ନୂଆଦିଲ୍ଲୀ:ଅଭିନେତା ସୋନୁ ସୁଦଙ୍କୁ ପଞ୍ଜାବର ରାଜ୍ୟ ଆଇକନ୍ ଭାବରେ ନିଯୁକ୍ତ କରିଛନ୍ତି ନିର୍ବାଚନ ଆୟୋଗ । ଏହି ସମ୍ମାନ ପାଇଁ ଅତ୍ୟଧିକ ମାତ୍ରାରେ କୃତଜ୍ଞ ବୋଲି କହିଛନ୍ତି ସୋନୁ । ତେବେ ଭୋଟରଙ୍କୁ ଉତ୍ସାହିତ ତଥା ଭୋଟ ଅଧିକାର ବିଷୟରେ ଲୋକଙ୍କୁ ଅବଗତ କରିବେ ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି ।
ପଞ୍ଜାବର ରାଜ୍ୟ ଆଇକନ୍ ନିଯୁକ୍ତ ହେଲେ ସୋନୁ ସୁଦ - ସୋନୁ ସୁଦଙ୍କୁ ପଞ୍ଜାବର ରାଜ୍ୟ ଆଇକନ୍ ଭାବେ ନିଯୁକ୍ତ କଲା ନିର୍ବାଚନ ଆୟୋଗ
ଅଭିନେତା ସୋନୁ ସୁଦଙ୍କୁ ପଞ୍ଜାବର ରାଜ୍ୟ ଆଇକନ୍ ଭାବରେ ନିଯୁକ୍ତ କଲେ ନିର୍ବାଚନ ଆୟୋଗ । ଏହି ସମ୍ମାନ ପାଇଁ ମୁଁ ଅତ୍ୟଧିକ ମାତ୍ରାରେ କୃତଜ୍ଞ ବୋଲି କହିଛନ୍ତି । ଅଧିକ ପଢନ୍ତୁ...
ସୋନୁ କହିଛନ୍ତି, ପଞ୍ଜାବରେ ଜନ୍ମ ହୋଇ ଏହି ନିଯୁକ୍ତି ମୋ ପାଇଁ ଭାବପ୍ରବଣ ଭାବରେ ବହୁତ ମହତ୍ବ ପୂର୍ଣ୍ଣ । ମୋ ରାଜ୍ୟ ମୋତେ ସୁଯୋଗ ଦେଇଥିବାରୁ ମୁଁ ଗର୍ବିତ । ଏହା ସହ ମୁଁ କଠିନ ପରିଶ୍ରମ କରିବାକୁ ପ୍ରେରିତ ଥିବାରୁ ବୋଲି ସୋନୁ ଖୁସି ବ୍ୟକ୍ତ କରିଛନ୍ତି । ସୋନୁ ସୁଦ କୋରୋନା ମାହମାରୀ ତଥା ଲକଡାଉନ୍ ସମୟରେ ସହାୟତାର ହାତ ବଢାଇ ବେଶ ପ୍ରଶଂସିତ ହୋଇଥିଲେ । କୋରୋନା ମହାମାରୀ ମଧ୍ୟରେ ସୋନୁ ପ୍ରବାସୀ ଶ୍ରମିକମାନଙ୍କୁ ନିଜ ସହରରେ ପହଞ୍ଚିବାରେ ସାହାଯ୍ୟ କରୁଛନ୍ତି । ସେ ଫେସ୍ ମାସ୍କ, ଖାଦ୍ୟ, ମୋବାଇଲ୍ ଫୋନ୍ ଏବଂ ଅର୍ଥ ଦେଇ ଲୋକଙ୍କୁ ସାହାଯ୍ୟ କରିଥିଲେ ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ