ଓଡିଶା

odisha

ETV Bharat / bharat

ମିଳିଲାନି ଟିକେଟ, ଟିଏମସି ଛାଡିଲେ ବିଧାୟିକା ସୋନାଲ ଗୁହା - to join BJP.

ଟିକେଟ ନ ମିଳିବାରୁ ତୃଣମୂଳ କଂଗ୍ରେସ ଛାଡିଲେ ବିଧାୟିକା ସୋନାଲ ଗୁହା । ଏଥର ଦକ୍ଷିଣ ଚବିଶ ପ୍ରଗଣାର ସତଗଛିଆ ବିଧାୟିକା ସୋନାଲି ଗୁହା ବିଜେପିରେ ସାମିଲ ହୋଇଛନ୍ତି । ଅଧିକ ପଢନ୍ତୁ...

Sonali Guha, Trinamool Congress MLA from Satgachia
ଟିକେଟ ନ ମିଳିବାରୁ ତୃଣମୂଳ କଂଗ୍ରେସ ଛାଡିଲେ ବିଧାୟିକା ସୋନାଲ ଗୁହା

By

Published : Mar 6, 2021, 4:37 PM IST

କୋଲକାତା: ଟିକେଟ ନ ମିଳିବାରୁ ତୃଣମୂଳ କଂଗ୍ରେସ ଛାଡିଲେ ବିଧାୟିକା ସୋନାଲ ଗୁହା । ଏଥର ଦକ୍ଷିଣ ଚବିଶ ପ୍ରଗଣାର ସତଗଛିଆ ବିଧାୟିକା ସୋନାଲି ଗୁହା ଛାଡିଛନ୍ତି ଦଳ । ସେ ବିଜେପିରେ ସାମିଲ ହେବେ ବୋଲି ଜଣାପଡିଛି ।

ପଶ୍ଚିମବଙ୍ଗ ନିର୍ଚାଚନ ଯେତେ ପାଖେଇ ଆସୁଛି ନେତାଙ୍କ ଦଳବଦଳ ବୃଦ୍ଧି ପାଉଛି । ପ୍ରତିଦିନ ପଶ୍ଚିମବଙ୍ଗ ବିଜେପିରେ ନୂଆ ନୂଆ ନେତାଙ୍କ ସୁଅ ଛୁଟୁଛି । ଏହି କ୍ରମରେ ସାମିଲ ହେବେ ତୃଣମୂଳ କଂଗ୍ରେସ ବିଧାୟିକା ସୋନାଲି ଗୁହା । ସେ ଦକ୍ଷିଣ ଚବିଶ ପ୍ରଗଣାର ସତଗଛିଆ ବିଧାୟିକା ଭାବରେ ନିର୍ବାଚିତ ହୋଇଛନ୍ତି । ତୃଣମୂଳ କଂଗ୍ରେସ ଗତକାଲି ନିଜର ସମସ୍ତ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି । ଏଥିରେ ସତଗଛିଆ ବିଧାୟିକା ସୋନାଲି ଗୁହା ନାମ ନଥିବାରୁ ସେ ଇସ୍ତଫା ଦେଇଛନ୍ତି । ତାଙ୍କ ଟିକେଟ କଟା ଯିବାକୁ ନେଇ ମମତା ବାନାର୍ଜୀଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି ।

ସୂଚନାଥାଉକି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି ଓ ତୃଣମୂଳ କଂଗ୍ରେସ ମଧ୍ୟରେ ଜୋରଦାର ଟକ୍କର ଦେଖିବାକୁ ମିଳୁଛି । ରାଜନୈତିକ ସମୀକ୍ଷକଙ୍କ ମତ ଅନୁସାରେ ଚଳିତ ବର୍ଷ ପଶ୍ଚିମବଙ୍ଗ ରାଜନୀତିରେ ରୋଚକ ପରିସ୍ଥିତି ସୃଷ୍ଟି ହେବ । ତୃଣମୂଳ କଂଗ୍ରେସର ପ୍ରାୟ ନେତା ଓ ବିଧାୟକ ବିଜେପିରେ ସାମିଲ ହୋଇଛନ୍ତି । ତୃଣମୂଳ କଂଗ୍ରେସର ବହୁ ବିଧାୟକ ବିଜେପିରେ ସାମିଲ ହୋଇଛନ୍ତି । ପଶ୍ଚିମବଙ୍ଗରେ ମାର୍ଚ୍ଚ 27ରୁ ଏପ୍ରିଲ 29 ପର୍ଯ୍ୟନ୍ତ ମୋଟ ଆଠଟି ପର୍ଯ୍ୟାୟରେ 294 ବିଧାନସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନରେ ଉଭୟ ବିଜେପି ଓ ତୃଣମୂଳ କଂଗ୍ରେସ ମଧ୍ୟରେ ରାଜନୈତିକ ଲଢେଇ ଚରମସୀମାରେ ପହଞ୍ଚିଛି । ଗୋଟିଏ ପଟେ ମୋଦି ହାୱା ଥିବାବେଳେ ଅନ୍ୟ ପଟେ ମମତାଙ୍କ ରଣନୀତିକୁ ନେଇ ମଇଦାନରେ ଜୋରଦାର ଲଢେଇ ହେବ ।

@ANI

ABOUT THE AUTHOR

...view details