ଓଡିଶା

odisha

ETV Bharat / bharat

ମନେପଡେ ସେ କଳାଦିନ, ଭୁଲି ହୁଏନି ତୁମ ବଳିଦାନ

ଆଜି ବି ମନେପଡେ ସେଦିନ । ଆଖିଆଗକୁ ଆସିଗଲେ ସେ ଚିତ୍ର, ଦେହରେ ଖେଳିଯାଏ ଶିହରଣ । ପୁଲଓ୍ବାମା ଆତଙ୍କୀ ହମଲାକୁ ପୂରିଛି 2 ବର୍ଷ, ବୀରପୁତ୍ରଙ୍କୁ ମନେପକାଉଛି ସାରା ଦେଶ । ଅଧିକ ପଢନ୍ତୁ....

ମନେପଡେ ସେ କଳାଦିନ, ଭୁଲି ହୁଏନି ତୁମ ବଳିଦାନ
ମନେପଡେ ସେ କଳାଦିନ, ଭୁଲି ହୁଏନି ତୁମ ବଳିଦାନ

By

Published : Feb 14, 2021, 6:38 AM IST

Updated : Feb 14, 2021, 1:25 PM IST

ଶ୍ରୀନଗର: ଆଜି ବି ମନେପଡେ ସେଦିନ । ଆଖି ଆଗକୁ ଆସିଗଲେ ସେ ଚିତ୍ର, ଦେହରେ ଖେଳିଯାଏ ଶିହରଣ । ଚାହୁଁ ଚାହୁଁ ସେ କଳାଦିନକୁ ପୂରିଗଲା ଦୁଇବର୍ଷ । ସତରେ କେତେ ବୀଭତ୍ସ ଆଉ ଅଭିଶପ୍ତ ଥିଲା ସେ ଦିନ । ନିମିଷକ ମାତ୍ରେ ଖଣ୍ଡବିଖଣ୍ଡିତ ହୋଇ ମାଟିରେ ମିଶିଯାଇଥିଲା 44 ଜୀବନ । ଅକାଳେ ବୀରଗତି ପ୍ରାପ୍ତ ହୋଇଗଲେ ମାଟି ମାଆର ବୀର ଯବାନ । ଏଭିତରେ ପୁଲୱାମାରେ ଘଟିଥିବା ଛାତିଥରା ବିସ୍ଫୋରଣକୁ ଦୁଇ ବର୍ଷ ପୂରିଛି । ଭାରତର ବୀରପୁତ୍ରଙ୍କୁ ହରାଇ ଆଜିବି ଗୁମୁରି ଗୁମୁରି କାନ୍ଦୁଛି ଜନ୍ମମାଟି ।

ମନେପଡେ ସେ କଳାଦିନ, ଭୁଲି ହୁଏନି ତୁମ ବଳିଦାନ

ଫେବୃୟାରୀ 14, 2019 । ଦିନ ଥିଲା ଗୁରୁବାର । ସମୟ 3 ଟା ବାଜି 30 ମିନିଟ୍। ସ୍ଥାନ ଜମ୍ମୁକାଶ୍ମୀରର ପୁଲୱାମା । ଆରମ୍ଭ ହୋଇଥିଲା ଯବାନଙ୍କ ଯାତ୍ରା । ସିଆରପିଏଫ 180 ବାଟାଲିଅନର 800 ଯବାନ ସ୍ଥାନାନ୍ତର ହେଉଥିଲେ ଶ୍ରୀନଗର କ୍ୟାମ୍ପକୁ । 11 ଘଣ୍ଟାର ଯାତ୍ରା ପରେ ଅପରାହ୍ନ 2ଟା 30 ମିନିଟରେ ଯବାନଙ୍କ ଗାଡି ପହଞ୍ଚିଲା ଟ୍ରାଞ୍ଜିଟ କ୍ୟାମ୍ପରେ । ସମୟ ଅପରାହ୍ନ 3ଟା 30 ସ୍ଥାନ ଗୁରିପୁରା ଅଞ୍ଚଳର 'ମାଇଲଷ୍ଟୋନ 272' ପୁଲଓ୍ବାମା । 5ଟି ବସ୍ ଆଗ ପଛ ହୋଇ ଆଗକୁ ବଢୁଥାଏ । ବସ୍ ଯେତେ ଆଗକୁ ବଢୁଥାଏ ଦୁର୍ଦ୍ଦିନର କଳା ବାଦଲ ସେତେ ପାଖେଇ ପାଖେଇ ଆସୁଥାଏ । ଠିକ୍ ଏହି ସମୟରେ 4ଟି ବସ୍ ଅତିକ୍ରମ କରିଯାଇଥାଏ, 5ମ ବସରେ ଯାଇ ଧକ୍କା ହୁଏ ପୂର୍ବରୁ ଥିବା ଏକ ଟାଟା ସୁମୋ ଗାଡି । ଆଉ ଆଖି ପିଛୁଳାକେ ନିଆଁ, ଧୂଆଁର ଚାଦର ଘୋଡେଇ ହୁଏ ସ୍ଥାନୀୟ ଅଞ୍ଚଳ । ମାଟି ମା' ହରାଏ 40 ବୀରପୁତ୍ର । ପରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜନ୍ତି ଆହତ 2 ଯବାନ । ସାଙ୍ଗେ ସାଙ୍ଗେ ସାରା ବିଶ୍ବକୁ ଖେଳିଗଲା ଖବର । ଦୋହଲିଗଲା ପିତୃମାତୃ ଦିବସ ଏବଂ ଭାଲେଣ୍ଟାଇନ ମନାଉଥିବା ହିନ୍ଦୁସ୍ତାନ ।

କ୍ରୋଧ, ପ୍ରତିହିଂସା ଆଉ ପୁତ୍ର ବିୟୋଗରେ ଜର୍ଜରିତ ଭାରତ ପରେ ନେଇଥିଲା ପ୍ରତିଶୋଧ । ବ୍ୟର୍ଥ ଯାଇନଥିଲା ଯବାନଙ୍କ ବଳିଦାନ । ହେଲେ ମାଆ ଆଖିରୁ ଆଜି ବି ଶୁଖିନି ଲୁହ । ଗୁମୁରି ଗୁମୁରି କାନ୍ଦୁଛି ହୃଦୟ । ଆଜି ସେହି ବୀର ସନ୍ତାନଙ୍କ ବଳିଦାନକୁ ମନେ ପକାଉଛି ସାରା ଦେଶେ, ଜଣାଉଛି ଗଭୀର ଶ୍ରଦ୍ଧାଞ୍ଜଳି ଆଉ କହୁଛି ହେ! ବୀର ତୁମେ ଅମର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 14, 2021, 1:25 PM IST

ABOUT THE AUTHOR

...view details