ଓଡିଶା

odisha

ETV Bharat / bharat

ଶ୍ରୀଲଙ୍କାରେ ବିକ୍ଷୋଭ ବେଳେ ଗୁଳି ଚଳାଇଲା ପୋଲିସ: ଜଣେ ମୃତ, ଏକାଧିକ ଆହତ - ଶ୍ରୀଲଙ୍କା ଆର୍ଥିକ ସଙ୍କଟ

ଶ୍ରୀଲଙ୍କାରେ ବିକ୍ଷୋଭ ପ୍ରଦର୍ଶନ ବେଳେ ଗୁଳି ଚଳାଇଲା ପୋଲିସ । ଜଣେ ବିକ୍ଷୋଭକାରୀଙ୍କ ମୃତ୍ୟୁ ସହ ଏକାଧିକ ଆହତ । ଆର୍ଥିକ ସଙ୍କଟ ନେଇ ଦେଶବ୍ୟାପୀ ଲାଗି ରହିିଛି ପ୍ରତିବାଦ । ଅଧିକ ପଢନ୍ତୁ

ଶ୍ରୀଲଙ୍କାରେ ବିକ୍ଷୋଭ ବେଳେ ଗୁଳି ଚଳାଇଲା ପୋଲିସ: ଜଣେ ମୃତ, ଏକାଧିକ ଆହତ
ଶ୍ରୀଲଙ୍କାରେ ବିକ୍ଷୋଭ ବେଳେ ଗୁଳି ଚଳାଇଲା ପୋଲିସ: ଜଣେ ମୃତ, ଏକାଧିକ ଆହତ

By

Published : Apr 19, 2022, 8:49 PM IST

କଲମ୍ବୋ:ଶ୍ରୀଲଙ୍କାରେ ଲାଗି ରହିଥିବା ଆର୍ଥିକ ସଙ୍କଟ ନେଇ ବିକ୍ଷୋଭ ଜାରି ରହିଥିବା ବେଳେ ଆନ୍ଦୋଳନକାରୀଙ୍କ ଉପରେ ଗୁଳି ଚଳାଇଛି ପୋଲିସ । ଏଥିରେ ଜଣେ ବିକ୍ଷୋଭକାରୀ ପ୍ରାଣ ହରାଇଥିବା ବେଳେ ପ୍ରାୟ 10ରୁ ଉର୍ଦ୍ଧ୍ବ ଆହତ ହୋଇଥିବା ସୂଚନା ମିଳିଛି । ବିକ୍ଷୋଭକାରୀ ହାଇଓ୍ବେ ଅବରୋଧ କରିବା ବେଳେ ସ୍ଥିତି ନିୟନ୍ତ୍ରଣ ବାହରକୁ ଚାଲିଯିବାରୁ ପୋଲିସ ଗୁଳି ଚଳାଇଥିବା ସୂଚନା ମିଳିଛି ।

ଦେଶରେ ଲାଗି ରହିଥିବା ଆର୍ଥିକ ସଙ୍କଟ ମଧ୍ୟରେ ସରକାର ଇସ୍ତଫା ଦେବା ଦାବିରେ ଦେଶର ବିଭିନ୍ନ ଭାଗରେ କ୍ରମାଗତ ବିଭୋକ୍ଷ ପ୍ରଦର୍ଶନ ଜାରିରହିଛି । ଆଜି ରମ୍ବୁକାନାର ସେଣ୍ଟ୍ରାଲ ଟାଉନରେ ଜନତା ଏକାଠି ହୋଇ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ଏପରି ଅପ୍ରିତିକାର ପରସ୍ଥିତି ସୃଷ୍ଟି ହୋଇଥିଲା ।

ଗତ ସପ୍ତାହେ ଧରି ରାଷ୍ଟ୍ରପତି ଗୋତାବାୟା ରାଜପାକସେଙ୍କ ବାସଭବନ ବାହାରେ ବିକ୍ଷୋଭ ଓ ଧାରଣା ଜାରିରହିଛି । ଦେଶ ସ୍ବାଧୀନତା ପାଇବା ପରେ ସବୁଠାରୁ ବଡ ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଛି । ଦେଶରେ ଖାଦ୍ୟ, ଇନ୍ଧନ, ଶକ୍ତି ଓ ଔଷଧ ପରି ଜରୁରୀ ସାମଗ୍ରୀର ଉତ୍କଟ ଅଭାବ ଲାଗି ରହିଛି । ଶ୍ରୀଲଙ୍କା ସରକାରଙ୍କର ଏକ ପ୍ରତିନିଧି ମଣ୍ଡଳୀ ନ୍ୟୁୟର୍କ ଗସ୍ତ କରି IMF ସହ ସହାୟତା ଲାଗି କଥାବାର୍ତ୍ତା ମଧ୍ୟ ଜାରି ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details