ଓଡିଶା

odisha

ETV Bharat / bharat

କୋରୋନା ଲଢେଇ, ଏହି ସବୁ ରାଜ୍ୟ ଦେବେ ମାଗଣା ଟିକା

ଟିକାର ଦରଦାମକୁ ନେଇ ଦେଶରେ ବିବାଦ ସୃଷ୍ଟି ହୋଇଥିବାବେଳେ ଏପଟେ ମାଗଣା ଟିକା ବିତରଣ ପାଇଁ ଗୋଟିଏ ପରେ ଗୋଟିଏ ରାଜ୍ୟ କରିଚାଲିଛନ୍ତି ଘୋଷଣା । ଅଧିକ ପଢନ୍ତୁ...

କୋରୋନା ଲଢେଇ, ଏହି ସବୁ ରାଜ୍ୟ ଦେବେ ମାଗଣା ଟିକା
କୋରୋନା ଲଢେଇ, ଏହି ସବୁ ରାଜ୍ୟ ଦେବେ ମାଗଣା ଟିକା

By

Published : Apr 21, 2021, 8:46 PM IST

ନୂଆଦିଲ୍ଲୀ: ଦେଶରେ ଜାରି ରହିଛି ମହାମାରୀ କୋରୋନାର ଦ୍ବିତୀୟ ଲହରୀ । ଏହାରି ମଧ୍ୟରେ ଟୀକାକରଣର ପରବର୍ତ୍ତୀ ପର୍ଯ୍ୟାୟ ମଧ୍ୟ ଘୋଷଣା କରାଯାଇସାରିଛି । ଟିକାର ଦର ଦାମକୁ ନେଇ ଦେଶରେ ବିବାଦ ସୃଷ୍ଟି ହୋଇଥିବାବେଳେ ଏପଟେ ମାଗଣା ଟିକା ବିତରଣ ପାଇଁ ଗୋଟିଏ ପରେ ଗୋଟିଏ ରାଜ୍ୟ କରିଚାଲିଛନ୍ତି ଘୋଷଣା ।

ଉତ୍ତରପ୍ରଦେଶ, ଆସାମ ପରେ ଏବେ ମଧ୍ୟପ୍ରଦେଶ ଓ ଛତିଶଗଡ ସରକାର ମଧ୍ୟ ନିଜ ରାଜ୍ୟରେ ମାଗଣା ଟିକା ଯୋଗାଇବାକୁ ଘୋଷଣା କରିଛନ୍ତି । ତେବେ ମଧ୍ୟପ୍ରଦେଶ ତୃତୀୟ ବିଜେପି ଶାସିତ ରାଜ୍ୟ ଭାବେ ନିଜ ରାଜ୍ୟର ଜନସାଧାରଣଙ୍କୁ ମାଗଣା ଟିକା ବଣ୍ଟନ କରିବ ।

ଦେଶରେ ମେ ପହିଲାରୁ 18 ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କ ଟୀକାକରଣ ହେବ । ଏବେ ଖୋଲା ବଜାରରେ ମଧ୍ୟ ଟିକା ମିଳିବ । ଏପଟେ କୋଭିଲିଲ୍ଡ ଟିକାର ନୂଆ ଦାମ ସ୍ଥିର କରିଛି ପୁଣେର ସେରମ ଇନଷ୍ଟିଚ୍ୟୁଟ । ଖୋଲା ବଜାରରେ ଟିକା ବିକ୍ରି ପାଇଁ ଦର ଧାର୍ଯ୍ୟ କରିଛି କମ୍ପାନୀ । ଡୋଜ ପିଛା ରାଜ୍ୟ ସରକାର 400 ଟଙ୍କା ଦେବେ । ସେହିପରି ଘରୋଇ ହସ୍ପିଟାଲକୁ ଡୋଜ ପିଛା 600 ଟଙ୍କା ଦେବାକୁ ପଡିବ । ସେରମ ଇନଷ୍ଟିଚ୍ୟୁଟର ସିଇଓ ଆଦର ପୁନାୱାଲା ଏନେଇ ଘୋଷଣା କରିଛନ୍ତି ।

ABOUT THE AUTHOR

...view details