ଓଡିଶା

odisha

ETV Bharat / bharat

Special Session of Parliament: ଉଭୟ ଗୃହ ମୁଲତବୀ, ଇତିହାସ ହୋଇଗଲା ପୁରୁଣା ସଂସଦ ଭବନ, ଆଜି ନୂଆ ବିଲ୍ଡିଂରେ ପ୍ରବେଶ - ସଂସଦ ସ୍ବତନ୍ତ୍ର ଅଧିବେଶନ

ସ୍ବତନ୍ତ୍ର ଅଧିବେଶନର ପ୍ରଥମ କାର୍ଯ୍ୟ ଦିବସ ପରେ ଉଭୟ ଗୃହ ମୁଲତବୀ, ଇତିହାସ ହୋଇଗଲା ପୁରୁଣା ସଂସଦ ଭବନ, ଆଜି ନୂଆ ବିଲ୍ଡିଂ ପ୍ରବେଶ । ଅଧିକ ପଢନ୍ତୁ

Special Session of Parliament
ଉଭୟ ଗୃହ ମୁଲତବୀ, ଇତିହାସ ହୋଇଗଲା ପୁରୁଣା ସଂସଦ ଭବନ, କାଲି ନୂଆ ବିଲ୍ଡିଂ ପ୍ରବେଶ

By ETV Bharat Odisha Team

Published : Sep 18, 2023, 8:23 PM IST

Updated : Sep 19, 2023, 9:00 AM IST

ନୂଆଦିଲ୍ଲୀ: ଇତିହାସ ପାଲଟିଲା ପୁରୁଣା ସଂସଦ ଭବନ । ଶେଷ ହେଲା ଦୀର୍ଘ 75 ବର୍ଷର ଗଣତାନ୍ତ୍ରିକ ଯାତ୍ରା । ଆଜି 5ଦିନିଆ ସ୍ବତନ୍ତ୍ର ଅଧିବେଶନର ପ୍ରଥମ କାର୍ଯ୍ୟଦିବସ ଶେଷ ସହ ସ୍ବାଧୀନ ଭାରତର ଭାଗ୍ୟ ଓ ଭବିଷ୍ୟ ନିର୍ଦ୍ଧାରଣ କରିଥିବା ଏହି ଐତିହାସିକ ସଂସଦ ଭବନ ମଧ୍ୟ ସାମ୍ବିଧାନିକ ପ୍ରକ୍ରିୟାରୁ ବିଶ୍ରାମ ନେଇଛି କହିଲେ କିଛି ଭୁଲ ହେବନାହିଁ । ପ୍ରଥମ କାର୍ଯ୍ୟଦିବସ ପରେ ଉଭୟ ଗୃହ ମୁଲତବୀ ଘୋଷଣା ହୋଇଛି । ଆଜିଠାରୁ ଅପରାହ୍ନରେ ନୂତନ ସଂସଦ ଭବନରେ ଗୃହକାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି ।

ଆଜିଠାରୁ ନବନିର୍ମିତ ଭବ୍ୟ ନୂତନ ସଂସଦ ଭବନରେ ଅପରାହ୍ନ 2.15ରେ ଉଚ୍ଚସଦନ ରାଜ୍ୟସଭାରେ ଗୃହକାର୍ଯ୍ୟ ଆରମ୍ଭ ହେବ । ସେହିପରି ନିମ୍ନ ସଦନ ଲୋକସଭା ଅପରାହ୍ନ1:15 ରେ ଆରମ୍ଭ ହେବ । ପ୍ରଥମ କାର୍ଯ୍ୟଦିବସରେ ସଂସଦ ଭବନର ଗଣତାନ୍ତ୍ରିକ ଯାତ୍ରା, ଉପଲବ୍ଧି ଉପରେ ଆଲୋଚନା ମଧ୍ୟ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭାକୁ ସମ୍ବୋଧିତ କରି ଭାରତୀୟ ଗଣତନ୍ତ୍ର ପରମ୍ପରାରେ ଏହି ସଂସଦ ଭବନର ଭୂମିକାକୁ ମନେ ପକାଇବା ସହ ଏକାଧିକ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ସ୍ମରଣ କରିଥିଲେ । ପ୍ରଧାନମନ୍ତ୍ରୀ ପୁରୁଣା ସଂସଦ ଭବନରେ ଶେଷ କାର୍ଯ୍ୟଦିବସରେ ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁଙ୍କ ଠାରୁ ଆରମ୍ଭ କରି ଲାଲ ବାହାଦୂର ଶାସ୍ତ୍ରୀ, ପିଭି ନରସିଂହା ରାଓ ଓ ଅଟଳ ବିହାରୀ ବାଜପେୟୀଙ୍କ କାର୍ଯ୍ୟକାଳକୁ ସ୍ମରଣ କରିଥିଲେ । ସ୍ବାଧୀନ ଭାରତର ନବନିର୍ମାଣ ସହ ଯୋଡି ହୋଇଥିବା ଅନେକ ଘଟଣା ଏହି 75ବର୍ଷରେ ଏହି ସଦନ ଦେଖିଛି । ବିଦେଶୀ ଶାସକ ଏହାକୁ ତିଆରି କରିଥିଲେ ମାତ୍ର ଏଥିରେ ଭାରତୀୟଙ୍କର ଅର୍ଥ, ପରିଶ୍ରମ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

Special Session of Parliament

ସ୍ବାଧୀନ ଭାରତର ସର୍ବୋଚ୍ଚ ବ୍ୟବସ୍ଥାପିକା ଗୃହ ଭାବେ କାର୍ଯ୍ୟ କରିଥିବା ଏହି ଐତିହାସିକ ଅଟ୍ଟାଳିକା ବର୍ଷ 1921ରୁ 1927 ମଧ୍ୟରେ ନିର୍ମିତ ହୋଇଥିଲା । ଏହି କୋଠାଟି ବ୍ରିଟିଶ ଆର୍କିଟେକଚର ଏଡୱିନ୍ ଲୁଟିନ୍ସ ଏବଂ ହେର୍ବର୍ଟ ବେକରଙ୍କ ଦ୍ବାରା ଡିଜାଇନ୍ କରାଯାଇଥିଲା । ଜାନୁଆରୀ 1927ରେ ଏହା ଏମ୍ପରିୟର ଲେଜିସଲେଟିଭ କାଉନସିଲର ଅଧିବେଶନ ପାଇଁ ବ୍ୟବହାର ହୋଇଥିଲା । ବ୍ରିଟିଶମାନେ ଭାରତରୁ ପ୍ରତ୍ୟାବର୍ତ୍ତନ କରିବା ପରେ ସ୍ବାଧୀନ ଭାରତର ଏହା ସର୍ବୋଚ୍ଚ ସାମ୍ବିଧାନିକ ସଭାର କାର୍ଯ୍ୟ କରିଥିଲା । ଏହା ପ୍ରଥମେ ସମ୍ବିଧାନ ପ୍ରଣୟନ ସଭା ପାଇଁ ବ୍ୟବହାର ହୋଇଥିଲ । 1950 ଜାନୁଆରୀ 26 ତାରିଖରେ ଦେଶରେ ଗଣତାନ୍ତ୍ର କାର୍ଯ୍ୟକାରୀ ହେବା ପରେ ଏହାକୁ ଭାରତୀୟ ସଂସଦ ଭାବେ ଗ୍ରହଣ କରାଯାଇଥିଲା ।

Special Session of Parliament

ତେବେ ସ୍ବାଧୀନ ଭାରତର ଦୀଶା ଓ ଦଶା ପ୍ରସ୍ତୁତ କରିବାରେ ଏହି ଐତିହାସିକ ଅଟ୍ଟାଳିକା ପ୍ରାୟ 8ଦଶନ୍ଧି ଧରି ପ୍ରମୁଖ ଭୂମିକା ଗ୍ରହଣ କରିଆସିଥିଲା । ହେଲେ ପରବର୍ତ୍ତିତ ସ୍ଥିତିରେ ଭାରତରେ ସାଂସଦଙ୍କ ସଂଖ୍ୟା ବୃଦ୍ଧି ଓ ଅନ୍ୟ କିଛି ଭିତ୍ତିଭୂମିର ଅଭାବ ଅନୁଭବ ହିଁ ନୂତନ ସଂସଦ ଭବନ ନିର୍ମାଣ ବିଚାରକୁ ଜନ୍ମ ଦେଇଥିଲା । ଏହି ପୁରାତନ ଢାଞ୍ଚାକୁ ନବୀକରଣ କରାଯିବାର ସମ୍ଭାବନା ନଥିବାରୁ ନୂତନ ସଂସଦ ଭବନ ନିର୍ମାଣ ଏକ ଆବଶ୍ୟକତାରେ ପରିଣତ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ:- Parliament Special Session: ପୁରୁଣା ସଂସଦ ସ୍ମୃତି ବଖାଣିଲେ ପ୍ରଧାନମନ୍ତ୍ରୀ, କହିଲେ ନୂଆପିଢିକୁ ପ୍ରେରଣା ଦେବ

2020ରେ ମୋଦି ସରକାରଙ୍କ ତତ୍ବବଧାନରେ ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପ ଅଧୀନରେ ନୂତନ ସଂସଦ ଭବନ ନିର୍ମାଣ କରାଯାଇ 2023 ମେ’ 28 ତାରିଖରେ ଲୋକାର୍ପିତ ହୋଇସାରିଛି । ଏହି ନୂତନ ସଂସଦ ଭବନ ଲୋକାର୍ପଣ ମଧ୍ୟ ବେଶ ରାଜନୈତିକ ନାଟକୀୟ ଥିଲା । ବିରୋଧୀ ଏହାର ଲୋକାର୍ପଣ ଉତ୍ସବ ବର୍ଜନ କରିଥିଲେ । ତେବେ ଏହି ଚର୍ଚ୍ଚିତ ପୁରୁଣା ସଂସଦ ଏବେ ଭାରତୀୟ ସମ୍ବିଧାନିକ ପ୍ରକ୍ରିୟାକୁ ବିରାମ ନେଉଥିବା ବେଳେ ନୂତନ ସଂସଦରେ ଆରମ୍ଭ ହେବ ପ୍ରକ୍ରିୟା ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 19, 2023, 9:00 AM IST

ABOUT THE AUTHOR

...view details