ଓଡିଶା

odisha

ETV Bharat / bharat

ବାପାଙ୍କ ପରେ ପୁଅ: ରଦ୍ଦ ହେଲା ଆଜମ ଖାନ ପୁଅଙ୍କ ବିଧାୟକ ପଦ - ଆଜମ ଖାନଙ୍କ ପୁଅ ଅବଦୁଲ୍ଲା ଆଜମ ଖାନ

15 ବର୍ଷ ପୁରୁଣା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ରଦ୍ଦ ହେଲା ଆଜମ ଖାନଙ୍କ ପୁଅଙ୍କ ବିଧାୟକ ପଦ । 2008ରେ ଥିବା ମାମଲାରେ ହେଲେ ଦୋଷୀ ସାବ୍ୟସ୍ତ । ପୂର୍ବରୁ ପଦ ହରାଇଥିଲେ ବାପା ଆଜମ ଖାନ । ଅଧିକ ପଢନ୍ତୁ

ରଦ୍ଦ ହେଲା ଆଜମ ଖାନଙ୍କ ପୁଅଙ୍କ ବିଧାୟକ ପଦ
ରଦ୍ଦ ହେଲା ଆଜମ ଖାନଙ୍କ ପୁଅଙ୍କ ବିଧାୟକ ପଦ

By

Published : Feb 15, 2023, 7:54 PM IST

ନୂଆଦିଲ୍ଲୀ:ବାପାଙ୍କ ପରେ ରଦ୍ଦ ହେଲା ବିଧାୟକ ପୁଅଙ୍କ ସଭ୍ୟପଦ । ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ ଖାନଙ୍କ ପୁଅ ଅବଦୁଲ୍ଲା ଆଜାମ ଖାନଙ୍କ ବିଧାୟକ ପଦ ରଦ୍ଦ ହୋଇଛି । 15 ବର୍ଷ ପୂର୍ବେ ତାଙ୍କ ନାମରେ ଥିବା ଏକ ମାମଲାରେ କୋର୍ଟ ଉଭୟ ଖାନ ବାପ ପୁଅଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ଅବଦୁଲ୍ଲା ଆଜାମ ଖାନଙ୍କୁ ବିଧାୟକ ପଦରୁ ଅଯୋଗ୍ୟ ଘୋଷିତ କରାଯାଇଛି । ଅବଦୁଲ୍ଲା ଆଜାମ ଖାନ ରାମପୁରର ଆସନରୁ ବିଧାୟକ ଥିଲେ ।

2008 ମସିହାରେ ଏକ ହିଂସା ମାମଲାରେ ଅବଦୁଲ୍ଲା ଆଜନ ଖାନ ଓ ପିତା ଆଜମ ଖାନଙ୍କୁ ସ୍ଥାନୀୟ ମୋରାଦାବାଦ ଏମପି ଏମଏଲଏ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । 2008 ମସିହାରେ ପୋଲିସର ଗାଡି ଚେକିଂ ବେଳେ ସେ ଆଇନ ଶୃଙ୍ଖଳା ସ୍ଥିତି ସୃଷ୍ଚି କରିଥିଲା । ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରେ ବାଧା ଦେବା, ରାସ୍ତାରେ ଉପରେ ଧାରଣାରେ ବସି ସାଧାରଣ ଜନତାକୁ ସମସ୍ୟାରେ ପକାଇବା ଓ ଆଇନ ଶୃଙ୍ଖଳା ସ୍ଥିତି ସୃଷ୍ଟି କରିବା ନେଇ ମାମଲା ରୁଜୁ ହୋଇଥିଲା ।

ଏହି ମାମଲାରେ ଆଜି ଉଭୟ ବାପ ପୁଅଙ୍କୁ ଦୋଷୀ ସାବ୍ୟସ୍ତ କରାଯିବ ସହ ଦୁଇ ବର୍ଷ ଲେଖାଏଁ ଜେଲଦଣ୍ଡରେ ଦଣ୍ଡିତ କରାଯାଇଛି । ମାମଲାରେ ମୋଟ 9 ଜଣ ଅଭିଯୁକ୍ତ ଥିଲେ । 7ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯିବା ସହ ଅବଦୁଲ୍ଲା ଆଜାମ ଖାନ ଏବଂ ପିତା ଆଜମ ଖାନଙ୍କୁ ଦଣ୍ଡିତ କରାଯାଇଥିଲା । ରାୟ ଆସିବା ପରେ ବିଧାୟକ ପୁଅ ଅବଦୁଲ୍ଲା ଆଜମ ଖାନଙ୍କୁ ମଧ୍ୟ ବିଧାୟକ ପଦରୁ ବରଖାସ୍ତ କରାଯାଇଛି ।

ଅବଦୁଲ୍ଲା ଆଜାମ ଖାନଙ୍କୁ ଅଯୋଗ୍ୟ ଘୋଷିତ କରାଯିବା ଏହା ପ୍ରଥମ ଘଟଣା ନୁହେଁ । 2020 ମହିସାରେ ଆହ୍ଲାବାଦ ହାଇକୋର୍ଟ ତାଙ୍କ ନିର୍ବାଚନକୁ ବାତିଲ କରିଥିଲେ ଏବଂ ପିଛିଲା ଭାବେ 2019 ମସିହା ଡିସେମ୍ବର 16 ତାରିଖରୁ ତାଙ୍କୁ ବିଧାନସଭାରୁ ଅଯୋଗ୍ୟ ଘୋଷିତ କରାଯାଇଥିଲା । 25 ବର୍ଷରୁ କମ ବୟସରେ ସେ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିଥିବା ଜଣାପଡିବା ପରେ ତାଙ୍କ ସଭ୍ୟପଦ ରଦ୍ଦ କରିଥିଲେ କୋର୍ଟ । ପରେ ସେ 2022 ଉତ୍ତର ପ୍ରଦେଶ ବିଧାସନଭା ନିର୍ବାଚନରେ ସମାଜବାଦୀ ପାର୍ଟି ପ୍ରାର୍ଥୀ ଭାବେ ଲଢି ସେ ପୁଣି ନିର୍ବାଚନରେ ଜିତିଥିଲେ । ଆଜି 15ବର୍ଷ ତଳର ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ପିତାଙ୍କ ପରି ସେ ମଧ୍ୟ ବିଧାୟକ ପଦରୁ ଅଯୋଗ୍ୟ ଘୋଷିତ ।

ଗତ ବର୍ଷ ଅକ୍ଟୋବରରେ, ବିଧାନସଭାରେ ରାମପୁର ସଦର ଆସନକୁ ପ୍ରତିନିଧିତ୍ୱ କରୁଥିବା ଆଜମ ଖାନ ହେଟସ୍ପିଚ୍‌ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । 1980 ମସିହାରୁ ରାମପୁର ସଦର ଆସନରୁ କ୍ରମାଗତ ଜିତି ଆସୁଥିବା ଆଜମ ଖାନଙ୍କ ସଭ୍ୟପଦ ରଦ୍ଦ ହୋଇଥିଲା । ଏବେ ବାପାଙ୍କ ପରେ ପୁଅ ମଧ୍ୟ ପଦ ହରାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details