ଓଡିଶା

odisha

By

Published : Dec 19, 2021, 4:19 PM IST

Updated : Dec 19, 2021, 5:33 PM IST

ETV Bharat / bharat

ଏନକାଉଣ୍ଟରରେ ଜଣେ ଆତଙ୍କୀ ନିପାତ, ସେନା ବିରୋଧରେ କୋରାନକୁ ଅପମାନ ଅଭିଯୋଗ ଆଣିଲେ ସ୍ଥାନୀୟ ବାସିନ୍ଦା

ହରଓ୍ବାନ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ଜଣେ ଆତଙ୍କୀ ନିପାତ । ଅପରେସନ ବେଳେ ସୁରକ୍ଷା ବଳର ଯବାନଙ୍କ ଉପରେ ଧର୍ମୀୟ ଅଭିଯୋଗ ଆଣିଲେ ସ୍ଥାନୀୟ ବାସିନ୍ଦା । କହିଲେ କୋରାନକୁ ଅପମାନିତ କରିଛନ୍ତି ଯବାନ । ଅଧିକ ପଢନ୍ତୁ

ଏନକାଉଣ୍ଟରରେ ଜଣେ ଆତଙ୍କୀ ନିପାତ, ସେନା ବିରୋଧରେ କୋରାନକୁ ଅପମାନ ଅଭିଯୋଗ ଆଣିଲେ ସ୍ଥାନୀୟ ବାସିନ୍ଦା
ଏନକାଉଣ୍ଟରରେ ଜଣେ ଆତଙ୍କୀ ନିପାତ, ସେନା ବିରୋଧରେ କୋରାନକୁ ଅପମାନ ଅଭିଯୋଗ ଆଣିଲେ ସ୍ଥାନୀୟ ବାସିନ୍ଦା

ଶ୍ରୀନଗର:ଶ୍ରୀନଗରର ହରଓ୍ବାନ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ଜଣେ ଲସ୍କର-ଇ-ତୋଇବା(let) ଆତଙ୍କୀ ନିପାତ ହୋଇଛି । କିନ୍ତୁ କିଛି ସ୍ଥାନୀୟ ଲୋକେ ସେନା ବିରୋଧରେ ଭିନ୍ନ ଏକ ଅଭିଯୋଗ ଆଣିଥିବା ଦେଖିବାକୁ ମିଳିଛି । ଏହି ଅପରେସନବେଳେ ସୁରକ୍ଷା ବାହିନୀର ଯବାନମାନେ ଇସଲାମ ଧର୍ମଗ୍ରନ୍ଥ କୋରାନକୁ ବନ୍ଧୁକ ମୁନରେ ଅପମାନିତ କରିଥିବା ଅଭିଯୋଗ କରିଛନ୍ତି ଏନାକଉଣ୍ଟର ଘଟିଥିବା ସ୍ଥଳରେ ବସବାସ କରୁଥିବା କିଛି ସ୍ଥାନୀୟ ନିବାସୀ ।

ସେହିପରି ଗୁଳି ବିନିମୟ ସ୍ଥଳରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ମଧ୍ୟ ହୋଇଛି । ସ୍ଥାନୀୟ ଲୋକଙ୍କ ଘର ମଧ୍ୟ ଭାଙ୍ଗିଥିବା ଅଭିଯୋଗ କରିଛି । ସ୍ଥାନୀୟ ଜଣେ ମହିଳା କହିଛନ୍ତି ଯେ ପବିତ୍ର କୋରାନକୁ ମଧ୍ୟ ଅପମାନିତ କରାଯାଇଛି ଏବଂ ସେମାନଙ୍କ ଘରେ ମଧ୍ୟ ସୁରକ୍ଷାବଳ ସର୍ଚ୍ଚ ଅପରେସନ କରିବା ସହ ଆସବାବପତ୍ର ଭଙ୍ଗାରୁଜା କରିଛି ।

ସେହିପରି ଅନ୍ୟ ଜଣେ ସ୍ଥାନୀୟ ଜଣେ ବ୍ୟକ୍ତି ଅବଦୁଲ ରେହମାନ ଭଟ୍ଟ କହିଛନ୍ତି, ଗତ 20 ବର୍ଷ ମଧ୍ୟରେ ଏହି ପରି ଘଟଣା କେବେ ଘଟି ନଥିଲା । ଅବଦୁଲ ରେହମାନ ଭଟ୍ଟଙ୍କ ପତ୍ନୀ ବେଗମ୍ କହିଛନ୍ତି, ସୁରକ୍ଷା ବାହିନୀ ଯବାନମାନେ ତାଙ୍କ ଘରେ ୩ ଥର ଖୋଜାଖୋଜି କରିଥିଲେ ଏବଂ ପରେ ଚତୁର୍ଥ ଥରରେ ସମସ୍ତଙ୍କୁ ବାହାରକୁ ନିଆଯାଇଥିଲା। ତାଙ୍କର ଦୁଇ ପୁଅ - ମଞ୍ଜୁର ଭଟ ଏବଂ ଆଶିକ୍ ଭଟଙ୍କୁ ସୁରକ୍ଷା ବଳ ଗିରଫ କରିବା ସହ ମାଡ ମଧ୍ୟ ମାରିଥିଲେ ।

ଏହା ମଧ୍ୟ ପଢନ୍ତୁ:-Golden Temple Sacrilege Case: ମୃତ ବ୍ୟକ୍ତିଙ୍କ ମିଳିନି ସ୍ପଷ୍ଟ ପରିଚୟ, ମାମଲା ରୁଜୁ

ଜଣେ ବରିଷ୍ଠ ପୋଲିସ ଅଧିକାରୀ ଇଟିଭି ଭାରତକୁ ସୂଚନା ଦେଇ କହିଛନ୍ତି, ପୂର୍ବାହ୍ନର ଶ୍ରୀନଗର ସହର ଉପକଣ୍ଠ ହରଓ୍ବାନ ଅଞ୍ଚଚଳର ଧରବାଗ ଅଞ୍ଚଚଳରେ କିଛି ବନ୍ଧୁକଧାରୀ ଅତର୍କିତ ଆକ୍ରମଣ କରିଥିଲେ । ତେବେ ଏନକାଉଣ୍ଟର ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ସ୍ଥାନୀୟ ପୋଲିସ, ସେନା ଏବଂ CRPF ର ଏକ ମିଳିତ ଦଳ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଉକ୍ତ ଅଞ୍ଚଳରେ କର୍ଡନ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 19, 2021, 5:33 PM IST

ABOUT THE AUTHOR

...view details