ଓଡିଶା

odisha

ETV Bharat / bharat

Special Session of Parliament: ନୂଆ ସଂସଦ ଭବନର ଶ୍ରୀଗଣେଶ, ସାତ ଦଶକ ତପସ୍ୟାର ସାକ୍ଷୀ ପୁରୁଣା ସଂସଦ କହିଲେ ପ୍ରଧାନମନ୍ତ୍ରୀ - ସେଣ୍ଟ୍ରାଲ ହଲରେ ଶେଷ କାର୍ଯ୍ୟକ୍ରମ

ପୁରୁଣା ସଂସଦ ଭବନରେ ଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସଂସଦର ସେଣ୍ଟ୍ରାଲରେ ସଦସ୍ୟଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

Special Session of Parliament
Special Session of Parliament

By ETV Bharat Odisha Team

Published : Sep 19, 2023, 1:00 PM IST

Updated : Sep 19, 2023, 1:53 PM IST

ନୂଆଦିଲ୍ଲୀ:ଆଜିଠୁ ନୂଆ ସଂସଦ ଭବନରେ କାର୍ଯ୍ୟ ଦିବସ ଆରମ୍ଭ ହେବ । ଏହା ପୂର୍ବରୁ ପୁରୁଣା ସଂସଦ ଭବନରେ ଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସେଣ୍ଟ୍ରାଲ ହଲ୍‌ ସାମ୍ନାରେ ଫଟୋ ସେସନ୍‌ ପରେ ପୁରୁଣା ସଂସଦ ଭବନ ସେଣ୍ଟ୍ରାଲ ହଲରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଗଣେଶ ଚତୁର୍ଥୀର ଶୁଭେଚ୍ଛା ଜଣାଇବା ସହ କାର୍ଯ୍ୟକ୍ରମକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ନୂଆ ସଂସଦ ଭବନରେ ଆମେ ସମସ୍ତେ ମିଶି ନୂଆ ଭବିଷ୍ୟର ଶ୍ରୀଗଣେଶ କରିବାକୁ ଯାଉଛୁ । ଆଜି ଆମେ ବିକଶିତ ଭାରତର ସଂକଳ୍ପକୁ ରିପିଟ କରିବା ଓ ପୁଣି ଥରେ ସଂକଳ୍ପବଦ୍ଧ ହେବା ଏବଂ ଏହାକୁ ପରିପୂର୍ଣ୍ଣ କରିବାକୁ ନୂଆ ସଂସଦ ଭବନରେ ପ୍ରସ୍ଥାନ କରିବାକୁ ଯାଉଛୁ ବୋଲି ସମ୍ବୋଧନରେ କହିଛନ୍ତି ପ୍ରଧାନମନ୍ତ୍ରୀ । ଭାରତର ସ୍ବପ୍ନକୁ ସାକାର କରିବାକୁ ସଦସ୍ୟଙ୍କୁ ଆହ୍ବାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ସହିତ ପୁରୁଣା ସଂସଦ ଭବନ ସମ୍ବିଧାନ ସଦନ ହେବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ସେଣ୍ଟ୍ରାଲ ହଲରେ ସ୍ବତନ୍ତ୍ର କାର୍ଯ୍ୟକ୍ରମକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, "ଏହି ସଂସଦ ଭବନରେ ସାତ ଦଶକର ତପସ୍ୟା ନିହିତ ହୋଇଛି । ସଂସଦର ଏହି ସେଣ୍ଟ୍ରାଲ ହଲ୍‌ କର୍ତ୍ତବ୍ୟ ପାଳନ କରିବାକୁ ଆମକୁ ପ୍ରେରଣା ଦେଇଛି । ଏହା ସେହି ସ୍ଥାନ ଯେଉଁଠି ଆମ ସମ୍ବିଧାନ ଗଠନ ହୋଇଥିଲା । ଭାରତ ପାଖରେ ଉର୍ଜା ଭର୍ତ୍ତି ହୋଇ ରହିଛି । ଦ୍ରୁତ ଗତିରେ ଆଗକୁ ବଢୁଛି ଦେଶ । ଖୁବଶୀଘ୍ର ଭାରତ ତୃତୀୟ ଅର୍ଥନୈତିକ ଦେଶ ହେବାକୁ ଯାଉଛି । ଜି20 ସମ୍ମିଳନୀରେ ଭାରତ ଗ୍ଲୋବାଲ ସାଉଥର ସ୍ବର ହୋଇଛି । ବିଶ୍ବମିତ୍ର ହୋଇଛି ଭାରତ । ଅମୃତକାଳର 25 ବର୍ଷରେ ଭାରକୁ କାନଭାସ ଉପରେ କାମ କରିବାକୁ ହେବ । ଆଜି ବିଶ୍ବର ନଜର ଭାରତ ଉପରେ ରହିଛି । ଛୋଟ କାନଭାସରେ ବଡ଼ ଚିତ୍ର ଅସମ୍ଭବ ଭଳି ଆମକୁ ବଡ ଚିନ୍ତା କରିବା ଜରୁରୀ । ଚିନ୍ତାଧାର ବିକାଶ ହେଲେ ଦେଶର ବିକାଶ ହେବ । ଭବିଷ୍ୟ ପାଇଁ ଉପଯୁକ୍ତ ସମୟରେ ସଠିକ ନିଷ୍ପତ୍ତି ନେବାକୁ ହେବ । ଆମେ ଆଜି ସଂସଦର ନୂଆ ଭବନକୁ ଯିବାକୁ ଯାଉଛୁ । ପୁରୁଣା ସଂସଦର ଗରିମା କେବେ କମ ହେବ ନାହିଁ । ଏହାକୁ କେବଳ ପୁରୁଣା ପାର୍ଲାମେଣ୍ଟ କହି ଛାଡ଼ି ଦିଆଯିବ ନାହିଁ ଏହାକୁ 'ସମ୍ବିଧାନ ସଦନ' ଭାବେ ପରିଚୟ ମିଳୁ । ସମସ୍ତେ ରାଜି ହେଲେ ଏହାର ନାମ ସମ୍ବିଧାନ ସଦନ ରହିବ । ଏହା ଆମକୁ ଜୀବନ ଭରି ପ୍ରେରଣା ଦେବ ।"

ଅତୀତର ଘଟଣାକୁ ନେଇ ସଦସ୍ୟଙ୍କୁ ଅଭିମତ ରଖି ପ୍ରଧାନମନ୍ତ୍ରୀ କହିଛନ୍ତି, "1947ରେ ଏହି ସେଣ୍ଟ୍ରାଲ ହଲରେ କ୍ଷମତା ହସ୍ତାନ୍ତର ହୋଇଥିଲା । 7 ଦଶନ୍ଧି ଭିତରେ ଅନେକ ଆଇନ ତିଆରି ଓ ସଂଶୋଧନ ହୋଇଛି । ଆବଶ୍ୟକ ବେଳେ ସ୍ବତନ୍ତ୍ର ଅଧିବେଶନରେ ଆଇନ ପ୍ରଣୟନ ହୋଇଛି । ଧାରା 370 ଉଚ୍ଛେଦ ଓ ତିନ ତଲାକ ବିଲ ପାସ ଉଲ୍ଲେଖ୍ୟନୀୟ ଘଟଣା । ସଂସଦରେ ହୋଇଥିବା ସମସ୍ତ ଆଇନ, ସବୁ ସଙ୍କେତ ଓ ଚର୍ଚ୍ଚା ଭାରତୀୟଙ୍କ ଆକାକ୍ଷାଂକୁ ବଢ଼ାଇଛି । ଏହା ଆମର କର୍ତ୍ତବ୍ୟ ଓ ଆଶା । ଲାଲକିଲ୍ଲାରୁ ମୁଁ କହିଥିଲି ଏହି ସମୟ ଉପଯୁକ୍ତ ସମୟ । ଯଦି ଆମେ ଗୋଟିଏ ପରେ ଗୋଟିଏ ଘଟଣା ଉପରେ ନଜର ଦେବା ତାହା ପ୍ରମାଣ କରୁଛି ଭାରତ ନୂଆ ଚେତନା ସହ ପୁନଃ ଜାଗ୍ରତ ହୋଇଛି । ଭାରତ ନୂଆ ଉର୍ଜାରେ ଭରି ରହିଛି ଏହି ଚେତନା ଓ ଉର୍ଜା ଦେଶର କୋଟି କୋଟି ଲୋକଙ୍କ ସ୍ବପ୍ନକୁ ସଂକଳ୍ପ କରି ପରିଶ୍ରମର ପରାକାଷ୍ଠା କରି ସିଦ୍ଧିରେ ପହଞ୍ଚାଇବ । ଏହି ସଂସଦରେ ମୁସଲିମ ମାଆ ଭଉଣୀଙ୍କୁ ନ୍ୟାୟ ମିଳିଛି । ଏହି ସଂସଦ ଅନେକ ଭୁଲକୁ ଠିକ କରିଛି । ତିନ ତଲାକ ବିରୋଧ ଆଇନ ପାସ୍‌ ହୋଇଛି । ଏହି ସଂସଦରେ କିନ୍ନରଙ୍କୁ ନ୍ୟାୟ ଦେବା ଆଇନର ନିର୍ମାଣ କରିଛି ।''

ଏହା ବି ପଢନ୍ତୁ...Special Session of Parliament: ଉଭୟ ଗୃହ ମୁଲତବୀ, ଇତିହାସ ହୋଇଗଲା ପୁରୁଣା ସଂସଦ ଭବନ, ଆଜି ନୂଆ ବିଲ୍ଡିଂରେ ପ୍ରବେଶ

ସେହିପରି ସେଣ୍ଟ୍ରାଲ ହଲ୍‌ରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଅଭିମତ ରିଖି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି, "ପୁରୁଣା ସଂସଦ ଭବନ ଆମ ଗରିମା । ମୁଁ ବହୁତ ଖୁସି ନୂଆ ସଂସଦ ଭବନ ନୂଆ ଓ ଉଦୀୟମାନ ଭାରତର ପ୍ରତୀକ । ଏହି ସେଣ୍ଟ୍ରାଲ୍‌ ଭବନ ବ୍ରିଟିଶ ନିକଟରୁ ଭାରତକୁ ଶକ୍ତି ହସ୍ତାନ୍ତରର ସାକ୍ଷୀ ହୋଇଛି ।"

କାର୍ଯ୍ୟକ୍ରମରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲକାର୍ଜୁନ ଖଡଗେ କହିଛନ୍ତି,"ଆମେ ଏହି ଐତିହାସିଲ ସେଣ୍ଟ୍ରାଲ୍‌ ହସଲରେ ଏକାଠୀ ହୋଇଛୁ । ଏହି ସେଣ୍ଟ୍ରାଲ ହଲରେ ହିଁ 1946ରୁ 1949 ଯାଏଁ ସମସ୍ତ ବୈଠକ ହୋଇଥିଲା । ଆଜି ଆମେ ସେହି ମହାନ ବ୍ୟକ୍ତି ରାଜେନ୍ଦ୍ର ପ୍ରସାଦ, ଭାରତୀୟ ସମ୍ବିଧାନର ବିନ୍ଧାଣୀ ବିଆର ଆମ୍ବେଦକର, ଜବାହାରଲାଲ ନେହେରୁ ଓ ସର୍ଦାର ବଲ୍ଲଭାଇ ପଟେଲଙ୍କ ଅବଦାନକୁ ମନେ ପକାଉଛୁ । ଆମେ ଯେତେବେଳେ ଏକ ପୁରୁଣାରୁ ନୂଆକୁ ଯାଇଥାଉ ସେବେ ଏକ ଯୁଗର ଶେଷ ହୋଇଥାଏ ।"

Last Updated : Sep 19, 2023, 1:53 PM IST

ABOUT THE AUTHOR

...view details