ଓଡିଶା

odisha

ETV Bharat / bharat

୧୦ ହଜାର ତଣ୍ଡ ଗଣିବେ BCCI ସଭାପତି

ତଣ୍ଡ ଗଣିବେ ବିସିସିଆଇ ସଭାପତି ତଥା ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲୀ । ବେଆଇନ ଭାବରେ ଏକ ଜମି ଦଖଲ କରିବାଥିବାରୁ କୋଲକାତା ହାଇକୋର୍ଟ ବେଞ୍ଚ୍‌ ସୌରଭ ଗାଙ୍ଗୁଲିଙ୍କୁ ୧୦ ହଜାର ଟଙ୍କା ତଣ୍ଡ ଦେବାକୁ ନିର୍ଦ୍ଦେଶ । ଅଧିକ ପଢ଼ନ୍ତୁ...

୧୦ ହଜାର ତଣ୍ଡ ଗଣିବେ BCCI ସଭାପତି
୧୦ ହଜାର ତଣ୍ଡ ଗଣିବେ BCCI ସଭାପତି

By

Published : Sep 29, 2021, 6:12 AM IST

କୋଲକାତା: ତଣ୍ଡ ଗଣିବେ ବିସିସିଆଇ ସଭପତି ତଥା ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲୀ । ବେଆଇନ ଭାବରେ ଏକ ଜମି ଦଖଲ କରିଥିବାରୁ କୋଲକାତା ହାଇକୋର୍ଟ ବେଞ୍ଚ୍‌ ସୌରଭ ଗାଙ୍ଗୁଲିଙ୍କୁ ୧୦ ହଜାର ଟଙ୍କା ତଣ୍ଡ ଦେବାକୁ ନିର୍ଦ୍ଦେଶ । ସେହିଭଳି ଜମି ବଣ୍ଟନରେ ଅନିୟମିତତା ଦର୍ଶାଇ ପଶ୍ଚିମବଙ୍ଗ ଗୃହ ନିର୍ମାଣ ଉନ୍ନତି ବିଭାଗ(West Bengal Housing Infrastructure Development Corporation)କୁ ୫୦ ହଜାର ଟଙ୍କା ଫାଇନ ପୈଠ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

କୋଲକାତା ହାଇକୋର୍ଟ ବେଞ୍ଚ୍‌ କାର୍ଯ୍ୟକାରୀ ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏହି ବେଞ୍ଚ୍‌ ସୌରଭ ଗାଙ୍ଗୁଲିଙ୍କ ବିରୋଧରେ ଏହି ମାମଲାର ରାୟ ଦେଇଛନ୍ତି । ଏହି ବେଞ୍ଚରେ ବିଚାରପତି ରାଜେଶ ବିନ୍ଦଲ ମଧ୍ୟ ସାମିଲ ଥିଲେ । ଏକି ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସୌରଭ ଗାଙ୍ଗୁଲି ନୂଆ ଟାଉନ୍‌ ଅଞ୍ଚଳରେ ଏକ ଜମି ଦଖଲ କରିଛନ୍ତି ।

ପଶ୍ଚିମବଙ୍ଗ ଗୃହ ନିର୍ମାଣ ଉନ୍ନତି ବିଭାଗକୁ ଏଥିପାଇଁ ୫୦ ହଜାର ଟଙ୍କା ତଣ୍ଡ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସୌରଭ ଗାଙ୍ଗୁଲି ଜମି ଦଖଲ କରିବାରେ ବିଭାଗର ଯେଉଁ କର୍ମଚାରୀ ସହାୟତା କରିଥିଲେ ତଣ୍ଡ ସେହି ମାନଙ୍କଠାରୁ ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ଯେଉଁଭଳି ଭାବରେ ସୌରଭ ଗାଙ୍ଗୁଲି ଜମି ଦଖଲ କରିଛନ୍ତି ତାହା ବେଆଇନ ବୋଲି କହିଛନ୍ତି ହାଇକୋର୍ଟ । ଗତ ୨୦୧୬ରେ ଏହାକୁ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାଖଲ କରାଯାଇଥିଲା । ଏହାକୁ ନେଇ ମଙ୍ଗଳବାର ରାୟ ଦେଇଛନ୍ତି କୋଲକାତା ହାଇକୋର୍ଟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details