ଓଡିଶା

odisha

By

Published : Jun 6, 2023, 11:22 AM IST

ETV Bharat / bharat

ମଦ୍ୟପ ଯୁବକଙ୍କ ଉନ୍ମତ କାଣ୍ଡ, ଦୁଷ୍କର୍ମ ଉଦ୍ୟମ କରିବାରୁ ଭାଇର ଜୀବନ ନେଲା ଭଉଣୀ

ଉଭଣୀକୁ ଦୁଷ୍କର୍ମ ଉଦ୍ୟମ କଲା ଭାଇ। ଦୁଷ୍କର୍ମରୁ ବର୍ତ୍ତିବାକୁ ଯାଇ ଭାଇର ଜୀବନ ନେଲା ଭଉଣୀ। ଅଧିକ ପଢନ୍ତୁ

Sister kills brother
Sister kills brother

ଗାନ୍ଧୀନଗର: ଭାଇ ଭଉଣୀ ପରି ପବିତ୍ର ସମ୍ପର୍କରେ କଳଙ୍କର ଛିଟା। ଭଉଣୀ ପାଇଁ ରକ୍ଷକ ସାଜିଥିବା ଭାଇ ପାଲଟିଗଲା ଭକ୍ଷକ। ନିଶାସକ୍ତ ଅବସ୍ଥାରେ ଭଉଣୀକୁ ଦୁଷ୍କର୍ମ ଉଦ୍ୟମ କରୁଥିବା ବେଳେ ଘଟିଲା ଜଘନ୍ୟ ହତ୍ୟାକାଣ୍ଡ। ଦୁଷ୍କର୍ମରୁ ବର୍ତ୍ତିବାକୁ ଯାଇ ଭାଇର ଜୀବନ ନେଲା ଭଉଣୀ। ଛୁରୀରେ ଆକ୍ରମଣ କରିବା ସହ ବାଡିରେ ମାଡ ମାରି ଭାଇକୁ ହତ୍ୟା କରିଛି ଭଉଣୀ। ଏଭଳି ଘଟଣା ଘଟିଛି ଗୁଜୁରାଟର ଖେଡେ ଜିଲ୍ଲା ନଦିଆଦର ମଞ୍ଚିପୁରାରେ। ଭାଇକୁ ହତ୍ୟା ପରେ ଥାନାରେ ଆତ୍ମ ସମର୍ପଣ କରିଛି ଭଉଣୀ। ପୋଲିସ ହତ୍ୟାକାରୀ ଭଉଣୀକୁ ପଚରାଉଚରା ପରେ ଏକ ମାମଲା ରୁଜୁ କରିଥିବା ସୂଚନା ମିଳିଛି। ମୃତକ ଜଣଙ୍କ ହେଉଛନ୍ତି ସୁନୀଲ ପରମାର।

ମଞ୍ଚିପୁରା ଗ୍ରାମରେ ବିଧାବା ଭଉଣଈଙ୍କ ତାଙ୍କ ଭାଇ ରହୁଥିଲେ। ଗତକାଲି ସେ ମଦ୍ୟପାନ କରି ଘରକୁ ଆସିବା ସହ ଭଉଣୀକୁ ଅସଦାଚରଣ କରିଥିଲେ। ପରେ ଭଉଣୀକୁ ଦୁଷ୍କର୍ମ ଉଦ୍ୟମ କରିଥିଲା ଭାଇ। ଶେଷରେ ଭଇର କବଳରୁ ରକ୍ଷା ପାଇବା ପାଇଁ ଭଉଣୀ ଏକ ଛୁରୀରେ ଭାଇକୁ ଆକ୍ରମଣ କରିଥିଲା , ପରେ ଏକ ବାଡିରେ ପିଟି ପିଟି ଭାଇର ଜୀବନ ନେଇଥିଲା ଭଉଣୀ। ଉକ୍ତ ଯୁବକ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସୁନୀଲଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଥିଲା । କିନ୍ତୁ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସୁମୀନଙ୍କୁ ହତ୍ୟା କରାଯାଇଥିବା ପୋଲିସ ଜାଣିବାକୁ ପାଇଥିଲା । ଏହାପରେ ମୃତ ଯୁବକଙ୍କ ଭଉଣୀକୁ ପୋଲିସ ପଚରାଉଚରା କରିଥିବା ବେଳେ ସେ ସତ ମାନି ଯାଇଥିଲେ । କହିଥିଲେ,"ମୋତେ ମୋ ଭାଇ ମଦ୍ୟପାନ କରି ଦୁଷ୍କର୍ମ କରିବାକୁ ଉଦ୍ୟମ କରୁଥିଲା। ତେଣୁ ମୁଁ ତା ମୁଣ୍ଡକୁ ମୁଁ ଛୁରୀରେ ଆକ୍ରମଣ କରିବା ପରେ ଏକ ବାଡିରେ ପିଟିପିଟି ହତ୍ୟା କରିଥିଲି ।" ଏହା ପୋଲିସ ସମ୍ମୁଖରେ କହିଛନ୍ତି ପୀଡିତା ଭଉଣୀ। ଏହାପରେ ପୋଲିସ ଉକ୍ତ ମହିଳାଙ୍କ ବିରୋଧରେ ଏକ ମାମଲା ରୁଜୁ କରି ଗିରଫ କରିଛି।

ମେ' 28 ତାରିଖରେ ଦିଲ୍ଲୀରେ ନାବାଳିକାଙ୍କୁ 10 ଦିନ ଧରି ଦୁଷ୍କର୍ମ କରାଯାଇଥିବା ଖବର ସାମ୍ନାକୁ ଆସିଥିଲା । ଶିକ୍ଷକ ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ମହରୋଲି ଥାନା ଅଞ୍ଚଳରୁ ଏଭଳି ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଥିଲା । ନାବାଳିକାକୁ 10 ଦିନ ଧରି ସମ୍ପୂର୍ଣ୍ଣ ବନ୍ଦୀ କରି ରଖିବା ସହ ନିର୍ଯାତନା ଦେଉଥିଲେ ଶିକ୍ଷକ । ପୀଡ଼ିତା ଜଣକ କୌଣସି ପ୍ରକାରେ ସେଠାରୁ ଖସି ଆସିବାରେ ସକ୍ଷମ ହୋଇଥିଲେ । ପରେ ଘଟଣା ସମ୍ପର୍କରେ ପରିବାରଲୋକଙ୍କୁ ଜଣାଇଥିଲେ ।

ABOUT THE AUTHOR

...view details