ଲକ୍ଷ୍ନୌ: ଉତ୍ତର ପ୍ରଦେଶ କାନପୁରରେ 1984 ମସିହାରେ ଘଟିଥିବା ଶିଖ ବିରୋଧୀ ହିଂସା ମାମଲାରେ ଆଉ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ସ୍ବତନ୍ତ୍ର ଅନୁସନ୍ଧାନକାରୀ ଟିମ SIT । ଗିରଫ ଦୁଇ ଅଭିଯୁକ୍ତ ଘାଟପୁରର ବାସିନ୍ଦା ଭୁରା ଓରମ ତାମର ସିଂ ଏବଂ ମୋବିନ୍ । ଏହି ପ୍ରସଙ୍ଗରେ, SITର ଡିଜି ବାଲେନ୍ଦୁ ଭୂଷଣ ସିଂ କହିଛନ୍ତି, ତିନି ବର୍ଷ ପୂର୍ବେ ଗଠିତ ଏସଆଇଟି ଏପର୍ଯ୍ୟନ୍ତ 94 ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି । ଚିହ୍ନଟ ଅଭିଯୁକ୍ତଙ୍କ ମଧ୍ୟରେ 22 ଜଣଙ୍କର ମୃତ୍ୟୁ ମଧ୍ୟ ହୋଇ ସାରିଲାଣି । ବର୍ତ୍ତମାନ ସୁଦ୍ଧା ମଧ୍ୟ ଚିହ୍ନଟ 70 ରୁ ଅଧିକ ଅଭିଯୁକ୍ତଙ୍କୁ ଗିରଫ କରାଯିବା ବାକି ରହିଛି ।
1984 sikh riot case: 2 ଅଭିଯୁକ୍ତଙ୍କୁ ଗିରଫ କଲା SIT - କାନପୁର ଶିଖ ବିରୋଧୀ ହିଂସା
1984 କାନପୁର ଦଙ୍ଗା ମାମଲାରେ ଗିରଫ ହେଲେ ଆଉ 2 ଅଭିଯୁକ୍ତ । ଗିରଫ କଲା SIT । ଗତ 14 ତାରିଖରେ ଗିରଫ ହୋଇଥିଲେ ଅନ୍ୟ 4 ଅଭିଯୁକ୍ତ । ଅଧିକ ପଢନ୍ତୁ
1984 sikh riot case: 2 ଅଭିଯୁକ୍ତଙ୍କୁ ଗିରଫ କଲା SIT
ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ମୋଟ 14ଟି ମାମଲାରେ ପ୍ରମାଣ ମିଳିଛି । ଏଥିମଧ୍ୟରେ, 147 ଜଣଙ୍କର ସାକ୍ଷ୍ୟ ମଧ୍ୟ ରେକର୍ଡ କରାଯାଇଥିଲା । 3ବର୍ଷ ପୂର୍ବେ ଏହି ମାମଲାରେ ତଦନ୍ତ ପାଇଁ ସ୍ବତନ୍ତ୍ର ତଦନ୍ତକାରୀ ଟିମ ଗଠନ କରାଯାଇଥିଲା । ଆଜିର ଗିରଫଦାରୀ ପୂର୍ବରୁ ଜୁନ 14 ରେ ମଧ୍ୟ 4 ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । 1984 ରେ ହୋଇଥିବା ଏହି ସାମ୍ପ୍ରଦାୟିକ ହିଂସାରେ ପ୍ରାୟ 100 ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ । ହଜାରରୁ ଅଧିକ ଲୋକ ଆହତ ହୋଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ