ଓଡିଶା

odisha

ETV Bharat / bharat

ମା’ର ଜଳୁଥିବା ଜୁଇରେ କୁକୁଡା ମାଂସ ରାନ୍ଧି ଖାଇଲା ପୁଅ

ନିଜର ଜନ୍ମକଲା ମାକୁ ହତ୍ୟା କରି ତା ଜଳୁଥିବା ଜୁଇରେ କୁକୁଡା ମାଂସ ରୋଷେଇ କରି ଖାଇଲା ପୁଅ । ଅଧିକ ପଢନ୍ତୁ...

murder
ନିଜର ଜନ୍ମ କଲା ମା କୁ ହତ୍ୟା କରି କରି କୁକଡା ମାଂସ ରୋଷେଇ କରି ଖାଇଲା ଅସୁର ପୁତ୍ର

By

Published : Jan 30, 2021, 8:56 PM IST

ରାଞ୍ଚି: ନିଜର ଜନ୍ମକଲା ମାକୁ ହତ୍ୟା କରି ତା ଜଳୁଥିବା ଜୁଇରେ କୁକୁଡା ମାଂସ ରୋଷେଇ କରି ଖାଇଲା ପୁଅ । ଏ ଘଟଣା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ଝାଡଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାରେ ।

ନିଜର ଜନ୍ମ କଲା ମା କୁ ହତ୍ୟା କରି କରି କୁକଡା ମାଂସ ରୋଷେଇ କରି ଖାଇଲା ଅସୁର ପୁତ୍ର

ସୂଚନାଅନୁଯାୟୀ ପଶ୍ଚିମ ସିଂହଭୂମ ଜିଲ୍ଲାର ମନୋହରପୁର ଥାନା ଅନ୍ତର୍ଗତ ଜୋଜଗୁଟ ଗ୍ରାମର 35 ବର୍ଷିୟ ପ୍ରଧାନ ସୋୟା ନାମକ ଯୁବକ ଶୁକ୍ରବାର ରାତିରେ ନିଜ 60 ବର୍ଷୀୟ ମା’ ସିମୀ ସୋୟାକୁ ହତ୍ୟା କରିଥିଲା । ଏହାପରେ ଘର ଭିତରେ ହିଁ ତାଙ୍କ ମୃତଦେହକୁ ପୋଡିଦେଇଛି । ଘର ଭିତରେ ହିଁ ମୃତଦେହ ଦାହ କରି ସେହି ସ୍ଥାନରେ କୁକୁଡା ମାଂସ ରୋଷେଇ କରି ଖାଇଛି । ଗତ 4 ବର୍ଷ ପୂର୍ବରୁ ନିଜ ବାପାଙ୍କୁ ମଧ୍ୟ ସେ ହତ୍ୟା କରି ଜେଲ ଯାଇଥିଲା । କିନ୍ତୁ ସେ ଜେଲରୁ ଫେରାର ହୋଇ ଆସିଥିଲା । ଏ ନେଇ ଶନିବାର ସକାଳେ ଅଭିଯୁକ୍ତଙ୍କ ଭାଉଜ ଗ୍ରାମବାସୀଙ୍କୁ ଜଣାଇଥିଲେ । ଏହାପରେ ଗ୍ରାମବାସୀ ଅଭିଯୁକ୍ତର ହାତ ଗୋଡ ବାନ୍ଧି ପୋଲିସକୁ ଖବର ଦେଇଥିଲେ ।

ନିଜର ଜନ୍ମ କଲା ମା କୁ ହତ୍ୟା କରି କରି କୁକଡା ମାଂସ ରୋଷେଇ କରି ଖାଇଲା ଅସୁର ପୁତ୍ର

ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିବା ସହ ମୃତଦେହ ଜବତ କରିଥିଲା । କେଉଁ କାରଣରୁ ସେ ଏଭଳି ଅମାନବୀୟ ଘଟଣା ଘଟାଇଛି ସେନେଇ ତଦନ୍ତ ଆରମ୍ଭ ହୋଇଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details