ଓଡିଶା

odisha

By

Published : Nov 8, 2022, 10:24 PM IST

ETV Bharat / bharat

ମହାକାଶ ଇତିହାସରେ ପ୍ରଥମ: ଶ୍ରୀହରିକୋଟାରୁ ଉତକ୍ଷେପଣ ହେବ ପ୍ରଥମ ଘରୋଇ ରକେଟ

ଦେଶର ମହାକାଶ ଇତିହାସରେ ପ୍ରଥମ । ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ମହାକାଶ କେନ୍ଦ୍ରରୁ ଉତକ୍ଷେପଣ ହେବ ପ୍ରଥମ ଘରୋଇ ରକେଟ ବିକ୍ରମ-ଏସ । ନିର୍ମାଣ କରିଛି ହାଇଦ୍ରାବାଦର ସ୍କାଏରୁଟ କମ୍ପାନୀ (private rocket to fly from Sriharikota)। ନଭେମ୍ବର ୧୨ ରୁ ୧୬ମଧ୍ୟରେ ଉତକ୍ଷେପଣ ପାଇଁ ଜାରି ରହିଛି ପ୍ରସ୍ତୁତି । ଅଧିକ ପଢନ୍ତୁ

ଇତିହାସରେ ପ୍ରଥମ: ଶ୍ରୀହରିକୋଟାରୁ ଉତକ୍ଷେପଣ ହେବ ପ୍ରଥମ ଘରୋଇ ରକେଟ
ଇତିହାସରେ ପ୍ରଥମ: ଶ୍ରୀହରିକୋଟାରୁ ଉତକ୍ଷେପଣ ହେବ ପ୍ରଥମ ଘରୋଇ ରକେଟ

ନୂଆଦିଲ୍ଲୀ: ଦେଶର ମହାକାଶ ଗବେଷଣା ଇତିହାସରେ ପ୍ରଥମ ଥର ଘରୋଇ ଉଦ୍ୟୋଗର ପ୍ରବେଶ ହେବାକୁ ଯାଉଛି (private rocket to fly from Sriharikota)। ପ୍ରଥମ ଥର ମହାକାଶକୁ ଉତକ୍ଷେପଣ ହେବ ଦେଶର ପ୍ରଥମ ଘରୋଇ ରକେଟ । ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରୁ ଏହି ଘରୋଇ ରକେଟ ନଭେମ୍ବର ୧୨ରୁ ୧୬ ତାରିଖ ମଧ୍ୟରେ ଉତକ୍ଷେପଣ ହେବା ନେଇ ପ୍ରସ୍ତୁତି ଜାରିରହିଛି ।

ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାଓ୍ବନ ମହାକାଶ କେନ୍ଦ୍ର

ସ୍କାଏରୁଟ (Skyroot Aerospace Pvt Ltd) ନାମକ ଏକ ଘରୋଇ ମହାକାଶ ଗବେଷଣା କମ୍ପାନୀ ପକ୍ଷରୁ ଏହି ରକେଟର ନିର୍ମାଣ କରାଯାଇଛି । ରକେଟର ନାମ ରଖାଯାଇଛି ବିକ୍ରମ-ଏସ । ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ସ୍ଥିତ ମହାକାଶ କେନ୍ଦ୍ରରୁ ଏହାର ସମସ୍ତ ରକେଟ ଓ ଉପଗ୍ରହର ଉତକ୍ଷେପଣ କରୁଥିବା ବେଳେ ଏହି ଘରୋଇ ରକେଟ ମଧ୍ୟ ଏହି ଠାରୁ ହିଁ ଉତକ୍ଷେପଣ ହେବା ନେଇ ପ୍ରସ୍ତୁତି ଜାରି ରହିଛି । ଏହି ରକେଟଟି ଏକ ଟେଷ୍ଟ ଫ୍ଲାଇଟ ଭାବେ ଉତକ୍ଷେପଣ ହେବ । ଯାହାକି ଉପ-ଅକ୍ଷ (sub orital) ଶ୍ରେଣୀବର୍ଗର ବୋଲି ସୂଚନା ମିଳିଛି ।

ଏହି ରକେଟ୍ ହାଇଦ୍ରାବାଦ ସ୍ଥିତ ସ୍କାଇରୁଟ୍ ଏରୋସ୍ପେସ୍ କମ୍ପାନୀ (Skyroot Aerospace Pvt Ltd) ଦ୍ୱାରା ବିକଶିତ କରାଯାଇଛି । କମ୍ପାନୀର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ସହ-ପ୍ରତିଷ୍ଠାତା ପୱନ କୁମାର ଚାନ୍ଦ, 12ରୁ 16 ନଭେମ୍ବର ମଧ୍ୟରେ ଉତକ୍ଷେପଣ କରିବା ପାଇଁ ପ୍ରସ୍ତୁତି ଜାରି ରହିଥିବା ସୂଚନା ଦେଇଛନ୍ତି । ସଂସ୍ଥା ଇସ୍ରୋର ସହଯୋଗରେ ଏହି ପୁରା ପ୍ରକ୍ରିୟା ଶେଷ କରିବାକୁ ଯାଉଛି ।

ଏହି ରକେଟର ନାମ ପ୍ରଖ୍ୟାତ ଭାରତୀୟ ମହାକାଶ ବୈଜ୍ଞାନୀ ତଥା ISROର ପ୍ରତିଷ୍ଠାତା ଡ.ବିକ୍ରମ ସରାଭାଇଙ୍କ ନାମରେ ବିକ୍ରମ-ଏସ୍ ଭାବେ ନାମିତ କରାଯାଇଛି । ଏହି ମିଶନକୁ ‘ପ୍ରାରମ୍ଭ’ ନାମରେ ମଧ୍ୟ ନାମିତ କରାଯାଇଛି । ଦେଶରେ ପ୍ରତିରକ୍ଷା କ୍ଷେତ୍ରରେ ସରକାରଙ୍କ ଏକାଧିକାର ପରିବର୍ତ୍ତେ ଘରୋଇ କ୍ଷେତ୍ରକୁ ପ୍ରୋତ୍ସାହିତ କରାଯାଉଥିବା ବେଳେ, ଏହି ଧାରା ଏବେ ମହାକାଶ ଗବେଷଣା କ୍ଷେତ୍ରରେ ମଧ୍ୟ ଆରମ୍ଭ ହେବାକୁ ଯାଉଛି । ଏବେ ଦେଶର ପ୍ରଥମ ଘରୋଇ ଉଦ୍ୟୋଗ ଦ୍ବାରା ନିର୍ମିତ ରକେଟ ମହାକାଶକୁ ଉତକ୍ଷେପଣ ହେବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details