙ୍କୁ ଅଳ୍ପସଂଖ୍ୟକ ସଂଖ୍ୟାଲଘୁ ମାନ୍ୟତା ପ୍ରଦାନ କରାଯିବ ନେଇ ରାଜ୍ୟମାନଙ୍କ ଅଧିକାର ରହିଛି । ଆଇନଜୀବୀ ଅଶ୍ବିନୀ କୁମାରଙ୍କ ଦ୍ବାରା ଦାଖଲ କରା ପିଟିସନର ଜବାବରେ କେନ୍ଦ୍ର ସରକାର ଏହି ସୂଚନା ଦେଇଛନ୍ତି।

ମହାରାଷ୍ଟ୍ର ଓ କର୍ଣ୍ଣାଟକକୁ ଉଦାହରଣ ନେଇ କେନ୍ଦ୍ର ସରକାର କହିଛନ୍ତି ଯେ, ମହାରାଷ୍ଟ୍ରରେ ୨୦୧୬ରେ ଜେୱଙ୍କ ପାଇଁ ଧାର୍ମିକ ଓ କର୍ଣ୍ଣାଟକରେ ଉର୍ଦ୍ଦୁ, ତେଲୁଗୁ, ତାମିଲ, ମାଲାୟାଲମ, ମରାଠି, ଗୁଜୁରାଟି ଆଦି ଭାଷା ଆଧାରରେ ଅଳ୍ପସଂଖ୍ୟକ ଘୋଷଣା କରାଯାଇଛି । ଅନ୍ୟ ରାଜ୍ୟ ଏପରି କରିପାରନ୍ତି। ଏ ନେଇ ୨୦୨୦ରେ ଅଶ୍ବନୀ କୁମାର ଜାତୀୟ ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନ ଅଧିନିୟମ ୨୦୦୪ର ଧାରା ୨ ଏଫ୍‌ର ବୈଧତାକୁ ଚ୍ୟାଲେଞ୍ଜ କରିଥିଲେ।

ସେ ତାଙ୍କ ଆବେଦନରେ କହିଥିଲେ, ଧାରା-୨ ଏଫ୍‌ କେନ୍ଦ୍ରକୁ ଅପାର ଶକ୍ତି ପ୍ରଦାନ କରିଥାଏ । ଦେଶର ବିଭିନ୍ନ ରାଜ୍ୟରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଚିହ୍ନଟ ପାଇଁ ଗାଇଡଲାଇନ୍‌ ପ୍ରସ୍ତୁତ କରିବାକୁ ଆବେଦନକାରୀ ଦାବି କରିଛନ୍ତି। ଏହି ମାମଲାରେ ଆଜି ପୁଣି ଶୁଣାଣି ହେବ। ଲଦାଖ, ମିଜୋରାମ, ଲକ୍ଷାଦ୍ବୀପ, କାଶ୍ମୀର, ନାଗାଲାଣ୍ଡ, ମେଘାଳୟ, ଅରୁଣାଚଳ ପ୍ରଦେଶ, ପଞ୍ଜାବ ଏବଂ ମଣିପୁରରେ ୟୁହୁଦୀ, ବାହାଇ ଏବଂ ହିନ୍ଦୁ ଧର୍ମର ଅନୁଗାମୀମାନେ ନିଜ ପସନ୍ଦର ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିପାରିବେ ନାହିଁ। ଏହା ଭୁଲ ବୋଲି ଆବେଦନରେ କୁହାଯାଇଛି ।

ABOUT THE AUTHOR

...view details