ଓଡିଶା

odisha

ETV Bharat / bharat

ଅମୃତ କଳସ ଯାତ୍ରା ସମାପନ ଉତ୍ସବ, ଅନାଦିକାଳରୁ ଦେଶକୁ ରକ୍ଷା କରିଛି ମାଟି କହିଲେ ପ୍ରଧାନମନ୍ତ୍ରୀ

ମୋ ମାଟି ମୋ ଦେଶ ଅଭିଯାନ ଶେଷ ହୋଇଛି । ଅମୃତ କଳସ ଯାତ୍ରା ସମାପନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

concluding ceremony of Meri Maati Mera Desh
Meri Mati Mera Desh campaign concluded

By ETV Bharat Odisha Team

Published : Nov 1, 2023, 9:22 AM IST

ନୂଆଦିଲ୍ଲୀ:ଜାତୀୟ ରାଜଧାନୀ ଦିଲ୍ଲୀର କର୍ତ୍ତବ୍ୟପଥରେ 'ମୋ ମୋଟି ମୋ ଦେଶ' ଅଭିଯାନର ଅମୃତ କଳର ଯାତ୍ରାର ସମାପନ ହୋଇଛି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହୋଇଛନ୍ତି । ଦେଶର କୋଣ ଅନୁକୋଣରୁ ଆସିଥିବା ମାଟିକୁ ମଥାରେ ତିଲକ କରି ଲଗାଇଛନ୍ତି ପ୍ରଧାନମନ୍ତ୍ରୀ । ଆଜି କର୍ତ୍ତବ୍ୟପଥ ଏକ ଐତିହାସିକ ମହାଯଜ୍ଞର ସାକ୍ଷୀ ହେବାକୁ ଯାଉଛି । ଆଜାଦୀ କା ଅମୃତ ମହୋତ୍ସବ ଜନଭାଗିଦାରୀର ନୂଆ ଇତାହାସ ସୃଷ୍ଟ କରିଛି । ଏହି ମାଟି ଆମକୁ ସୁରକ୍ଷା ଦେଇ ଆସୁଛି । ସମସ୍ର ଦେଶରୁ ଆସିଥିବା ଏହି ମାଟିରେ ଅଗଣିତ ଆକାଂକ୍ଷା ରହିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଅମୃତ କଳସ ଯାତ୍ରାର ସମାପନ ଉତ୍ସବରେ ପ୍ରଧାନମନ୍ତ୍ରୀ କହିଛନ୍ତି, "ଆଜି ଏହି ମହା ଉତ୍ସବ ଶେଷ ହେଉଛି । ବଡ଼ ବଡ଼ ମହାନ ସଭ୍ୟତାର ସମାପ୍ତ ହୋଇଛି ମାତ୍ର ଭାରତର ମାଟି ସେହି ଚେତନା ରହିଛି ଯାହା ଅନାଦି କାଳରୁ ଭାରତକୁ ରକ୍ଷା କରି ଆସୁଛି । ଏହା ସେହି ମାଟି ଯାହା ଦେଶର କୋଣ ଅନୁକୋଣରୁ ଆତ୍ମୀୟତା ଏବଂ ଆଧ୍ୟାତ୍ମକୁ ଆମ ଆତ୍ମା ସହ ଯୋଡ଼ୁଛି । ଦେଶର ପ୍ରତି ଅଗଣାରୁ ଯେଉଁ ମାଟି ଆସି ଏଠାରେ ପହଞ୍ଚିଛି ତାହା ଆମକୁ କର୍ତ୍ତବ୍ୟ ଭାବନାରେ ବିକଶିତ ଭାରତର ନିଜ ସଂକଳ୍ପରୁ ସିଦ୍ଧି ନିମନ୍ତେ ପ୍ରେରଣା ଯୋଗାଉଛି । ଏଥିରେ ଦେଶର ଅଗଣିତ ଆକଂକ୍ଷା ଓ ସଂକଳ୍ପ ସାମିଲ ରହିଛି । ତେଣୁ ଭାରତକୁ ଭବ୍ୟ ବନାଇବାକୁ ଆମକୁ ସଂକଳ୍ପ ନେବାକୁ ହେବ । ଯେଉଁ ଅମୃତ ବାଟିକାର ଶିଳାନ୍ୟାସ ହୋଇଛି ତାହା ଆଗମୀ ପିଢ଼ିକୁ ଏକ ଭାରତ ଶ୍ରେଷ୍ଠ ଭାରତର ପ୍ରେରଣା ଦେବ ।"

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ''ଚିନ୍ତାଧାର ସଚ୍ଚୋଟ ହେବ, ରାଷ୍ଟ୍ର ପ୍ରଥମର ଭାବନା ସର୍ବୋପରି ହୁଏ ତେବେ ପରିଣାମ ଭଲ ହୋଇଥାଏ । ଆଜାଦୀ କା ଅମୃତ ମହୋତ୍ସବରେ ଭାରତ ଐତିହାସିକ ସଫଳତା ହାସଲ କରିଛି । ଏହି ଯାତ୍ରାରେ ରାଜପଥରୁ କର୍ତ୍ତବ୍ୟପଥର ରାସ୍ତା ଅତିକ୍ରମ କରିଛି । ବିକଶିତ ଭାରତର ରୋଡମ୍ୟାପ ହୋଇଛି । ଯେଉଁଭଳି ଭାବେ ଦାଣ୍ଡିଯାତ୍ରା ଦେଶବାସୀଙ୍କୁ ଏକାଠୀ କରିଥିଲା ଠିକ ସେହିପରି ଅମୃତ ମହୋତ୍ସବ ଲୋକଙ୍କ ଭାଗୀଦାରୀକୁ ଆହୁରି ମଜବୁତ କରିଛି । ମୋର ବିଶ୍ବାସ ରହିଛି ଅମୃତ ମହୋତ୍ସବର ସମାପନ ସହିତ ଆରମ୍ଭ ହୋଇଥିବା ମୋ ଯୁବା ଭାରତ ପୋର୍ଟାଲ ବିକଶିତ ଭାରତ ନର୍ମାଣରେ ଯୁବଗୋଷ୍ଠୀଙ୍କୁ ଜୋସ ଦେବ ।''

ଏହା ବି ପଢନ୍ତୁ...National Unity Day: 'ଜାତୀୟ ଏକତା ଦିବସ ଦେଶବାସୀଙ୍କ ମଧ୍ୟରେ ଜାତୀୟତା ସଞ୍ଚାର ପର୍ବ ହୋଇଛି'

ମେରା ୟୁବା ଭାରତ ପୋର୍ଟାଲ ଶୁଭାରମ୍ଭ: ଅମୃତ କଳସ ଯାତ୍ରାର ସମାପନ ଉତ୍ସବରେ ପ୍ରଧାନମନ୍ତ୍ରୀ ଆଉ ଏକ ନୂଆ ସଂକଳ୍ପର ଶୁଭାରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଯୁବକଯୁବତୀଙ୍କ ନିମନ୍ତେ ମେରା ୟୁବା ଭାରତ ମଞ୍ଚର ଶୁଭାରମ୍ଭ କରିଛନ୍ତି । ଏହା ବ୍ୟତୀତ ମହୋତ୍ସବ ସ୍ମାରକ ଏବଂ ଅମୃତ ବାଟିକାକୁ ମଧ୍ୟ ଡିଜିଟାଲ ଭାବେ ଶିଳାନ୍ୟାସ କରିଛନ୍ତି । ମେରା ଭାରତ ସଂଗଠନ ଭାରତର ଯୁବଶକ୍ତିର ଉଦଘୋଷ । ଏହା ଦେଶର ସବୁ ଯୁବଗୋଷ୍ଠୀଙ୍କୁ ଗୋଟିଏ ମଞ୍ଚରେ, ଗୋଟିଏ ପୋର୍ଟାଲରେ ଆଣିବାକୁ ବହୁତ ବଡ ମାଧ୍ୟମ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

6 ଲକ୍ଷ ଗାଁରୁ ମାଟି ଆସିଛି:କର୍ତ୍ତବ୍ୟ ପଥରେ ମୋ ମାଟି ମୋ ଦେଶ ଅଭିଯାନ ସମାପନ କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରୀ ଜି କିଶନ ରେଡ୍ଡୀ କହିଛନ୍ତି, ଏହି ଅଭିଯାନରେ ଭାରତର ପ୍ରାୟ 6 ଲକ୍ଷ ଗ୍ରାମ ଓ କୋଟି କୋଟି ଘରୁ ଅମୃତ କଳସରେ ମାଟି ସଂଗ୍ରହ କରାଯାଇଛି । ଏହା ଏକ ଜନ ଆନ୍ଦୋଳନର ରୂପ ନେଇଛି । ଲକ୍ଷରୁ ଅଧିକ କାର୍ଯ୍ୟକ୍ରମ ହୋଇଛି । 4 କୋଟିରୁ ଅଧିକ ସେଲଫି ୱେବସାଇଟରେ ଅପଲୋଡ ହୋଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର କେନ୍ଦ୍ରମନ୍ତ୍ରୀ ମୀନିକ୍ଷୀ ଲେଖି ଉପସ୍ଥିତ ଥିଲେ ।

ABOUT THE AUTHOR

...view details