ଓଡିଶା

odisha

By

Published : Nov 16, 2022, 10:03 AM IST

ETV Bharat / bharat

ସାପକୁ ଚୁମ୍ବନ ଦେଉଥିଲେ ଯୁବକ, କୋବ୍ରା ଚୋଟରେ ଚାଲିଗଲା ଜୀବନ

କିଙ୍ଗ କୋବ୍ରାକୁ ଚୁମ୍ବନ କରୁଥିବା ବେଳେ ଯୁବକଙ୍କ ଓଠକୁ କାମୁଡି ଦେଲା ସାପ । ସାପ ଚୋଟରେ ଚାଲିଗଲା ଯୁବକଙ୍କ ଜୀବନ । ଅଧିକ ପଢନ୍ତୁ

ସାପକୁ ଚୁମ୍ବନ ଦେଉଥିଲେ ଯୁବକ
ସାପକୁ ଚୁମ୍ବନ ଦେଉଥିଲେ ଯୁବକ

ମୁମ୍ବାଇ: ମହଙ୍ଗା ପଡିଲା ସାପକୁ ଚୁମ୍ବନ । କିଙ୍ଗ କୋବ୍ରାକୁ ଚୁମ୍ବନ କରୁଥିବା ବେଳେ ଯୁବକଙ୍କ ଓଠକୁ କାମୁଡି ଦେଲା ସାପ । ଶେଷରେ ସାପ ଚୋଟରେ ଚାଲିଗଲା ଯୁବକଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ମହାରାଷ୍ଟ୍ରର ନାଶିକ ଜିଲ୍ଲାରେ । ମୃତ ଯୁବକ ଜଣଙ୍କ ହେଉଛନ୍ତି ନାଗେଶ ଭାଲେରାଓ ।

ମିଳିଥିବା ସୂଚନା ଅନୁଯାୟୀ, ନାଗେଶ ଭାଲେରାଓ ଏକ ଓ୍ବାର୍କସପରେ କାମ କରୁନ୍ତି । ଗତ ଶୁକ୍ରବାର ଧରା ଯାଇଥିବା ଏକ କିଙ୍ଗ କୋବ୍ରା ସାପକୁ ସେ ସିନାର କଲେଜ ସମ୍ମୁଖରେ ଥିବା ଏକ କାଫେକୁ ଆଣିଥିଲେ କାଫେର ମାଲିକ ତାଙ୍କର ବନ୍ଧୁ ଥିଲେ, ନାଗେଶ ତାଙ୍କର ଅନ୍ୟ ସାଙ୍ଗମାନଙ୍କ ସହିତ ନାଗକୁ କାଫେ ବିଲ୍ଡିଂର ଛାତକୁ ନେଇଯାଇଥିଲେ, ଏହା ପରେ ନାଗେଶ ସାପକୁ ଚୁମ୍ବନ ଦେବାକୁ ଚେଷ୍ଟା କରିବା ଆରମ୍ଭ କଲେ, ଏହି ସମୟରେ ବିଷାକ୍ତ ସାପ ରାଗିଯାଇ ତାଙ୍କ ଓଠକୁ କାମୁଡି ଦେଇଥିଲା ।

ଏହା ପରେ ଘଟଣାସ୍ଥଳରେ ଚେତାଶୂନ୍ୟ ହୋଇପଡିବାରୁ ତାଙ୍କୁ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ସାପ ବିଷ ଯୁବକଙ୍କ ଶରୀରରେ ବ୍ୟାପି ଯାଇଥିବାରୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ମୃତକଙ୍କ ପରିବାର ପକ୍ଷରୁ କୌଣସି ସୂଚନା ମିଳିପାରିନାହିଁ । ଏହି ଘଟଣା ପରେ ଯେଉଁ ମାନେ ସାପ ସହ ଫଟୋ ପୋଷ୍ଟ କରୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।

ABOUT THE AUTHOR

...view details