ଓଡିଶା

odisha

By ETV Bharat Odisha Team

Published : Oct 23, 2023, 5:33 PM IST

ETV Bharat / bharat

ଦିଲ୍ଲୀ-ମିରଟ RRTS ସେବାରେ AI ଅପରେଟେଡ ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା

ଦିଲ୍ଲୀ-ମିରଟ ରାପିଡ ଟ୍ରାଞ୍ଜିଟ ରେଳସେବାରେ AI ଅପରେଟେଡ ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା । 21 ତାରିଖରେ ପ୍ରଥମ ପର୍ଯ୍ୟାୟକୁ ଲୋକାର୍ପଣ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

ମେରୁଟ-ଦିଲ୍ଲୀ RRTS ସେବାରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ସୁରକ୍ଷ ବ୍ୟବସ୍ଥା
ମେରୁଟ-ଦିଲ୍ଲୀ RRTS ସେବାରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ସୁରକ୍ଷ ବ୍ୟବସ୍ଥା

ନୂଆଦିଲ୍ଲୀ: ଦିଲ୍ଲୀ-ମିରଟ ମଧ୍ୟରେ ଆରମ୍ଭ ହୋଇଥିବା ରାପିଡ ରେଳ ପ୍ରକଳ୍ପରେ ବ୍ୟବହୃତ ହୋଇଛି ଅତ୍ୟାଧୁନିକ ଟେକ୍ନୋଟୋଜିର ସୁରକ୍ଷା ବ୍ୟବସ୍ଥା । ଏହା ମଧ୍ୟରେ ପ୍ରଥମ ଥର ସୁରକ୍ଷା ବ୍ୟବସ୍ଥାରେ କୃତ୍ରିମ ବୁଦ୍ଧିମତା ତଥା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ବ୍ୟବସ୍ଥା ମଧ୍ୟ ବ୍ୟବହୃତ ହୋଇଛି । ଜାତୀୟ ରାଜଧାନୀ କ୍ଷେତ୍ର ପରିବହନ ନିଗମ (NCRTC) ଏହି ବ୍ୟବସ୍ଥା ସମସ୍ତ ଷ୍ଟେସନ ଓ ଟ୍ରେନରେ ମଧ୍ୟ ଇନଷ୍ଟଲ କରିଛି । ତେବେ ଏହି ବ୍ୟବସ୍ଥା ଫଳରେ ରେଳସେବାରେ ଯାତ୍ରା କରୁଥିବା ଯାତ୍ରୀମାନେ ଅତ୍ୟାଧୁନିକ ସୁରକ୍ଷା ପାଇବା ସହ କୌଣସି ଅପ୍ରିତିକର ସ୍ଥିତି ସହଜରେ ରୋକାଯାଇପାରିବ ।

ତେବେ ଏହି ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଦୁଇସ୍ତରୀୟ ସର୍ଭିଲାନ୍ସ ସିଷ୍ଟମ ରହିଛି । 360 ଡିଗ୍ରୀ ରୋଟେଡ ସିସିଟିଭି କ୍ୟାମେରାର ବ୍ୟବସ୍ଥା ମଧ୍ୟ ରହିଛି । ଏହା ସହ ଷ୍ଟେସନ ବ୍ୟତୀତ ପ୍ରତି ଟ୍ରେନରେ ମଧ୍ୟ ଏଆଇ ଅପରେଟେଡ କ୍ୟାମେରାର ରଖାଯାଇଛି । ଯେଉଁଥିରେ କୌଣସି ପ୍ରକାର ବେଆଇନ ଓ ନିୟମ ଖିଲାପକାରୀ କାର୍ଯ୍ୟକଳାପ ରେକର୍ଡ ହେଲେ ଏହା ସିଧା ସାଇରନ ମାଧ୍ୟମରେ ସତର୍କ ସୂଚନା ଜାରି କରିପାରିବ । ସେହିପରି ସ୍ଥିର ହୋଇଥିବା ନିର୍ଦ୍ଦିଷ୍ଟ ମାତ୍ରାଠାରୁ ଅଧିକ ପରିମାଣର ଲଗେଜ ଓ ମାତ୍ରାଧିକ ଯାତ୍ରୀ ମଧ୍ଯ ଯାତ୍ରା କଲେ ଏହା ସୂଚନା ଦେବ । 24 ଘଣ୍ଟିଆ ସୁରକ୍ଷା କଣ୍ଟ୍ରୋଲରୁମ ମଧ୍ୟ ଷ୍ଟେସନ ପରିସରରେ କାର୍ଯ୍ୟକ୍ଷମ ହୋଇଛି ।


ଅକ୍ଟୋବର 21ରେ ଏହି ଦିଲ୍ଲୀ-ମିରଟ ଦୃତ ରେଳ ପ୍ରକଳ୍ପର ପ୍ରଥମ ପର୍ୟ୍ୟାୟର ଲୋକାର୍ପଣ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ହୋଇଥିଲା । କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଥିବା 17 କି.ମି ମଧ୍ୟରେ ରେଳସେବା ଆରମ୍ଭ ହୋଇଛି । ତେବେ ପ୍ରଥମ ଦିନରେ ମଧ୍ୟ ଏଥିରେ ଯାତ୍ରା କରିବାକୁ ନେଇ ବେସ ଉତ୍ସାହ ପ୍ରକାଶ କରିଛନ୍ତି ରାଜଧାନୀ ଓ ଏନସିଆରବାସୀ । ଲୋକାର୍ପଣ ଦିନ ହିଁ ଏଥିରେ ରେକର୍ଡ ସଂଖ୍ୟକ 10 ହଜାର ଯାତ୍ରୀ ଯାତ୍ରା କରିଥିଲେ ।

ଏହା ମଧ୍ୟ ପଢନ୍ତୁ:- 20 ରେ ଦିଲ୍ଲୀ-ମିରଟ ରାପିଡ ରେଲ ସିଷ୍ଟମର ପ୍ରଥମ ପର୍ଯ୍ୟାୟକୁ ଲୋକାର୍ପିତ କରିବେ ପ୍ରଧାନମନ୍ତ୍ରୀ

ଏବେ ଏହି 80 କି.ମି ଲମ୍ବ ବିଶିଷ୍ଟ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟକୁ ଲୋକାର୍ପିତ କରାଯାଇଛି । ସାହିବାବାଦରୁ ଦୁହି ପର୍ଯ୍ୟନ୍ତ ପ୍ରାୟ 17 କିଲୋମିଟର ଲମ୍ବା ରୁଟ୍‌ରେ ଏହି ଦ୍ରୁତ ରେଳ ସେବା ଆରମ୍ଭ ହେଉଛି । ଏହି ରୁଟ୍‌ ମଧ୍ୟରେ 5ଟି ଷ୍ଟେସନରେ ରହିଛି । ସାହିବାବାଦ, ଗାଜିଆବାଦ, ଗୁଲଧର, ଦୁହି ଓ ଦୁହି ଟର୍ମିନାଲରେ ଟ୍ରେନ୍‌ ରହଣି ହେବ । ଦିଲ୍ଲୀ-ମିରଟ୍ ରିଜିଓନାଲ ରାପିଡ ଟ୍ରାଞ୍ଜିଟ ସିଷ୍ଟମ (ଆରଆରଟିଏସ୍) ପ୍ରକଳ୍ପର ମୋଟ ଲମ୍ବ 82 କିଲୋମିଟର ରହିଛି । ଏହାର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ଷମ ହୋଇସାରିଥିବା ବେଳେ ବର୍ଷ 2025 ସୁଦ୍ଧା ଏହି ଅତ୍ୟାଧୁନିକ ଯୋଗାଯୋଗ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବା ନେଇ ଲକ୍ଷ୍ୟ ରଖାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details