ଓଡିଶା

odisha

By

Published : May 17, 2021, 8:13 PM IST

ETV Bharat / bharat

ନାରଦା ଷ୍ଟିଙ୍ଗ: 4 TMC ନେତାଙ୍କୁ ମିଳିଲା ଜାମିନ

ମନ୍ତ୍ରୀ ସୁବ୍ରତ ମୁଖାର୍ଜୀ, ଫିରହାଦ ହାକିମ, ବିଧାୟକ ମଦନ ମିତ୍ର ଓ ପୂର୍ବତନ କୋଲକାତା ମେୟର ଶୋଭନ ଚାଟାର୍ଜୀଙ୍କୁ ଜାମିନ ପ୍ରଦାନ କରିଛନ୍ତି ସ୍ବତନ୍ତ୍ର ସିବିଆଇ କୋର୍ଟ । ଅଧିକ ପଢନ୍ତୁ...

ନାରଦା ଷ୍ଟିଙ୍ଗ: 4 TMC ନେତାଙ୍କୁ ମିଳିଲା ଜାମିନ
ନାରଦା ଷ୍ଟିଙ୍ଗ: 4 TMC ନେତାଙ୍କୁ ମିଳିଲା ଜାମିନ

କୋଲକାତା: ନାରଦା ଷ୍ଟିଙ୍ଗ ମାମଲାରେ ଗିରଫ ପଶ୍ଚିମବଙ୍ଗର 2 ମନ୍ତ୍ରୀଙ୍କ ସମେତ ରାଜ୍ୟର କ୍ଷମତାସୀନ ତୃଣମୂଳ କଂଗ୍ରେସର 4 ନେତାଙ୍କୁ ଛାଡିଛି ସିବିଆଇ । ବିଭାଗୀୟ ସ୍ବତନ୍ତ୍ର କୋର୍ଟ ସୋମବାର ସଂଧ୍ୟାରେ ସମସ୍ତଙ୍କୁ ଜାମିନ ପ୍ରଦାନ କରିଛନ୍ତି । ମନ୍ତ୍ରୀ ସୁବ୍ରତ ମୁଖାର୍ଜୀ, ଫିରହାଦ ହାକିମ, ବିଧାୟକ ମଦନ ମିତ୍ର ଓ ପୂର୍ବତନ କୋଲକାତା ମେୟର ଶୋଭନ ଚାଟାର୍ଜୀଙ୍କୁ ଗିରଫ କରିଥିଲା ସିବିଆଇ ।

ତୃଣମୂଳ କଂଗ୍ରେସ ନେତାଙ୍କ ଗିରଫ ପରେ କୋଲକାତା ନିଜାମ ପ୍ୟାଲେସ ସ୍ଥିତ ସିବିଆଇ କାର୍ଯ୍ୟାଳୟ ବାହାରେ ତୃଣମୂଳ କଂଗ୍ରେସ ସମର୍ଥକଙ୍କ ପ୍ରବଳ ହଙ୍ଗାମା ଦେଖିବାକୁ ମିଳିଥିଲା । ଖୋଦ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସେଠାରେ ପହଞ୍ଚି ତାଙ୍କୁ ମଧ୍ୟ ଗିରଫ କରାଯାଉ ବୋଲି ସିବିଆଇକୁ ଚ୍ୟାଲେଞ୍ଜ କରି କହିଥିଲେ ମମତା ।

ଦୀର୍ଘ 6 ଘଣ୍ଟାର ହାଇଡ୍ରାମା ପରେ ସିବିଆଇ କାର୍ଯ୍ୟାଳୟରୁ ବାହାରିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସିବିଆଇ ଅଫିସରୁ ବାହାରିବା ପରେ ମମତା କହିଛନ୍ତି, କୋର୍ଟ ଏହାର ନିଷ୍ପତ୍ତି ନେବେ ।

ଦିଲ୍ଲୀର ଜଣେ ସାମ୍ବାଦିକ କୋଲକାତା ଆସିଥିଲେ ଏବଂ ରାଜ୍ୟରେ ବ୍ୟବସାୟ କରିବା ପାଇଁ ପୁଞ୍ଜି ବିନିଯୋଗ କରିବେ ବୋଲି ଯୋଜନା କରି ସାତଜଣ ଟିଏମସି ସାଂସଦ, 4 ଜଣ ମନ୍ତ୍ରୀ, ଜଣେ ବିଧାୟକ ଏବଂ ଜଣେ ପୋଲିସ କର୍ମଚାରୀଙ୍କୁ ଲାଞ୍ଚ ପ୍ରଦାନ କରିଥିଲେ । ଏହି ସମୟର ଦୃଶ୍ୟକୁ ସେ କଏଦ କରିଥିଲେ । ଏହି ଭିଜୁଆଲକୁ ନାରଦା ଗଣମାଧ୍ୟମ ସଂସ୍ଥା 2016 ମସିହା ବିଧାନସଭା ନିର୍ବାଚନ ପୂର୍ବରୁ ରିଲିଜ କରିଥିଲା ।

ABOUT THE AUTHOR

...view details