ନୂଆଦିଲ୍ଲୀ: ଚଳିତବର୍ଷ ନିଜର ଜନ୍ମଦିନ ପାଳନ କରିବେ ନାହିଁ କଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଦେଶରେ ଚାଲିଥିବା କୃଷକ ଆନ୍ଦୋଳନ ଓ କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ସେ ଚଳିତବର୍ଷ ଜନ୍ମଦିନ ପାଳନ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି ।
ଆସନ୍ତାକାଲି (୯ ଡିସେମ୍ବର) ରେ ୭୪ବର୍ଷରେ ପାଦ ଦେବେ କଂଗ୍ରେସ ହାଇକମାଣ୍ଡ ସୋନିଆ । ବର୍ତ୍ତମାନ ସେ ଡାକ୍ତରଙ୍କ ପରାମର୍ଶ କ୍ରମେ ଗୋଆରେ ଅଛନ୍ତି । ଦିଲ୍ଲୀରେ ପ୍ରଦୂଷଣ ସଙ୍କଟ ମଧ୍ୟରେ ତାଙ୍କୁ ଦିଲ୍ଲୀରେ ରହିବାକୁ ବାରଣ କରିଥିଲେ ସୋନିଆଙ୍କ ଡାକ୍ତରୀ ଟିମ ।