ନୂଆଦିଲ୍ଲୀ:ଏକାଧିକ ଥର ଉଡାଣ ସମ୍ପର୍କିତ ତ୍ରୁଟି ଯୋଗୁ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଥିବା ସ୍ପାଇସଜେଟର ବିମାନ କମ୍ପାନୀର ପିଚ୍ଛା ଛାଡୁନି ବିବାଦ । ଆଜି ପୁଣି ବିମାନ କମ୍ପାନୀ ପକ୍ଷରୁ ଏକ ବଡ ଅବ୍ୟବସ୍ଥାର ଚିତ୍ର ଦେଖିବାକୁ ମିଳିଛି ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ । ବିମାନ ଅବତରଣ କରି ପାର୍କିଂକୁ ଆସିସାରିଥିବାବେଳେ, ଯାତ୍ରୀଙ୍କୁ ନେବା ପାଇଁ ପହଞ୍ଚିଲା ନାହିଁ ଏୟାର ଲାଇନ୍ସର ବସ୍ ।
ଫଳରେ ଯାତ୍ରୀମାନେ ପ୍ରାୟ 45 ମିନିଟରୁ ଉର୍ଦ୍ଧ୍ବ ସମୟ ଅପେକ୍ଷା କରବା ପରେ ବାଧ୍ୟ ହୋଇ ଚାଲି ଚାଲି ଟର୍ମିନାଲ ଅଭିମୁଖେ ଆସିବାକୁ ବାଧ୍ୟ ହୋଇଥିଲେ । ସୂଚନା ଅନୁସାରେ,ଗତକାଲି ରାତିରେ ଘଟିଛି ଏହିଘଟଣା । ହାଇଦ୍ରାବାଦରୁ ଦିଲ୍ଲୀରେ ଅବତରଣ କରିଥିବା ସଂସ୍ଥାର ଏହି ବିମାନରେ 186 ଯାତ୍ରୀ ଥଲେ । ତେବେ ବିମାନ ପାର୍କିଂରେ ପହଞ୍ଚି ସାରିଥିବାବେଳେ ଯାତ୍ରୀଙ୍କ ନେବା ପାଇଁ ପାର୍କିଂ ସ୍ଥଳକୁ ଏୟାର ଲାଇନ୍ସର କୌଣସି ବସ୍ ଯାଇନଥିଲା ।