ଓଡିଶା

odisha

IndiGo ବିମାନ କ୍ୟାବିନରୁ ବାହାରିଲା ଧୂଆଁ, ଲ୍ୟାଣ୍ଡିଂ ପରେ ଫେଲ ହୋଇଗଲା Vistara ଇଞ୍ଜିନ

By

Published : Jul 6, 2022, 6:47 PM IST

Updated : Jul 6, 2022, 7:27 PM IST

ଇଣ୍ଡିଗୋ ବିମାନ କ୍ୟାବିନରୁ ବାହାରିଲା ଧୂଆଁ । ରାୟପୁରରୁ ଇନ୍ଦୋରରେ ବିମାନ ଅବତରଣ କରିବା ପରେ ଧୂଆଁ ଦେଖିବାକୁ ମିଳିଥିବା ସୂଚନା । ଅଧିକ ପଢନ୍ତୁ

ବ୍ୟାଙ୍କକ୍‌ରୁ ଦିଲ୍ଲୀ ଆସିବା ବାଟରେ ଭିସ୍ତାରା ବିମାନ ଇଞ୍ଜିନ ଫେଲ୍
ବ୍ୟାଙ୍କକ୍‌ରୁ ଦିଲ୍ଲୀ ଆସିବା ବାଟରେ ଭିସ୍ତାରା ବିମାନ ଇଞ୍ଜିନ ଫେଲ୍

ନୂଆଦିଲ୍ଲୀ: ଦେଶରେ ବିମାନ ଯାତ୍ରାକୁ ନେଇ ବଢୁଛି ଭୟ । କିଛି ଦିନ ହେଲା ଲଗାତାର ଭାବେ ବିମାନ ଉଡାଣ ସମୟରେ ଯାନ୍ତ୍ରିକ ତ୍ରୁଟିର ଅନେକ ଘଟଣାମାନ ପ୍ରକାଶ ପାଉଛି । ମଙ୍ଗଳବାର ଗୋଟିଏ ଦିନରେ ସ୍ପାଇସଜେଟ ଏୟାରଲାଇନ୍ସର ତିନୋଟି ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖିବାକୁ ମିଳିଥିଲା । ଏହାରି ଭିତରେ ବ୍ୟାଙ୍କକରୁ ଦିଲ୍ଲୀ ଆସୁଥିବା ଏକ ଭିସ୍ତାରା ବିମାନର ଇଞ୍ଜିନ ଫେଲ୍ ହୋଇଯାଇଥିଲା । ଗୋଟିଏ ଇଞ୍ଜିନରେ ଦିଲ୍ଲୀ ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିଥିଲା ବିମାନ । ଏଥିରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିଲେ । ଭିସ୍ତାରା ବିମାନ ଦିଲ୍ଲୀରେ ଅବତରଣ କରିବାର ସ୍ବଳ୍ପ ସମୟର ମଧ୍ୟରେ ଏହାର ଗୋଟିଏ ଇଞ୍ଜିନ ଖରାପ ହୋଇଯାଇଥିବା ଜଣାପଡିଛି ।

ଇଣ୍ଡିଗୋ ବିମାନ କ୍ୟାବିନରେ ଧୂଆଁ

ସେହିପରି ମଙ୍ଗଳବାର ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନ ଭିତରେ ଧୂଆଁ ବାହାରୁ ଥିବା ଦେଖାଯାଇଛି । ଏହି ବିମାନଟି ରାୟପୁରରୁ ଇନ୍ଦୋର ଯାଉଥିଲା । ଇନ୍ଦୋର ବିମାନ ବନ୍ଦରରେ ଅବତରଣ କରିବା ପରେ ଏହାର କ୍ୟାବିନ ଭିତରେ ଧୂଆଁ ଦେଖିବାକୁ ମିଳିଥିଲା । ଏ ସମ୍ପର୍କରେ ଆଜି(ବୁଧବାର) ଡିଜିସିଏ(Director General of Civil Aviation) ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପଟେ ସ୍ପାଇସଜେଟ ସୁରକ୍ଷିତ, ଦକ୍ଷ ଓ ଭରସାଯୋଗ୍ୟ ସେବାରେ ବିଫଳ ହୋଇଥିବାରୁ ଡିଜିସିଏ ଏହି ଏୟାରଲାଇନ୍ସକୁ କାରଣ ଦର୍ଶାଅ ନୋଟିସ ପଠାଇଛି । କାହିଁକି କାର୍ଯ୍ୟାନୁଷ୍ଠାନ ନିଆନଯିବ ବୋଲି କାରଣ ଦର୍ଶାଇବାକୁ ନୋଟିସ କରିଛି ଡିଜିସିଏ ।

Last Updated : Jul 6, 2022, 7:27 PM IST

ABOUT THE AUTHOR

...view details