ନୂଆଦିଲ୍ଲୀ:ଆମେରିକା ଗସ୍ତରେ ଯିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବିଶ୍ବବ୍ୟାଙ୍କ,IMF, G-20 ଅର୍ଥମନ୍ତ୍ରୀ ସମ୍ମିଳନୀ ଓ ସେଣ୍ଟ୍ରାଲ ବ୍ୟାଙ୍କ ଗଭର୍ଣ୍ଣରମାନଙ୍କ ବୈଠକରେ ଯୋଗଦେବେ । ସେଥିପାଇଁ ରବିବାର ଠାରୁ ଆମେରିକା ଗସ୍ତ କରୁଛନ୍ତି ଅର୍ଥମନ୍ତ୍ରୀ । ଏହି ସରକାରୀ ଗସ୍ତରେ ଆର୍ଥିକ ବୈଠକ ବ୍ୟତୀତ ଏକାଧିକ ରାଷ୍ଟ୍ରର ପ୍ରତିପକ୍ଷଙ୍କ ସହ ବିଭିନ୍ନ ଦ୍ବିପାକ୍ଷିକ ପ୍ରସଙ୍ଗରେ ସୀତାରମଣ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିବା ନେଇ ସୂଚୀ ରହିଛି ।
ଇଣ୍ଡୋନେସିଆ, ଦକ୍ଷିଣ କୋରିଆ, ଶ୍ରୀଲଙ୍କା ଓ ଦକ୍ଷିଣ ଆଫ୍ରିକାର ପ୍ରତିନିଧିମାନଙ୍କ ସହ ଦ୍ବିପାକ୍ଷିକ ପ୍ରସଙ୍ଗରେ ଆଲୋଚନା ହେବାର କାର୍ଯ୍ୟସୂଚୀ ନିର୍ଦ୍ଧାରିତ ହୋଇଛି । ଏହି ଗସ୍ତ ସମୟରେ ସୀତାରମଣ ମଧ୍ୟ ଆଇଏମଏଫର ପରିଚାଳନା ନିର୍ଦ୍ଦେଶକ ଦ୍ବାରା ଆୟୋଜିତ 'Money at a Crossroad' ପ୍ରସଙ୍ଗରେ ଏକ ଉଚ୍ଚସ୍ତରୀୟ ପ୍ୟାନେଲ ଆଲୋଚନାରେ ଅଂଶଗ୍ରହଣ କରିବେ ।