ହାଇଦ୍ରାବାଦ: ତେଲେଙ୍ଗାନାର ଜାଗତିଆଲ ଜିଲ୍ଲାରେ ଏକ ଦୁଃଖଦ ଘଟଣା ଘଟିଯାଇଛି । ଜଣେ ସଫ୍ଟୱେର ଇଞ୍ଜିନିୟର ପୱନ କୁମାରଙ୍କୁ ତାଙ୍କ ସମ୍ପର୍କୀୟମାନେ ଜୀବନ୍ତ ଜାଳିଦେଇଥିବା ଜଣା ପଡ଼ିଛି । ସୂଚନାମୁତାବକ, ପୱନଙ୍କ ଶଳା ବିଜୟଙ୍କ ଭାଇ ଜଗନଙ୍କର 12 ଦିନ ପୂର୍ବରୁ କୌଣସି ସ୍ବାସ୍ଥ୍ୟ ସମସ୍ୟା ନେଇ ମୃତ୍ୟୁ ହୋଇଥିଲା ।
ତେବେ ଏହି ଘଟଣାକୁ ନେଇ ବିଜୟଙ୍କ ଶଳା ପୱାନ କୁମାର ଏବଂ ତାଙ୍କ ସ୍ତ୍ରୀ କୃଷ୍ଣଭେନୀ ସମବେଦନା ଜଣାଇବା ପାଇଁ ବିଜୟଙ୍କ ଘରେ ସୋମବାର ସଂନ୍ଧ୍ୟାରେ ଆସି ପହଞ୍ଚିଥିଲେ । କିନ୍ତୁ ମୃତ ଜଗନଙ୍କ ସ୍ତ୍ରୀ ସୁମଲତା ସନ୍ଦେହ କରୁଥିଲେ ଯେ, ପୱନ କୁମାର କଳା ଯାଦୁ କରି ତାଙ୍କ ସ୍ବାମୀଙ୍କୁ ମାରି ଦେଇଛନ୍ତି । ତେଣୁ ସେ ପୱନଙ୍କୁ ଟାର୍ଗେଟ କରିଥିଲେ । ଯେତେବେଳେ ପୱନ ରୁମରେ ଏକା ଥିଲେ ଜଗନଙ୍କ ସ୍ତ୍ରୀ ତାଙ୍କୁ ବାହାରପଟୁ କବାଟ ବନ୍ଦ କରି ଦେଇଥିଲେ । ଏବଂ ପେଟ୍ରୋଲ ସ୍ପ୍ରେ କରି ନିଆଁ ଲଗାଇ ଦେଇଥିଲେ ।