ଓଡିଶା

odisha

Train tragedy: ‘ଅନେକ ଲୋକେ ପ୍ରାଣ ହରାଇଛନ୍ତି, ସତ ସାମ୍ନାକୁ ଆସୁ’

By

Published : Jun 6, 2023, 4:11 PM IST

Updated : Jun 6, 2023, 4:20 PM IST

କଟକରେ ଆହତଙ୍କୁ ଭେଟିଲେ ମମତା । କହିଲେ ଏବେ ମଧ୍ୟ ପଶ୍ଚିମବଙ୍ଗର 31 ନିଖୋଜ । 97 ଜଣ ଚିକିତ୍ସାଧୀନ । ମୃତ୍ୟୁସଂଖ୍ୟା ଢେର ଅଧିକ, ସତ ସାମ୍ନାକୁ ଆସୁ । ଅଧିକ ପଢନ୍ତୁ

Train tragedy:‘ ଅନେକ ଲୋକେ ପ୍ରାଣ ହରାଇଛନ୍ତି, ସତ ସାମ୍ନାକୁ ଆସୁ ’
Train tragedy:‘ ଅନେକ ଲୋକେ ପ୍ରାଣ ହରାଇଛନ୍ତି, ସତ ସାମ୍ନାକୁ ଆସୁ ’

Train tragedy: ‘ଅନେକ ଲୋକେ ପ୍ରାଣ ହରାଇଛନ୍ତି, ସତ ସାମ୍ନାକୁ ଆସୁ’

କଟକ:ବାଲେଶ୍ବର ଟ୍ରେନ ଟ୍ରାଜେଡିରେ ସରକାରଙ୍କ ଦ୍ବାରା ଘୋଷଣା କରାଯାଇଥିବା ମୃତ୍ୟୁସଂଖ୍ୟାକୁ ଆଦୌ ଗ୍ରହଣ କରି ପାରୁନାହାନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଘୋଷଣା କରାଯାଇଥିବା ସଂଖ୍ୟା ଠାରୁ ମୃତ୍ୟୁସଂଖ୍ୟା ଢେର ଅଧିକ । ସତ ସାମ୍ନାକୁ ଆସିବା ଉଚିତ ବୋଲି ମମତା କହିଛନ୍ତି । ଆଜି ଓଡିଶା ଗସ୍ତରେ ଆସିଥବା ମମତା କଟକରେ ବଡ ମେଡିକାଲରେ ଆହତଙ୍କୁ ଭେଟିଛନ୍ତି । ସେମାନଙ୍କ ସ୍ବାସ୍ଥ୍ଯାବସ୍ଥା ଓ ଚିକିତ୍ସା ବ୍ୟବସ୍ଥା ତଦାରଖ କରିଛନ୍ତି । ଚିକିତ୍ସାରେ ନିୟୋଜିତ ହୋଇଥିବା ଡାକ୍ତରୀ ଟିମ୍‌ ସହ ମଧ୍ୟ ଆଲୋଚନା କରିଛନ୍ତି ।

ମମତା କହିଛନ୍ତି, ଏହି ଦୁର୍ଘଟଣା ପରେ ପଶ୍ଚିମବଙ୍ଗ ଓ ଓଡିଶା ସରକାର ମିଳିତ ଭାବେ କାର୍ଯ୍ୟ ଜାରି ରଖିଛନ୍ତି । ଏବେ ସୁଦ୍ଧା ପଶ୍ଚିମବଙ୍ଗର 103 ମୃତକଙ୍କ ପରିଚୟ ସ୍ପଷ୍ଟ ହେବା ସହ ମୃତଦେହ ମଧ୍ୟ ଚିହ୍ନଟ ହୋଇସାରିଛି । ଏବେ ସୁଦ୍ଧା 97 ଜଣ କଟକ ଓ ଭୁବନେଶ୍ବରର ଏକାଧିକ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ଏବେ ମଧ୍ୟ ରାଜ୍ୟର 31 ଜଣ ଯାତ୍ରୀ ନିଖୋଜ ରହିଛନ୍ତି । ସରକାର ଯେଉଁ ସଂଖ୍ୟା ଦର୍ଶାଉଛନ୍ତି , ପ୍ରକୃତ ମୃତ୍ଯୁସଂଖ୍ୟା ତା ଠାରୁ ଅଧିକ । ସିବିଆଇ ତଦନ୍ତ ଆରମ୍ଭ କରିଛି । ତଦନ୍ତରେ ଏହି ସତ୍ୟ ସାମ୍ନାକୁ ଆସିବା ଉଚିତ ।

ମମତା କହିଛନ୍ତି, ଏହି ଦୁର୍ଘଟଣାରେ ପଶ୍ଚିମବଙ୍ଗରୁ ଯେଉଁମାନେ ପ୍ରାଣ ହରାଇଛନ୍ତି ଓ ଯେଉଁମାନେ ସମ୍ପୂର୍ଣ୍ଣ ଅକ୍ଷମ ହୋଇଯାଇଛନ୍ତି, ସେମାନଙ୍କର ପରିବାରର ଜଣେ ଲେଖାଏଁ ବ୍ୟକ୍ତିଙ୍କୁ ସ୍ୱତନ୍ତ୍ର ହୋମଗାର୍ଡ ଚାକିରି ଯୋଗାଇ ଦିଆଯିବ । ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା, ଗୁରୁତର ଆହତଙ୍କୁ ୨ ଲକ୍ଷ ଟଙ୍କା ଓ ସାମାନ୍ୟ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବ ।

ଦୁର୍ଘଟଣା ପରେ ବାଲେଶ୍ବର ଗସ୍ତ କରି ଦୁର୍ଘଟଣା ସ୍ଥଳ ପରିଦର୍ଶନ କରିବା ସହ ମୃତ୍ୟୁସଂଖ୍ୟା ନେଇ ମମତା ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସହ ଯୁକ୍ତି କରିଥିବା ଦେଖିବାକୁ ମିଳିଥିଲା । ମମତା ପ୍ରଥମରୁ ମୃତ୍ୟୁସଂଖ୍ୟା ପ୍ରାୟ 5 ଶହରୁ ଅଧିକ ହେବା ନେଇ ଦାବି କରିଆସୁଛନ୍ତି । କେନ୍ଦ୍ର ସରକାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ସୁଦ୍ଧା ପୂର୍ବରୁ ରେଳମନ୍ତ୍ରୀ ରହିସାରିଥିବା ମମତା ଏହାକୁ ନେଇ ଆପତ୍ତି ଦର୍ଶାଇଥିଲେ । ସିବିଆଇ ଅପରାଧିକ ମାମଲାର ତଦନ୍ତ କରେ, ଏହା ଦୁର୍ଘଟଣା ମାମଲା କହିବା ସହ ତାଙ୍କ କାର୍ଯ୍ୟକାଳରେ ହୋଇଥିବା ଦୁର୍ଘଟଣାର ତଦନ୍ତରେ ସିବିଆଇ ସଫଳ ହୋଇନି ବୋଲି ମଧ୍ୟ କହିଛନ୍ତି ।

ସରକାରୀ ତଥ୍ଯ ଅନୁସାରେ ମୃତ୍ୟୁସଂଖ୍ଯା 275 ରହିଛି । ପରେ ଆଉ 2 ରୁ 3 ମୃତଦେହ ଉଦ୍ଧାର କରାଯାଇଥିବା ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଦୁର୍ଘଟଣା ପରେ ପ୍ରାୟ 9 ଶହ ଆହତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏବେ ସୁଦ୍ଧା ମଧ୍ୟ ସେମାନଙ୍କ ମଧ୍ୟରୁ କିଛି କଟକ ଓ ଭୁବନେଶ୍ବରରେ ଚିକିତ୍ସାଧୀନ ରହିଛନ୍ତି । ଆଜି ପଶ୍ଚିମବଙ୍ଗ ମୁଖ୍ଯମନ୍ତ୍ରୀ ମମତା ଓ ଅନ୍ୟ ଦୁଇ ମନ୍ତ୍ରୀ ଡ.ଶଶୀ ପଞ୍ଜା ଏବଂ ଚନ୍ଦ୍ରୀମା ଭଟ୍ଟାଚାର୍ଯ୍ୟ ଓଡିଶାରେ ପହଞ୍ଚିଛନ୍ତି । ଦୁଇ ମନ୍ତ୍ରୀ ଏମ୍ସ ଗସ୍ତ କରିଥିବା ବେଳେ ମମତା କଟକ ଏସସିବିରେ ଆହତଙ୍କ ଚିକିତ୍ସା ତଦାରଖ କରିଛନ୍ତି ।

ଇଟିଭି ଭାରତ, କଟକ

Last Updated : Jun 6, 2023, 4:20 PM IST

ABOUT THE AUTHOR

...view details